ETV Bharat / city

ସୌମ୍ୟ ଶ୍ବେତାଙ୍କ ଅଡିଓ ଭାଇରାଲ, ଆତ୍ମହତ୍ୟା ପାଇଁ ଉସକେଇବା ନେଇ ମାମଲା ରୁଜୁ କଲା ପୋଲିସ

author img

By

Published : Aug 23, 2022, 2:07 PM IST

Updated : Aug 23, 2022, 3:04 PM IST

ସାମ୍ନାକୁ ଆସିଛି ଏକ ଭାଇରାଲ ଅଡିଓ । କୁହାଯାଉଛି ଶ୍ବେତା ଓ ସୌମ୍ୟଜିତଙ୍କ ବାର୍ତ୍ତାଳପର ଇଏ ହେଉଛି ଭାଇରାଲ ଅଡିଓ । ଅଡିଓ ଶେଷରେ ଶ୍ବେତା ଆତ୍ମହତ୍ୟା ପାଇଁ କହୁଥିବା ବେଳେ ସୌମ୍ୟଜିତ ହଁ ତୁ ମରିଯା କହି ଫୋନ କାଟିଦେଲେ । ଶୁଣନ୍ତୁ ଭାଇରାଲ ଅଡିଓ

ସୌମ୍ୟ ଶ୍ବେତାଙ୍କ ଅଡିଓ ଭାଇରାଲ, ଆତ୍ମହତ୍ୟା ପାଇଁ ଉସକେଇବା ନେଇ ମାମଲା ରୁଜୁ କଲା ପୋଲିସ
ସୌମ୍ୟ ଶ୍ବେତାଙ୍କ ଅଡିଓ ଭାଇରାଲ, ଆତ୍ମହତ୍ୟା ପାଇଁ ଉସକେଇବା ନେଇ ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ଲେଡି ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା । ଦିନ ଗଡିବା ସହ ବଢୁଛି ଆତ୍ମହତ୍ୟାକୁ ନେଇ ସସ୍ପେନ୍ସ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ କେଶଟିକୁ ଟର୍ଣ୍ଣ କରିଛି । ପୋଲିସ ଏହି ବହୁ ଚର୍ଚ୍ଚିତ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏବେ ଆତ୍ମହତ୍ୟା କରିବା ପାଇଁ ଉସକେଇବା ମାମଲକୁ କେଶ ଟର୍ଣ୍ଣକରିଛି । ଆତ୍ମହତ୍ୟା କରିବା ପାଇଁ ଉସକେଇବା ନେଇ ଦଫା ୩୦୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

ସାମ୍ନାକୁ ଆସିଛି ଏକ ଭାଇରାଲ ଅଡିଓ । କୁହାଯାଉଛି ଶ୍ବେତା ଓ ସୌମ୍ୟଜିତଙ୍କ ବାର୍ତ୍ତାଳପର ଇଏ ହେଉଛି ଭାଇରାଲ ଅଡିଓ । ଶ୍ବେତା ଓ ସୌମ୍ୟଜିତଙ୍କ ମଧ୍ୟରେ ମୋବାଇଲରେ ହେଉଥିବା ବାର୍ତ୍ତାଳପର ଏକ ଅଡିଓ ଭାଇରାଲ ହୋଇଛି । ଯେଉଁଥିରେ ଉଭୟ ହିନ୍ଦୀରେ କଥା ହେଉଥିବା ଶୁଣିବାକୁ ମିଳୁଛି, ''ଭାଇରାଲ ଅଡିଓରେ ଶ୍ବେତା କଥା ହେବା ପାଇଁ କହୁଥିବା ବେଳେ ସୌମ୍ୟଜିତ ଫୋନ ନକରିବାକୁ କହୁଛନ୍ତି, ଏଥି ସହ ଶ୍ବେତା ସୌମ୍ୟଜିତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ କହୁଥିବା ବେଳେ ସେ ଏହାକୁ ଖାତିର କରୁନଥିବା ଶୁଣିବାକୁ ମିଳିଛି । ସେପଟେ, ଏହି ଭାଇରାଲ ଅଡିଓରେ ଯୁବକ ଜଣକ କହୁଛନ୍ତି , "ତୁ ମୋ ଲାଇଫରୁ ଗଲେ ଆଉ ଜଣଙ୍କୁ ପଟାଇବି" । ତେବେ ବାର୍ତ୍ତାଳପ ଶେଷରେ ଯୁବତୀ ଜଣକ କହୁଛନ୍ତି, '' ମୁଁ ଆତ୍ମହତ୍ୟା କରିବି'' ସେହି ସମୟରେ ଯୁବକ ଜଣକ କହୁଛନ୍ତି, ''ହଁ ତୁ ମରିଯା'' କହି ଫୋନ କାଟିବା ସମୟରେ ''ସେୟା କରିବାକୁ ଯାଉଛି'' ବୋଲି ଯୁବତୀ ଜଣକ କହୁଥିବା ଶୁଣିବାକୁ ମିଳୁଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଭାଇରାଲ ଫୋନକଲ ଅଡିଓରେ ଯୁବତୀ ଜଣକ କାନ୍ଦି କାନ୍ଦି ନେହୁରା ହେଉଥିବା ଯୁବକ ଜଣକ ମୂଳରୁ ଶେଷ ପର୍ଯ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିବା ଶୁଣାଯାଇଛି । ଯୁବକ ଜଣକ ବାରମ୍ବାର ନିଜ ଜୀବନରୁ ଚାଲିଯିବାକୁ କହିବା ସହ ବ୍ରେକଅପରେ ଏମିତି ହୁଏ ବୋଲି କହୁଛି । ସେପଟେ ଯୁବତୀ ଜଣକ "ମୋ ସହ ଚିଟ୍ କରନାହିଁ" ବୋଲି ନେହୁରା ହୋଇ କହୁଛି ।

ତେବେ ଏହି ଭାଇରାଲ ଅଡିଓ ସୌମ୍ୟଜିତ ଓ ଶ୍ବେତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତଳାପ କି ନୁହେଁ ତାହା ଯାଂଚ ପରେ ସ୍ପଷ୍ଟ ହେବ । ଅଡିଓ ଭାଇରାଲ ପରେ ସୌମ୍ୟଜିତ ଫେରାର ଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଚାଞ୍ଚଲ୍ୟ, ଭଡା ଘରୁ ମିଳିଲା ସଫ୍ଟୱେୟାର ଇଞ୍ଜିନିୟରଙ୍କ ମୃତଦେହ

ଗତକାଲି ଶ୍ବେତାଙ୍କ ବଏଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିବା ଧମକରେ ଝିଅ ଆତ୍ମହତ୍ୟା କରିଛି ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ । ଏହାସହ ସୌମ୍ୟଙ୍କ ପରିବାର ବିବାହ ପାଇଁ ୩୦ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଉଭୟ ପରସ୍ପରକୁ ପ୍ରେମ କରୁଥିବା ବେଳେ ଲିଭ-ଇନରେ ରହୁଥିଲେ । ଏହାପରେ ବିବାହ ପାଇଁ ପୁଅଘରକୁ ଯାଇଥିଲେ ଶ୍ବେତାଙ୍କ ପିତା । ମାତ୍ର ସେମାନେ ବିବାହ ପାଇଁ ୩୦ ଲକ୍ଷ ଟଙ୍କା ଡିମାଣ୍ଡ କରିବା ପରେ ଶ୍ବେତାଙ୍କ ପରିବାର ବିବାହ ପାଇଁ ରାଜି ହୋଇନଥିଲେ । ଟଙ୍କା ନ ଦେଲେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ ସୌମ୍ୟଜିତ । ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ବେତାଙ୍କ ବାପା ଓ ଭାଇ ।

ତେବେ ଶ୍ବେତାଙ୍କ ଘରୁ ଏକ ଡାଏରୀ ମିଳିଥିବା ବେଳେ ସେଥିରେ ସୌମ୍ୟଜିତଙ୍କ ନାଁ ଉଲ୍ଲେଖ ରହିଥିଲା । ଡାଏରୀରେ ନାଁ ଏବଂ ଅଡିଓ ଭାଇରାଲ ପରେ ସୌମ୍ୟଜିତଙ୍କ ପାଇଁ ଶ୍ବେତା ଆତ୍ମହତ୍ୟା କରିନାହାନ୍ତି ତ ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି । ଏହି ଘଟଣା ଆଗକୁ କଣ ମୋଡ ନେଉଛି ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଗତ ଅଗଷ୍ଟ ୨୦ ତାରିଖ ଦିନ ଶୈଳଶ୍ରୀ ବିହାରର ଏକ ଫ୍ଲାଟରୁ ଶ୍ବେତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 23, 2022, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.