ETV Bharat / city

କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ - ବିଏମସିର କୋଭିଡ ଗାଇଡ୍‌ଲାଇନ୍‌

କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ । ସମ୍ପ୍ରତି ଭୁବନେଶ୍ୱରର ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି BMC ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ । ସେପ୍ଟେମ୍ବର ମାସରେ ଜାରି ହୋଇଥିବା କୋଭିଡ ଗାଇଡ୍‌ଲାଇନ୍‌ ଅନୁପାଳନ ସହ କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରି । ଅଧିକ ପଢ଼ନ୍ତୁ...

କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

author img

By

Published : Oct 19, 2021, 7:54 PM IST

ଭୁବନେଶ୍ବର: କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ । ସମ୍ପ୍ରତି ଭୁବନେଶ୍ୱରର ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି BMC ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ । ସେପ୍ଟେମ୍ବର ମାସରେ ଜାରି ହୋଇଥିବା କୋଭିଡ ଗାଇଡ୍‌ଲାଇନ୍‌ ଅନୁପାଳନ ସହ କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଓ ସିମୀତ କର୍ମକର୍ତ୍ତାଙ୍କୁ ନେଇ କାଳୀ ପୂଜା ଓ ଗଜଲକ୍ଷ୍ମୀ ପୂଜା ଆୟୋଜନକୁ ଅନୁମତି ଦେଇଛି ବିଏମସି ।

କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌
କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପାଇଁ ଜାରି ହୋଇଛି କଟକଣା । ମାସ ତମାମ ମନ୍ଦିରରେ ଗହଳି କରିବାକୁ ବାରଣ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର, ନଦୀ ଘାଟ ଏପରିକି କୌଣସି ଜଳାଶୟରେ ଗହଳି ନକରିବାକୁ ନିର୍ଦ୍ଦେଶ ରହିଛି । ବିଏମସି କମିଶନର ସଞ୍ଜୟ କୁମାର ସିଂ ଏହି ଗାଇଡ଼ଲାଇନ ଜାରି କରିଛନ୍ତି । ଏହାସହ ବିଏମସି ପକ୍ଷରୁ ଗାଇଡ୍‌ଲାଇନ୍‌ ନେଇ ପ୍ରେସ୍‌ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି ।

ସେହିଭଳି ପୂଜା ଆୟୋଜନ ପାଇଁ ଆୟୋଜକଙ୍କୁ କମିଶନରେଟ ପୋଲିସଠାରୁ ଅନୁମତି ନେବା ଜରୁରୀ । ବିଏମସି ପକ୍ଷରୁ ତିଆରି ହୋଇଥିବା କୁତ୍ରିମ ଜଳାଶୟରେ ହେବ ମୃଣ୍ମୟୀ ମୂର୍ତ୍ତୀ ବିସର୍ଜନ । ବିସର୍ଜନ ସମୟରେ ସର୍ବାଧିକ ୧୦ ଜଣ ହିଁ ସାମିଲ ହୋଇ ପାରିବେ । ଶୋଭାଯାତ୍ରା, ରୋଷଣୀ ବାଜା ଭଳି କୌଣସି ଜାକଜକମ ହେବ ନାହିଁ । ବିସର୍ଜନରେ ସାମିଲ ହେବାକୁ ଥିବା ସମସ୍ତ ବ୍ୟକ୍ତି ଡବଲ ଡୋଜ ଟିକା ନେଇଥିବା ସହ କୋଭିଡ୍‌ ଯାଞ୍ଚ କରାଇଥିବା ଜରୁରୀ ।

ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତି ତଥା ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାପୂର୍ବରୁ ମଧ୍ୟ ପୂଜା ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.