ETV Bharat / city

ସୌମ୍ୟଙ୍କ ସମ୍ପାଦକୀୟ; ଶାସକ ଦଳକୁ ଟାର୍ଗେଟ କଲେ ବିରୋଧୀ - Soumya's editorial

ଘର ଭିତରର ହାଲ ବଖାଣିବାକୁ ଯାଇ ବିଜେଡି ନେତୃତ୍ବକୁ ବାଣ ମାରିଛନ୍ତି ବିଜେଡିର ଖଣ୍ଡପଡା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟଙ୍କ ଆମ ଘର ହାଲଚାଲ କିଛି ଭଲ ନାହିଁ। କଟାକ୍ଷ କଲେ ବିରୋଧୀ । ଅଧିକ ପଢନ୍ତୁ...

Soumya's editorial
Soumya's editorial
author img

By

Published : Oct 26, 2021, 10:44 PM IST

ଭୁବନେଶ୍ବର: ଘର ଭିତରର ହାଲ ବଖାଣିବାକୁ ଯାଇ ବିଜେଡି ନେତୃତ୍ବକୁ ବାଣ ମାରିଛନ୍ତି ବିଜେଡିର ଖଣ୍ଡପଡା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟଙ୍କ ଆମ ଘର ହାଲଚାଲ କିଛି ଭଲ ନାହିଁ। ଏଠି ବରିଷ୍ଠଙ୍କୁ ସାଇଡ ମାରି ଦେଉଛନ୍ତି କୁହାଳିଆ କନିଷ୍ଠ ନେତା। ଦୁର୍ନୀତି କରି ପଇସା ଠୁଳ କରୁଥିବା ସଦସ୍ୟ ବି ଆମ ଘରେ କମ ନାହାନ୍ତି। ସଂଖ୍ୟା ଆଙ୍ଗୁଠିରେ ଗଣିଲା ଭଳି ନୁହେଁ।

ସୌମ୍ୟଙ୍କ ସମ୍ପାଦକୀୟ; ଶାସକ ଦଳକୁ ଚେର୍ଛା ବାଣ ମାରିଲେ ବିରୋଧୀ

କାରଣ ଛାତିରେ ହାତ ରଖି କେହି ଜଣେ କହିପାରିବେନି ଆମେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିନାହୁଁ ବୋଲି । ଘର ଭିତରର ହାଲ ବଖାଣିବାକୁ ଯାଇ ବିଜେଡି ନେତୃତ୍ବକୁ ବାଣ ମାରିଛନ୍ତି ବିଜେଡି ଖଣ୍ଡପଡା ବିଧାୟକ। ପ୍ରସଙ୍ଗ ଉଠିଛି ଦୁର୍ନୀତିର, ବରିଷ୍ଠଙ୍କୁ ଅଣଦେଖା କରିବାର ଆଉ ସମ୍ପତ୍ତି ଆରୋହଣ କରିବା ନେତାଙ୍କ ଲୋଭର। ବିଜେଡିର ଲୋକେ କେମିତି ଦୁର୍ନୀତି ପୋଖରୀରେ ବୁଡ ପକାଉଛନ୍ତି ସେ କଥାର ପୋଲ ଖୋଲିଛନ୍ତି ସୌମ୍ୟ। ପ୍ରଶ୍ନବାଣରେ ଘାଇଲା କରିଛନ୍ତି ତୃତୀୟ ମହଲାକୁ। ସେ କହିଛନ୍ତି କେତେଜଣ ବିଧାୟକ ଛାତିରେ ହାତ ରଖି କହିବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ନାହାନ୍ତି ବୋଲି ? ବିଧାୟକଙ୍କ ପରି ସରପଞ୍ଚ ବି ଦଳ ପାଇଁ ଅର୍ଥ ଯୋଗାଡିବାରେ ବ୍ୟସ୍ତ, ଏତେ ଟଙ୍କା ଆସିବ କୋଉଠୁ ? ଦୁର୍ନୀତିଠାରୁ ଦୂରେଇ ରହୁଥିବା ନେତାଙ୍କୂ ପାଗଳ ଆକ୍ଷା ମିଳୁଛି ଆଉ ଅଯୋଗ୍ୟ କୁହାଯାଉଛି କ’ଣ ପାଇଁ ? ସରକାରଙ୍କ ଯୋଜନା କେତେ ଫଳପ୍ରଦ ହେଉଛି ତାହା ସମୟ କହିବ।

ସୌମ୍ୟ ରଞ୍ଜନଙ୍କ ସମ୍ପାଦକୀୟ ଆଲେଖ୍ୟକୁ ନେଇ ଆଜି (ମଙ୍ଗଳବାର) ଏଭଳି ଢଙ୍ଗରେ ବାଣ ମାରିଛନ୍ତି ବିୋରଧୀ । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ସୌମ୍ୟ ଶାସକ ଦଳରେ ଥାଇ ମଧ୍ୟ ରାଜ୍ୟ ସରକାରଙ୍କ ବାସ୍ତବିକ ରୂପ ରାଜ୍ୟବାସୀଙ୍କ ସମ୍ମୁଖକୁ ଆଣିଛନ୍ତି । ରାଜନୈତିକ ଚାପ ଗ୍ରସ୍ତ ହୋଇ ପୋଲିସ ପ୍ରଶାସନ ରହିଛି । ସାଧାରଣ ଲୋକ ଟିଏ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛି । ଶାସକ ଦଳର ନେତା ମାନେ ଚାପ ତିଆରି କରୁଛନ୍ତି ଯାହା ଫଳରେ ପୋଲିସ ଠିକ ରୂପରେ କାର୍ଯ୍ୟ କରିପାରୁନାହିଁ । ସାଧାରଣ ଲୋକ ପୋଲିସ ଷ୍ଟେସନ ଗଲେ ନ୍ୟାୟ ପାଉ ନାହିଁ । ଏତଲା ରଖିବାକୁ ପୋଲିସ ଅକ୍ଷମତା ପ୍ରକାଶ କରୁଛି । ରାଜ୍ୟରେ 90 ପ୍ରତିଶତ କେସରେ ଶାସକ ଦଳର ସମ୍ପୃକ୍ତି ରହିଛି ବୋଲି ପୃଥ୍ବୀରାଜ କହିଛନ୍ତି ।

ସୌମ୍ୟ ରଞ୍ଜନ ଯାହା କହିଛନ୍ତି ଏହାର ଯଥେଷ୍ଟ ପୂର୍ବରୁ ବିରୋଧୀ ଦଳ ସରକାରଙ୍କୁ କହୁଥିଲେ । ବିରୋଧୀ କହୁଥିଲେ ସରକାରଙ୍କୁ ବାଧୁ ଥିଲା । ଏବେ ତାଙ୍କ ନିଜ ଦଳ ଭିତରୁ ଏ ସ୍ବର ଉଠିଲାନି । ସରକାର ଯଦି ଏ ପ୍ରସଙ୍ଗରେ କଠୋର ପଦକ୍ଷେପ ନନେବେ ଓଡିଶାର ସାଧାରଣ ଲୋକ ଏକାଠି ହୋଇ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.