ETV Bharat / city

ଉତ୍ତର ଭାରତରୁ ଫେରିଲା ମୌସୁମୀ, ୩ ଦିନରେ ଓଡ଼ିଶାରୁ ନେବ ବିଦାୟ

author img

By

Published : Oct 9, 2021, 8:10 PM IST

ଆଜି(ଶନିବାର) ଉତ୍ତର ଭାରତରୁ ମୌସୁମୀ ବିଦାୟ ନେଇଛି । ଓଡ଼ିଶାରୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହି ବିଦାୟ ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢନ୍ତୁ...

ଉତ୍ତର ଭାରତରୁ ଫେରିଲା ମୌସୁମୀ, ୩ ଦିନ ମଧ୍ୟରେ ଓଡ଼ିଶାରୁ ବିଦାୟ

ଭୁବନେଶ୍ବର: ସମ୍ପୂର୍ଣ୍ଣ ଉତ୍ତର ଭାରତ ଓ ରାଜସ୍ଥାନରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଦେଶ ସମେତ ରାଜ୍ୟର କିଛି ଅଞ୍ଚଳରୁ ଏହି ମୌସୁମୀ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବିଦାୟ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ବୁଧବାର ଠାରୁ ଏହି ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବା ଆରମ୍ଭ କରିଥିଲା । ଧୀରେ ଧୀରେ ଏହା ରାଜସ୍ଥାନର ପଶ୍ଚିମାଞ୍ଚଳ ଓ ଗୁଜୁରାଟ ଦେଇ ଫେରିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ କହିଥିଲା । ତେବେ ୧୯୬୦ ମସିହା ପରେ ଦ୍ବିତୀୟ ଥର ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବାରେ ବିଳମ୍ବ କରିଛି । ଗତ ୨୦୧୯ ମସିହାରେ ଅକ୍ଟୋବର ୯ ତାରିଖରେ ମୌସୁମୀ ଉତ୍ତର-ପଶ୍ଚିମ ଭାରତରୁ ବିାଦୟ ନେଇଥିଲା ।

କିନ୍ତୁ ସ୍ବାଭାବିକ ଭାବେ ସେପ୍ଟେମ୍ବର ୧୭ ତାରିଖ ଠାରୁ ଭାରତର ଉତ୍ତର-ପଶ୍ଚିମାଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବା ଆରମ୍ଭ କରିଥାଏ । ଏହାପରେ ଦିଲ୍ଲୀର ପବନ ପ୍ରବାହରେ ପରିବର୍ତ୍ତନ ଆସିଥାଏ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ମଧ୍ୟମ ଧରଣର ବର୍ଷା ହୋଇଥାଏ । ଉତ୍ତର-ପୂର୍ବ ମୌସୁମୀ ପ୍ରଭାବରେ ଭାରତର ଦକ୍ଷିଣାଞ୍ଚଳରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ମଧ୍ୟମ ଧରଣର ବର୍ଷା ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.