ETV Bharat / city

ସ୍ମାର୍ଟସିଟିରେ ଫେଲ ସ୍ମାର୍ଟ ବ୍ୟବସ୍ଥା, କିଓସ୍କୋ ଆବଣ୍ଟନରେ ଦୁର୍ନୀତିର ଗନ୍ଧ ! - କିଓସ୍କୋ ଆବଣ୍ଟନରେ ଦୁର୍ନୀତିର ଗନ୍ଧ

ସ୍ମାର୍ଟସିଟିରେ କିଓସ୍କୋ ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ । ଅଭିଯୋଗକୁ ଖଣ୍ତନ କଲେ ବିଏମସି କର୍ତ୍ତୃପକ୍ଷ। ଅଧିକ ପଢନ୍ତୁ...

Smell of corruption in allocation of kiosks !
ସ୍ମାର୍ଟସିଟିରେ ଫେଲ ସ୍ମାର୍ଟ ବ୍ୟବସ୍ଥା,କିଓସ୍କୋ ଆବଣ୍ଟନରେ ଦୁର୍ନୀତିର ଗନ୍ଧ !
author img

By

Published : Nov 30, 2020, 6:54 PM IST

ଭୁବନେଶ୍ବର: ଦିଗହରା ସ୍ମାର୍ଟ ଜନପଥର ସ୍ମାର୍ଟ ବ୍ୟବସ୍ଥା । ମିଳିଲାନି ସମାନ ହକ୍ । କିଓସ୍କୋ ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ । ଭୁବନେଶ୍ୱର ଶିଶୁ ଭବନ ଛକଠୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା କଡରେ ରହିବ ସ୍ମାର୍ଟ କିଓସ୍କୋ । ଉପଲବ୍ଧ ହେବ ସ୍ମାର୍ଟ ବ୍ୟବସ୍ଥା । ସାଧାରଣ ଲୋକଙ୍କ ପାଇଁ ଜଳଖିଆ, ପାନ ଦୋକାନ ସହ ଜନସାଧାରଣମାନେ ଫୁଟ ପାଥରେ କିଣା କିଣି କରିବାର ସୁବିଧା ପାଇବେ । ହେଲେ ଉଠାଦୋକାନୀ ଓ ବ୍ୟବସାୟୀଙ୍କୁ ଠକି ଦେଇଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷ । ଏ କଥା ଆମେ କହୁନାହୁଁ, ଠକାମିର ଶିକାର ହୋଇଥିବା ସ୍ମାର୍ଟସିଟିର ବ୍ୟବସାୟୀ କହୁଛନ୍ତି ।

ସ୍ମାର୍ଟସିଟିରେ ଫେଲ ସ୍ମାର୍ଟ ବ୍ୟବସ୍ଥା,କିଓସ୍କୋ ଆବଣ୍ଟନରେ ଦୁର୍ନୀତିର ଗନ୍ଧ !

୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ସ୍ମାର୍ଟ ପ୍ରକଳ୍ପରେ ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷ । ପ୍ରାୟ ୮୦ଟି ସ୍ମାର୍ଟ କିଓସ୍କୋର ଚାବି ହସ୍ତାନ୍ତର କରାଯାଇଛି । ସାମାନ୍ୟ ବିଳମ୍ବ ହେଉଛି ସତ ହେଲେ କିଛି ଜାଲିଆତି ହୋଇନି । ଆଗକୁ ଆହୁରି ୨୦୦ ପାଖାପାଖି ନୂଆ କିଓସ୍କୋ ନିର୍ମାଣ କରାଯିବ । ଯଦି କିଛି ନିର୍ଦ୍ଧିଷ୍ଟ ଛୋଟ ମୋଟ ତ୍ରୁଟି ନଜରକୁ ଆସେ ତେବେ ଏହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସ୍ମାର୍ଟସିଟି ସିଇଓ । ସ୍ମାର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ମୂଳ ଲକ୍ଷ୍ୟଠୁ ଦୁରେଇ ଯାଉଛି । ଏହାର ବିଧିବଦ୍ଧ ତଦନ୍ତ ହେବା ଦରକାର ବୋଲି ଦାବି ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.