ETV Bharat / city

ବିଧାନସଭା ସମ୍ମୁଖରେ ମା' ବେକରେ ଛୁରୀ ଲଗାଇଲା ପୁଅ - Son stabbed his mother in the neck in front of the assembly

ବିଧାନସଭା ସମ୍ମୁଖରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା । ୨୫ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ମା' ବେକରେ ଛୁରୀ ଲଗାଇଲା ପୁଅ । ଅଧିକ ପଢନ୍ତୁ...

ବିଧାନସଭା ସମ୍ମୁଖରେ ମା' ବେକରେ ଛୁରୀ ଲଗାଇଲା ପୁଅ

author img

By

Published : Oct 1, 2020, 1:23 PM IST

Updated : Oct 1, 2020, 1:41 PM IST

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା । କଡା ସୁରକ୍ଷା ସତ୍ତ୍ବେ ମା' ବେକରେ ଛୁରୀ ଲଗାଇଲା ପୁଅ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗାନ୍ଧୀ ମାର୍ଗରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହେଲେ କଡା ସୁରକ୍ଷା ସତ୍ତ୍ବେ ଯୁବକଙ୍କ ଏଭଳି ଅଦ୍ଭୁତ କାଣ୍ଡ ଦେଖିବାକୁ ମିଳିଥିଲା ।

ସୂଚନାନୁସାରେ ନୟାଗଡ଼ ଦଶପଲ୍ଲାର ଯୁବକ ଜିତେନ୍ଦ୍ର ପାଲ ତାଙ୍କ ମା' ଝରଣାଙ୍କ ବେକରେ ଛୁରୀ ଲଗାଇ ମାରି ଦେବାକୁ ଉଦ୍ୟମ କରିଥିଲେ । ବହୁ ସମୟ ଧରି ରାସ୍ତାରେ ଚାଲିଥିଲା ଯୁବକଙ୍କ ହାଇଡ୍ରାମା । ଯୁବକଙ୍କ ଏଭଳି ଅଦ୍ଭୁତ କାଣ୍ଡ ପାଇଁ ଗାନ୍ଧୀ ମାର୍ଗରେ ଟ୍ରାଫିକ ଜାମ ହେବା ସହ ଯୁବକଙ୍କୁ କାବୁ କରିବାକୁ ପୋଲିସ ନାକେଦମ ହୋଇପଡିଥିଲା । ତେବେ ଦୀର୍ଘ ସମୟର ସଂଘର୍ଷ ପରେ ଶେଷରେ ପୋଲିସ ଯୁବକ ଜିତେନ୍ଦ୍ରଙ୍କୁ କାବୁ କରିଛି ।

ବିଧାନସଭା ସମ୍ମୁଖରେ ମା' ବେକରେ ଛୁରୀ ଲଗାଇଲା ପୁଅ

ସେପଟେ ଜିତେନ୍ଦ୍ରକୁ କାବୁ କରିବା ପରେ ମା' ଝରଣା କହିଛନ୍ତି ଯେ, ଦୀର୍ଘ 7 ବର୍ଷ ହେବ ଜଣେ ଲୋକର ଆତ୍ମା ପୁଅ ଦେହରେ ରହିଛି । ପୂର୍ବରୁ ମଧ୍ୟ ଜିତେନ୍ଦ୍ର ଘରୁ ଭୁବନେଶ୍ବରକୁ ପଳେଇ ଆସିଥିଲେ । ପରେ ମା' ଓ ମାମଁ ତାଙ୍କୁ ବୁଝେଇ ସୁଝେଇ ଘରକୁ ନେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 1, 2020, 1:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.