ଭୁବନେଶ୍ବର: ସଂସଦରେ ଉଠିବ ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ । ଘଟଣା ଉପରୁ ଏପର୍ଯ୍ୟନ୍ତ ପରଦା ଉଠିନଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ନେଇ ବିଧାନସଭା ଅଚଳ କରିଥିବା ବେଳେ ସଂସଦରେ ମଧ୍ୟ ଏହାକୁ ଉଠାଇ ଶ୍ରେୟ ସାଉଁଟିବାକୁ ପ୍ରସ୍ତୁତ ହେଉଛନ୍ତି ।
ଏନେଇ ବିଜେପି ରାଜ୍ୟପାଳଙ୍କ ଦ୍ବାରସ୍ଥ ହେବାକୁ କହିଥିବା ବେଳେ କଂଗ୍ରେସ ମଧ୍ୟ ଏନେଇ ଭେଟି ସାରିଛି । ତେବେ ସଂସଦରେ ଏହି ପ୍ରସଙ୍ଗ ନିଶ୍ଚିନ୍ତ ଉଠାଇବା ସହ ଆବଶ୍ୟକ ପଡିଲେ ନ୍ୟାୟାଳୟର ବି ସହଯୋଗ ନେବୁ ବୋଲି ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା କହିଛନ୍ତି ।
ସେହିପରି ଏହି ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କରାଯିବ ବୋଲି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ଏହା ବ୍ୟତୀତ ଚିଟଫଣ୍ଡ, ଆଇକନିକ ଟୁରିଜିମ ପ୍ରସଙ୍ଗ ବି ସେ ଉଠାଇବେ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ