ETV Bharat / city

ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ଯାଇଛି ପ୍ରସ୍ତାବ: ବାଚସ୍ପତି - ବିଧାନ ପରିଷଦ ଗଠନ

ବିଧାନସଭା ପରିଷଦ ଗଠନ ପ୍ରସ୍ତାବ କେନ୍ଦ୍ରକୁ ଯାଇନଥିବା ପ୍ରସଙ୍ଗରେ ବାଚସ୍ପତିଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ

ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ଯାଇଛି ପ୍ରସ୍ତାବ: ବାଚସ୍ପତି

author img

By

Published : Feb 11, 2022, 12:56 PM IST

Updated : Feb 11, 2022, 8:28 PM IST

ଭୁବନେଶ୍ବର: ବିଧାନ ପରିଷଦ ଗଠନ ନେଇ ଓଡିଶା ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନଥିବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି । ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ 2018 ମସିହା ସେପ୍ଟେମ୍ବର 18ରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଯାଇଥିଲା । ରାଜ୍ୟସଭା ଓ ଲୋକସଭା ସେକ୍ରେଟାରୀଙ୍କ ପାଖକୁ ପ୍ରସ୍ତାବ ପଠାଯାଇଥିବା ବାଚସ୍ପତି କହିଛନ୍ତି ।

ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ଯାଇଛି ପ୍ରସ୍ତାବ

ଓଡ଼ିଶାରେ ବିଧାନ ପରିଷଦ ପାଇଁ 2015ରୁ ଚେଷ୍ଟା କରାଯାଉଛି । ଏନେଇ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । 2015 ଜାନୁୟାରୀ ୧୯ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା । ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା । 2018 ମସିହା ସେପ୍ଟେମ୍ବର 6ରେ ବିଧାନ ପରିଷଦ ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ହେଲେ ପ୍ରସ୍ତାବ କେନ୍ଦ୍ରକୁ ଯାଇନଥିବା କୁହାଯିବା ରାଜ୍ୟବାସୀ ଏବଂ ରାଜ୍ୟ ସରକାରଙ୍କୁ ଚକିତ କରିଛି । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ।

ଏହାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ମଧ୍ୟ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ଏନେଇ ସଂସଦରେ ପ୍ରସ୍ତାବ ଉଠାଯାଇଛି, ମାତ୍ର କେନ୍ଦ୍ରମନ୍ତ୍ରୀ ଏବେ ମନା କରିବା ଆଶ୍ଚର୍ଯ୍ୟ ଲାଗୁଛି ବୋଲି କହିଛନ୍ତି ମୁନ୍ନା ଖାଁ ।

ଏହାମଧ୍ୟ ପଢନ୍ତୁ:ବିଧାନ ପରିଷଦ ଗଠନ ପାଇଁ ଓଡିଶାରୁ ପ୍ରସ୍ତାବ ଆସିନାହିଁ: କେନ୍ଦ୍ର ଆଇନମନ୍ତ୍ରୀ

ପ୍ରକାଶଥାଉ କି, ଓଡିଶା ବିଧାନ ପରିଷଦ ଗଠନ ପାଇଁ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କହିଥିଲେ ଯେ, ବିଧାନ ପରିଷଦ ଗଠନ ପାଇଁ ଓଡିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ । କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ସୂଚନା ସଂଗ୍ରହ ଚାଲିଛି । କେନ୍ଦ୍ରମନ୍ତ୍ରୀଙ୍କ ଏହି କଥାକୁ ଏବେ ଖଣ୍ଡନ କରିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 11, 2022, 8:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.