ନୂଆଦିଲ୍ଲୀ/ଭୁବନେଶ୍ବର: ଲୋକସଭା (Lok Sabha) ବାଚସ୍ପତି ଓମ ବିର୍ଲା (Om Birla) ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ (Speaker Odisha Legislative Assembly Bikram Keshari Arukha) ନୂଆଦିଲ୍ଲୀ (New Delhi) ସ୍ଥିତ ଲୋକସଭା ସଚିବାଳୟରେ ହୋଇଛି ଉଭୟ ନେତାଙ୍କ ଭେଟଘାଟ । ବୈଷୟିକ ଜ୍ଞାନକୌଶଳ ବ୍ୟବହାରରେ ଓଡିଶା ବିଧାନସଭାକୁ ଦେଶର ଏକ ଆଦର୍ଶ ବିଧାନସଭାରେ ପରିଣତ କରିବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି ।
-
ओडिशा विधान सभा के नए अध्यक्ष श्री बिक्रम केशरी अरुखा जी ने संसद भवन में भेंट की। उन्हें नए पद और दायित्व के लिए बधाई और शुभकामनाएं दीं। इस दौरान उनसे विविध विषयों पर चर्चा हुई। आशा है संसदीय परंपराओं और लोकतांत्रिक मूल्यों को सशक्त बनाने में वे अग्रणी भूमिका निभायेंगे।@BKArukha pic.twitter.com/PvoqFbL0ip
— Om Birla (@ombirlakota) August 4, 2022 " class="align-text-top noRightClick twitterSection" data="
">ओडिशा विधान सभा के नए अध्यक्ष श्री बिक्रम केशरी अरुखा जी ने संसद भवन में भेंट की। उन्हें नए पद और दायित्व के लिए बधाई और शुभकामनाएं दीं। इस दौरान उनसे विविध विषयों पर चर्चा हुई। आशा है संसदीय परंपराओं और लोकतांत्रिक मूल्यों को सशक्त बनाने में वे अग्रणी भूमिका निभायेंगे।@BKArukha pic.twitter.com/PvoqFbL0ip
— Om Birla (@ombirlakota) August 4, 2022ओडिशा विधान सभा के नए अध्यक्ष श्री बिक्रम केशरी अरुखा जी ने संसद भवन में भेंट की। उन्हें नए पद और दायित्व के लिए बधाई और शुभकामनाएं दीं। इस दौरान उनसे विविध विषयों पर चर्चा हुई। आशा है संसदीय परंपराओं और लोकतांत्रिक मूल्यों को सशक्त बनाने में वे अग्रणी भूमिका निभायेंगे।@BKArukha pic.twitter.com/PvoqFbL0ip
— Om Birla (@ombirlakota) August 4, 2022
ଲୋକସଭା ବାଚସ୍ପତି, ଓଡିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ଓ ପରିଚାଳନା ବାବଦରେ ପଚାରି ବୁଝିଛନ୍ତି । ନିକଟରେ ଶେଷ ହୋଇଥିବା ଓଡିଶା ବିଧାନସଭାର ବଜେଟ ଅଧିବେଶନ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ପରିଚାଳନା ନେଇ ଲୋକସଭା ବାଚସ୍ପତି ବିର୍ଲା ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ଆଗାମୀ ଦିନରେ ଏପରି କାର୍ଯ୍ୟଧାରା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଓଡିଶାର ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ବିକାଶଧାରା ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓଡିଶା ବିଧାନସଭା ବାଚସ୍ପତି ଉପଢୌକନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ପ୍ରଦାନ ପୂର୍ବକ ଲୋକସଭା ବାଚସ୍ପତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଆଲୋଚନା ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ବିଧାନସଭା ବାଚସ୍ପତି ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର