ETV Bharat / city

ଦୁଃଖ ବୁଝୁଛି କିଏ ? ପଲ୍ୟୁସନ ସାର୍ଟିଫିକେଟ ପାଇଁ ନୟାନ୍ତ ଲୋକେ - ପ୍ରଦୂଷଣ ସାର୍ଟିଫେକଟ

ନୂଆ ଟ୍ରାଫିକ ନିୟମ ପରେ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ରାଜଧାନୀରେ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଏପଟେ ସେମାନଙ୍କ ଦୁଃଖ କିଏ ବୁଝିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଡିଜାଇନ ଫଟୋ
author img

By

Published : Sep 6, 2019, 1:18 PM IST

ଭୁବନେଶ୍ବର: ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିଛି ନୂଆ ଟ୍ରାଫିକ ନିୟମ । ରାଜ୍ୟରେ କଡାକଡି ହେଉଛି ଚେକିଂ । ଘରୁ ପଦାକୁ ଗୋଡ କାଢିଲେ ଲାଗୁଛି ଟେନସନ୍ । କାଳେ କେତେବେଳେ ଆରଟିଓ ଓ ଟ୍ରାଫିକ ପୋଲିସଙ୍କ ହାବୁଡରେ ପଡିଯିବି କି । ନୂଆ ନିୟମକୁ ନେଇ ରାଜଧାନୀ ବାସିନ୍ଦାଙ୍କ ମଧ୍ୟରେ ସବୁଠି ଅଧିକ ଛନକା ପଶୁଛି । କାରଣ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଅବମାନନା କରିବା ଘଟଣାରେ ଭୁବନେଶ୍ବରରେ ସର୍ବାଧିକ ଜୋରିମାନା ଆଦାୟ ହୋଇଛି । ଏପଟେ ବର୍ଷାତମାମ ପ୍ରଦୂଷଣ ସାର୍ଟିଫେକଟ ଦେଉଥିବା ଗାଡି ନିକଟରେ କାହାର ପାଦ ପଡୁ ନଥିବା ବେଳେ ଏବେ ହଠାତ୍ ଲାଗୁଛି ଗହଳି ଚହଳି । କାରଣ ପ୍ରଦୂଷଣ ସାର୍ଟିଫିକେଟ ନଥିଲା ଗଣିବାକୁ ହେବ ମୋଟା ଅଙ୍କର ଟଙ୍କା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀରେ କେତୋଟି ସ୍ଥାନରେ ମିଳୁଛି ପ୍ରଦୂଷଣ ସାର୍ଟିଫିକେଟ୍ ? ଏଥିପାଇଁ କେତେଟି ସଂସ୍ଥା ଦାୟିତ୍ବ ନ୍ୟସ୍ତ କରାଯାଇଛି ? ଲୋକେ ସୁବିଧାରେ ପାଉଛନ୍ତି ତ ସାର୍ଟିଫିକେଟ୍ ? ଯାହାର ଗ୍ରାଉଣ୍ଡ ଲେଭଲରୁ ସ୍ଥିତି ପରଖିଥିଲା ଇଟିଭି ଭାରତ ଟିମ୍ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସରକାର ପ୍ରଦୂଷଣ ସାର୍ଟିଫେକେଟ୍ ପାଇଁ ଆଇନ କଡାକଡି କରିଥିବା ବେଳେ ଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ପ୍ରଦୂଷଣ ସାର୍ଟିଫେକେଟ୍ ଦେବା ପାଇଁ ସରକାରୀଙ୍କ ତରଫରୁ କୌଣସି ପଲ୍ୟୁସନ ସେଣ୍ଟର ନାହିଁ । ସାର୍ଟିଫିକେଟ ଦେଉଛନ୍ତି ବେସରକାରୀ ସଂସ୍ଥା । ଏମାନଙ୍କୁ ସରକାରୀସ୍ତରରେ ଦାୟିତ୍ବ ଦିଆଯାଇଛି ।

ରାଜଧାନୀରେ 21 ସେଣ୍ଟରକୁ ଦାୟିତ୍ବ ଦିଆଯାଇଥିବା ବେଳେ ମୋଟ କାମ କରୁଛନ୍ତି ମାତ୍ର 6ଟି ସେଣ୍ଟର । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସ୍ମାର୍ଟସିଟିବାସୀ । ଗୋଟେ ପଟେ ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ 10 ହଜାର ଟଙ୍କା ଫାଇନ ଦେବାକୁ ନିୟମ ଥିବାବେଳେ ଏପଟେ ରାଜଧାନୀରେ ନାହିଁ ପର୍ଯ୍ୟାପ୍ତ ସେଣ୍ଟର । ଲୋକେ ସାର୍ଟିଫିକେଟ୍ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । କାହାର କେତେବେଳେ ପାଳି ପଡିବ ତାହା କହିବା ମୁସ୍କିଲ । ଆଉ ଏମିତିକି କିଛି ସ୍ଥାନରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ନିରାଶ ହୋଇଛନ୍ତି ଲୋକେ । ଲୋକଙ୍କ ସମସ୍ୟା ନେଇ ଆମେ ଆରଟିଓ ଅଧିକାରୀଙ୍କୁ ଭେଟିଥିଲୁ । ସେ କହିଥିଲେ, ପ୍ରଦୂଷଣ ସାର୍ଟିଫେକେଟ୍ ପାଇଁ ଯେଉଁ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି ସେମାନେ ଅନଲାଇନରେ ଆଇଡି ନେଇ ନାହାନ୍ତି । ଫଳରେ ଏଭଳି ସ୍ଥିତି ଉପନ୍ନ ହୋଇଛି ।

ରାଜ୍ୟରେ କଡାକଡି ନୂଆ ଟ୍ରାଫିକ ନିୟମ ପାଳନ ହେଉଥିବା ବେଳେ ଏପଟେ ରାଜ୍ୟ ସରକାରଙ୍କ ଅଜବ ବ୍ୟବସ୍ଥା ଲୋକଙ୍କୁ ହରଡଘଣାରେ ପକାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.