ETV Bharat / city

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ.ମୁରଲୀଧର - S.Muralidhar takes oath as chief justice high court

ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ. ମୁରଲୀଧର । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଏସ.ମୁରଲୀଧର । ଶପଥ ପାଠ କରାଇଲେ ରାଜ୍ୟପାଳ । ଅଧିକ ପଢନ୍ତୁ...

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ.ମୁରଲୀଧର
ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ.ମୁରଲୀଧର
author img

By

Published : Jan 4, 2021, 10:40 AM IST

Updated : Jan 4, 2021, 2:29 PM IST

ଭୁବନେଶ୍ବର: ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ ମୁରଲୀଧର । ରାଜଭବନ ଅଭିଷେକ ହଲରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ । ଶପଥ ପାଠ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ , ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଡିଜିପି ଅଭୟ, ଗୃହ ସଚିବ, ହାଇକୋର୍ଟର ବରିଷ୍ଠ ବିଚାରପତିମାନେ ଉପସ୍ଥିତ ଥିଲେ । ୩୨ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ମୁରଲୀଧର ।

ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କ୍ରମେ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଥିଲେ । ରବିବାର ଓଡିଶାରେ ଆସି ପହଞ୍ଚିଥିଲେ ଏସ.ମୁରଲଧୀର ।

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ.ମୁରଲୀଧର

ବିରାରପତି ଏସ ମୁରଲୀଧର 2006 ମସିହାରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ତାଙ୍କୁ ପଞ୍ଜାବ-ହରିଆଣା ହାଇକୋର୍ଟକୁ ବଦଳି କରାଯାଇଥିଲା ।

ସୂଚନାଯୋଗ୍ୟ, ଚେନ୍ନାଇର ବିବେକାନନ୍ଦ କଲେଜରୁ ସେ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ ମାଡ୍ରାସ ବିଶ୍ବବିଦ୍ୟାଳୟରୁ ଏଲଏଲବି ପାସ କରିଥିଲେ । ବିଶ୍ବବିଦ୍ୟାଳୟରୁ ସେ ଏଲଏଲଏମ ପାସ କରି ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ପିଏଚଡି କରିଥିଲେ ।

1984ରେ ବିଚାରପତି ମୁରଲୀଧର ଚେନ୍ନାଇରେ ଓକିଲାତି ଜୀବନ ଆରମ୍ଭ କରିଥିଲେ । ତତ୍କାଳୀନ ଅତିରିକ୍ତ ସଲିସିଟର ଜେନେରାଲ ଜି.ରାମସ୍ୱାମୀ ଙ୍କ ପାଖରେ ସେ କିଛି ବର୍ଷ ପ୍ରାକ୍ଟିସ କରିଥିବା ବେଳେ ସୁପ୍ରିମକୋର୍ଟର ବହୁ ଜନସ୍ୱାର୍ଥ ମାମଲାରେ ସେ ଆମିକସକ୍ୟୁରୀ ଭାବେ ନିଯୁକ୍ତି ପାଇଥିଲେ। ଜାତୀୟ ମାନବଧିକାର କମିଶନ ଏବଂ ଭାରତୀୟ ନିର୍ବାଚନ କମିଶନର ମଧ୍ୟ ସେ କାଉନସିଲ ରହିଥିଲେ ।

ଭୋପାଳ ଗ୍ୟାସ ଲିକ ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ମାମଲା ଲଢି ଚର୍ଚ୍ଚାକୁ ଆସିଥିଲେ । 2006 ରେ ଦିଲ୍ଲୀ ହାଇକୋର୍ଟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରଦାନ କରିଥିଲେ ।

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 4, 2021, 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.