ETV Bharat / city

DISABILITY HOUSEHOLD: ଏଣିକି ଭିନ୍ନକ୍ଷମଙ୍କ ଘର ଆଗରେ ରହିବ ଅଳିଆ ଗାଡ଼ି, ଲାଗିଲା ବୋର୍ଡ

author img

By

Published : Apr 2, 2022, 7:11 PM IST

ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରକ୍ରିୟାରେ ଆଉ ବିଏମସି ରହିବନି ପଛରେ । ଏଥିଲାଗି ଆରମ୍ଭ ହୋଇଛି କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା ଅଭିଯାନ । ଏଥିରେ ଭିନ୍ନକ୍ଷମ ପରିବାରକୁ ମିଳିବ ସୁବିଧା । ଅଧିକ ପଢନ୍ତୁ

DISABILITY HOUSEHOLD: ଏଣିକି ଭିନ୍ନକ୍ଷମଙ୍କ ଘର ସମ୍ମୁଖରେ ଅଟକିବ ଅଳିଆ ଗାଡ଼ି, ଲାଗିଲା ବୋର୍ଡ

ଭୁବନେଶ୍ବର: ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରକ୍ରିୟାରେ ଆଉ କେହି ରହିବେନି ପଛରେ । କାରଣ ସ୍ବଚ୍ଛତାର ଧାରାକୁ ଆଉ ପାଦେ ଆଗେଇ ନେବାକୁ ଆରମ୍ଭ ହୋଇଛି କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା ଅଭିଯାନ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ବର ମହାନଗର ନିଗମର ୭୬ଟି ୱାର୍ଡରେ ଭିନ୍ନକ୍ଷମଙ୍କ ଘର ସମ୍ମୁଖରେ ଲାଗିବ ସଚେତନତା ବୋର୍ଡ । ଏହି ବୋର୍ଡକୁ ଦେଖି ଭିନ୍ନକ୍ଷମଙ୍କ ଘରୁ ବର୍ଜ୍ୟବସ୍ତୁ ନେବା ପାଇଁ ଅଟକିବ ଅଳିଆ ଗାଡ଼ି ।

DISABILITY HOUSEHOLD: ଏଣିକି ଭିନ୍ନକ୍ଷମଙ୍କ ଘର ଆଗରେ ରହିବ ଅଳିଆ ଗାଡ଼ି, ଲାଗିଲା ବୋର୍ଡ

ଭିନ୍ନକ୍ଷମମାନଙ୍କ ସୁବିଧାକୁ ନଜରରେ ରଖି ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଏହି ସାଇନଏଜ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ବର ମହାନଗର ନିଗମର ୭୬ଟି ୱାର୍ଡରେ ଭିନ୍ନକ୍ଷମଙ୍କ ଘର ସମ୍ମୁଖରେ ଲାଗିବ ସଚେତନତା ବୋର୍ଡ। ଆଉ ଏହି ବୋର୍ଡ ମାଧ୍ୟମରେ ଭିନ୍ନକ୍ଷମଙ୍କ ପାଇଁ ଅଟକିବ ଅଳିଆ ଗାଡି। ଆଜିଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ୩ଟି ୱାର୍ଡ ରେ ସାଇନଏଜ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ୱାର୍ଡ ନମ୍ବର ୬୩, ୫୭, ୨୧ରେ ଏହି କାର୍ଯ୍ୟକ୍ରମ ହୋଇଛି । ତପୋବନ ବସ୍ତିରେ ଏହି କାର୍ଯ୍ୟକ୍ରମରେ ବିଏମସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ୱାର୍ଡରେ ଥିବା ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ଘରେ ଯାଇ ସଚେତନତାର ଷ୍ଟିକର ଲଗାଇଥିଲେ । ତେବେ ବିଏମସି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ CFARର ମିଳିତ ସହଯୋଗିତାରେ ଏଭଳି ନିଆରା କାର୍ଯ୍ୟ ଦେଶର ପ୍ରଥମ ସହର ଭାବେ ଭୁବନେଶ୍ବର ସ୍ମାର୍ଟ ସିଟିରେ ହେଉଛି ।

ଏହାଦ୍ବାରା ଭିନ୍ନକ୍ଷମଙ୍କ ଘରର ଅଳିଆ ବା ବର୍ଜ୍ୟବସ୍ତୁ ସଂଗ୍ରହ ହେବା ସହ ସେମାନଙ୍କ ପରିବେଶ ବି ସ୍ଵଚ୍ଛ ରହିବ । ତେବେ ସିଏଫଏଆର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରରେ ପ୍ରତି ୱାର୍ଡରେ କେତେ ଭିନ୍ନକ୍ଷମ ରହୁଛନ୍ତି, ସେ ନେଇ ଏକ ସର୍ବେକ୍ଷଣ କରାଯାଇଛି । ଏହାଦ୍ବାରା ଆଗାମୀ ଦିନରେ ପ୍ରତି ୱାର୍ଡର ଭିନ୍ନକ୍ଷମ ନାଗରିକଙ୍କ ଘର ସମ୍ମୁଖରେ ରହିବ ସାଇନଏଜ ବୋର୍ଡ। ଏହାକୁ ନେଇ ଅଳିଆର ପୃଥକୀକରଣରେ ବି ସାମିଲ ହେବେ ଭିନ୍ନକ୍ଷମ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.