ETV Bharat / city

ସାହା ଖୋଜୁଛି ଅସହାୟ ମା’; ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲେ ବୃଦ୍ଧା - ତିନି ପୁଅ

ଘରୁ ମାଆକୁ ତଡି ଦେଇଛନ୍ତି ତିନି ପୁଅ । ଶେଷରେ ନ୍ୟାୟ ପାଇଁ ମାନବାଧିକାର କମିଶନ ନିକଟରେ ଗୁହାରି କରିଛନ୍ତି ବୃଦ୍ଧା ଜଣକ । ବୟସର ଶେଷ ଅବସ୍ଥାରେ ସମସ୍ତେ ଥାଇ ବି କେହି ନାହାଁନ୍ତି । ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ରାଜଧାନୀରେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 10, 2019, 9:07 PM IST

ଭୁବନେଶ୍ବର: ସମ୍ପତ୍ତି ଲୋଭରେ ମାଆକୁ ପର କଲା ପୁଅ । ତିନି ତିନୋଟି ପୁଅ ହେଲେ ମାଆକୁ ରଖିବାକୁ କେହି ରାଜି ନୁହେଁ । ଏହା ପଛର କାରଣ ଜମିବାଡି ଆଉ ସମ୍ପତ୍ତି । ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ରାଜଧାନୀରେ । ଘରୁ ମାଆକୁ ତଡି ଦେଇଛନ୍ତି ତିନି ପୁଅ । ଶେଷରେ ନ୍ୟାୟ ପାଇଁ ମାନବାଧିକାର କମିଶନ ନିକଟରେ ଗୁହାରି କରିଛନ୍ତି ବୃଦ୍ଧା ଜଣକ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବୟସର ଶେଷ ଅବସ୍ଥାରେ ସମସ୍ତେ ଥାଇ ବି କେହି ନାହାଁନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କର 3 ପୁଅ ଓ ଝିଅ ଥାଇ ବି ଅନାହାରରେ ରହୁଛନ୍ତି । ତିନି ପୁଅଙ୍କ ସରକାରୀ ଚାକିରୀ ଥାଇ ମଧ୍ୟ ବୁଢ଼ୀ ମାଆକୁ ପଚାରୁନାହାଁନ୍ତି । ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି ତିନି ପୁଅ।

ବୃଦ୍ଧା ଜଣକ ହେଲେ ନିୟାଶା ବେହେରା, ବୟସ 70 । ଘର କଟକ ଜିଲ୍ଲାର ବଡମ୍ବା ବଡ଼ବାରସିଂହ ଗ୍ରାମରେ। ସ୍ବାମୀଙ୍କ ମୃତ୍ୟୁ ପରେ ନିୟାଶା କେତେବେଳେ ଝିଅ ଘରେ ତା ଆଉ କେତେବେଳେ ଗାଁ ଗଣ୍ଡାର ଆଉ କାହା ଘରେ ଦିନ କାଟୁଛନ୍ତି । ସମ୍ପତ୍ତି ଲୋଭରେ ତିନି ପୁଅ ମନେ ବାପାଙ୍କ ଦଶାହ କାର୍ଯ୍ୟ କରିଲେ ନାହିଁ । ବୃଦ୍ଧାଙ୍କ କହିବା କଥା ହେଲା, ଦୀର୍ଘ ଦିନ ହେଲା ତିନି ପୁଅ ପଚାରୁନାହାଁନ୍ତି । ସମସ୍ତେ ଚାକିରି କରିଛନ୍ତି ହେଲେ ବୁଢୀ ମାଆକୁ ଅଣଦେଖା କରୁଛନ୍ତି ।

ନିଜର ଭରଣ ପୋଷଣ ଓ ସୁରକ୍ଷା ପାଇଁ ଗ୍ରାମସଭା ଠାରୁ ପଞ୍ଚାୟତ, ସ୍ଥାନୀୟ ଭଦ୍ରଲୋକ, ଥାନା ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଶେଷରେ ଅନେକ ଆଶା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ନିୟାଶା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ଘରୁ ମାଆ କୁ ତଡିଲେ ତିନି ପୁଅ, ଶେଷରେ ନ୍ୟାୟ ପାଇଁ ମନାବାଧିକାର କମିଶନ ନିକଟରେ ଗୁହାରି କଲେ ମାଆ।

ବୟସର ଶେଷ ଅବସ୍ଥାରେ ସମସ୍ତେ ଥାଇ ବି କେହି ନାହାନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କର 3 ପୁଅ ଓ ଝିଅ ଥାଇ ବି ଅନାହାରରେ ରହୁଛନ୍ତି। ତିନି ପୁଅ ଙ୍କ ସରକାରୀ ଚାକିରୀ ଥାଇ ମଧ୍ୟ ବୁଢ଼ୀ ମା କୁ ପଚାରୁନାହଁନ୍ତି। ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି ତିନି ପୁଅ।

Body:

ଏ ହେଉଛନ୍ତି ନିୟାସା ବେହେରା, ବୟସ 70। ଘର କଟକ ଜିଲ୍ଲାର ବଡମ୍ବା ବଡ଼ବାରସିଂହ ଗ୍ରାମରେ। ସ୍ବର୍ଗତ ଅପର୍ତ୍ତୀ ବେହେରାଙ୍କ ପତ୍ନୀ। ସ୍ବାମୀଙ୍କ ମୃତ୍ୟୁ ପରେ ନିୟାଶା କେତେବେଳେ ଝିଅ ଘରେ ତା ଆଉ କେତେବେଳେ ଗାଁ ଗଣ୍ଡାର ଆଉ କାହା ଘରେ ଦିନ କାଟୁଛନ୍ତି। ସମ୍ପତି ଲୋଭରେ ତିନି ପୁଅ ମନେ ବାପା ଙ୍କୁ ଦଶାହ କାର୍ଯ୍ୟ କରିଲେନାହିଁ।
ନିୟାଶା ବେହେରା କୁହନ୍ତି , ଦୀର୍ଘ ଦିନ ହେଲା ତିନି ପୁଅ ପଚାରୁନାହଁନ୍ତି। ସମସ୍ତେ ଚାକିରୀ କରିଛନ୍ତି ହେଲେ ବାପା ମା ଙ୍କୁ ଅଣଦେଖା କରୁଛନ୍ତି। ଅପର୍ତ୍ତୀ ବେହେରା ଙ୍କ ମୃତ୍ୟୁ ପରେ ନିୟାଶା ଙ୍କୁ ଘରୁ ତିନି ପୁଅ ମାଡ଼ ମାରି ବାହାର କରିଦେଇଛନ୍ତି। ନିଜର ଭରଣ ପୋଷଣ ଓ ସୁରକ୍ଷା ପାଇଁ ଗ୍ରାମସଭା ଠାରୁ ପଂଚାୟତ, ସ୍ଥାନୀୟ ଭଦ୍ରଲୋକ, ଥାନା ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଶେଷରେ ଅନେକ ଆଶା ନେଇ ରାଜ୍ୟ ମାନବାଧିକାର କମିଶନ ଙ୍କ ନିକଟରେ ହାଜର ହେଇଛନ୍ତି ନିୟାଶା।
Byte- ନିୟାଶା ବେହେରା , ବୁଢ଼ୀ ମାଆ।
Byte- ବୈଦେଇ ବେହେରା, ବୁଢ଼ୀ ମାଆ ର ଝିଅ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.