ETV Bharat / city

ସ୍ମାର୍ଟସିଟିରେ କଡାକଡି ହେଲା ସ୍ୱଚ୍ଛତା ଅନୁପାଳନ - ଭୁବନେଶ୍ବର ଖବର

ସ୍ମାର୍ଟ ସିଟିକୁ ସ୍ବଚ୍ଛ ରଖିବା ପାଇଁ ବିଏମସିର ଆଉ ଏକ ନିଆରା ପଦକ୍ଷେପ । ଦୋକାନ ଗୁଡିକରେ ସ୍ୱଚ୍ଛତା ଅନୁପାଲନ ନେଇ ସୁରକ୍ଷାକର୍ମୀ କଲେ ଯାଞ୍ଚ । ଅଧିକ ପଢନ୍ତୁ....

Smartcity has been strictly enforced
ସ୍ମାର୍ଟସିଟିରେ କଡାକଡି ହେଲା ସ୍ୱଚ୍ଛତା ଅନୁପାଳନ
author img

By

Published : Nov 27, 2020, 12:33 PM IST

ଭୁବନେଶ୍ବର: ସ୍ମାର୍ଟ ସିଟିକୁ ସ୍ବଚ୍ଛ ରଖିବା ପାଇଁ ବିଏମସିର ଆଉ ଏକ ନିଆରା ପଦକ୍ଷେପ । ଏବେ ସୁରକ୍ଷା କର୍ମୀ ସ୍ବଚ୍ଛ ବ୍ୟବସ୍ଥାର ଯାଞ୍ଚ କରିବେ । ଏଭଳି ନିଷ୍ପତି ନେଇଛି ଭୁବନେଶ୍ବର ମହାନଗର ନିଗମ । ଭୁବନେଶ୍ବରରେ ଦୋକାନ କରିଛନ୍ତି କି ? ଏଣିକି ସାବଧାନ ରୁହନ୍ତୁ ,ଦୋକାନ ପାଖରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ,ଡଷ୍ଟବିନ ରଖନ୍ତୁ ନଚେତ ଦେବାକୁ ପଡିବ ଫାଇନ । ଆଉ ରଦ୍ଦ ହେବ ଟ୍ରେଡ଼ ଲାଇସେନ୍ସ ଓ ସିଲ ହେବ ପ୍ରତିଷ୍ଠାନ ବୋଲି ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ । ସ୍ମାର୍ଟସିଟିର ସ୍ବଚ୍ଛତାକୁ ଅଗ୍ରାଧିକାର ଦେଇ ଏଣିକି ଘରୋଇ ସଂସ୍ଥାର ସୁରକ୍ଷା କର୍ମୀ ବିଭିନ୍ନ ଦୋକାନ ବଜାରର ପରିମଳ ଅବସ୍ଥା ଯାଞ୍ଚ କରିବେ । ଏନେଇ ଏକ ଘରୋଇ ସିକୁରୀଟି ସଂସ୍ଥାର ୬ ଜଣ ଉଭୟ ପୁରୁଷ ମହିଳା ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।

ସ୍ମାର୍ଟସିଟିରେ କଡାକଡି ହେଲା ସ୍ୱଚ୍ଛତା ଅନୁପାଳନ

ହାଟ ବଜାରରେ ଥିବା ବ୍ୟବସାୟୀ ପ୍ରତିଷ୍ଠାନରେ ଡ଼ଷ୍ଟବିନ ରଖିଛନ୍ତି ନା ନାହିଁ ତଦାରଖ କରିବେ। ଆବର୍ଜନା ପଡ଼ିଥିଲେ ନିକଟସ୍ଥ ବ୍ୟବସାୟୀଙ୍କୁ ତାଗିଦ କରିବେ । ନିଷିଦ୍ଧ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କରୁଥିଲେ ବିଏମସିକୁ ରିପୋର୍ଟ ଦେବେ । ସେହି ରିପୋର୍ଟ ଆଧାରରେ ବିଏମସି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ପ୍ରଥମ ଦିନରେ ଭୁବନେଶ୍ବରର ବିଭିନ୍ନ ମାର୍କେଟ ବୁଲି ଏହି ସୁରକ୍ଷା ଟିମ ଯାଞ୍ଚ କରିଛନ୍ତି। ରାଜମହଲ ଛକ,କଳ୍ପନା,ରସୁଲଗଡ଼,ଏକ ନମ୍ବର ହାଟ ,ମାଷ୍ଟର କ୍ୟାଣ୍ଟିନ ବୁଲି ପ୍ରାୟ ୧୧୫ ଦୋକାନୀଙ୍କ ପରିମଳ ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଏହି ୬ ଜଣିଆ ଟିମ । ଯେଉଁ ବ୍ୟବସାୟୀମାନେ ନିୟମ ପାଳନ କରିବେ ନାହିଁ ସେମାନଙ୍କ ଦୋକାନ ସିଲ ହେବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.