ETV Bharat / city

ବିୟର କେନରେ ଫସିଲା ନାଗ, ନୂଆ ଜୀବନ ଦେଲା ସ୍ନେକ ହେଲ୍ପ ଲାଇନ - puri snake news

ବିୟର କେନ ଭିତରେ ବିଷଧର ନାଗ ସାପ । ଖାଦ୍ୟ ଅନ୍ୱେଷଣରେ ଥିବା ସାପ ପାଇଁ କେନରେ ପଶିବା ହେଲା କାଳ । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ସାପକୁ ନୂଆ ଜୀବନ ଦେଲା ସ୍ନେକ ହେଲ୍ପ ଲାଇନ । ପୁରୀ ଜିଲ୍ଲା ବଳଙ୍ଗା ଅନ୍ତର୍ଗତ ମାଧିପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢନ୍ତୁ

ବିୟର କ୍ୟାନରେ ଫସିଲା ନାଗ: ନୂଆ ଜୀବନ ଦେଲା ସ୍ନେକ ହେଲ୍ପ ଲାଇନ

author img

By

Published : Dec 2, 2021, 3:07 PM IST

ଭୁବନେଶ୍ବର: ବିୟର କେନ ଭିତରେ ବିଷଧର ନାଗ ସାପ । ଖାଦ୍ୟ ଅନ୍ୱେଷଣରେ ଥିବା ସାପ ପାଇଁ କେନରେ ପଶିବା ହେଲା କାଳ । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ସାପକୁ ନୂଆ ଜୀବନ ଦେଲା ସ୍ନେକ ହେଲ୍ପ ଲାଇନ । ତେବେ ପୁରୀ ଜିଲ୍ଲା ବଳଙ୍ଗା ଅନ୍ତର୍ଗତ ମାଧିପୁର ଗାଁର ଜିତେନ୍ଦ୍ର ମହାପାତ୍ରଙ୍କ ଘରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତେବେ ଏହା ଦେଖି ସାପକୁ ଉଦ୍ଧାର କରିବା ଲାଗି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ଯୋଗାଯୋଗ କଲେ ଜିତେନ୍ଦ୍ର ।

ବିୟର କ୍ୟାନରେ ଫସିଲା ନାଗ: ନୂଆ ଜୀବନ ଦେଲା ସ୍ନେକ ହେଲ୍ପ ଲାଇନ
ଶୁଭେନ୍ଦୁଙ୍କ ନିର୍ଦ୍ଦେଶ କ୍ରମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ । 4 ଫୁଟ ଲମ୍ବର ନାଗ ସାପ ଏକ ପରିତ୍ୟକ୍ତ ବିୟର କେନରେ ମୁଣ୍ଡ ଗଳେଇ ଫସି ଯାଇଥିବା ଦେଖିଲେ । ଏହାପରେ ସୁଶାନ୍ତ ନାଗକୁ ଉଦ୍ଧାର କରି ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ନେଇ ଆସିଥିଲେ । ସାପକୁ ବିୟର କେନ ମୃତ୍ୟୁ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ 20 ମିନିଟ ସମୟ ଲାଗିଥିଲା । ତେବେ ସାପ ଦେହରେ ସେମିତି କିଛି କ୍ଷତ ସୃଷ୍ଟି ହେଇନଥିବା ପରୀକ୍ଷାରୁ ଜଣାପଡ଼ିଥିଲା । ଏହାପରେ ଏକ ସୁରକ୍ଷିତ ପ୍ରାକୃତିକ ଆବାସ ସ୍ଥଳୀରେ ସାପଟିକୁ ଛାଡି ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ‘ଭୁଲ ବର୍ଜ୍ୟ ବସ୍ତୁ ପରିଚାଳନାର ଏହା ହେଉଛି ଭୟଙ୍କର ଫଳାଫଳ । ଯଦି ବିୟର କେନକୁ କ୍ରସ କରି ଚେପା କରି ଦିଆଯାଇଥାନ୍ତା ତେବେ ଏଇ ଭଳି ଦୃଶ୍ୟ ଦେଖିବାକୁ ମିଳନ୍ତା ନାହିଁ । ଏଇଭଳି ଘଟଣା ସାରା ପୃଥିବୀରେ ଅନେକ ସ୍ଥାନରେ ଘଟୁଛି । କିଛି ହୃଦୟବାନ ମଣିଷଙ୍କ ନଜରକୁ ଆସି ନପାରି ଅନେକ ସାପଙ୍କ ମୃତ୍ୟୁ ମଧ୍ୟ ହେଉଥିବ’ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.