ETV Bharat / city

ଦିବ୍ୟାଙ୍ଗଙ୍କ ସହ ହୋଲି ଖେଳିଲେ ‘ପିପୁଲ୍ସ ଫର ସେବା’ - ଦିବ୍ୟାଙ୍ଗ

ଶାନ୍ତି, ସଦଭାବନାର ସମିଶ୍ରଣ ପର୍ବ ହୋଲିକୁ ଟିକେ ନିଆରା ଢଙ୍ଗରେ ପାଳନ କରିଥିଲେ ସ୍ମାର୍ଟ ସିଟିର ଯୁବପିଢି । ଯେଉଁମାନେ ଦୁନିଆକୁ ଦେଖିପାରନ୍ତି ନାହିଁ ସେମାନଙ୍କ ଓଠରେ ହସ ଫୁଟାଇବାକୁ ନିଆରା ଚେଷ୍ଟା କରିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 22, 2019, 10:10 PM IST

ଭୁବନେଶ୍ବର: ରଙ୍ଗର ପର୍ବ ହୋଲି । ରଙ୍ଗ ଅବିରରେ ରଙ୍ଗୀନ ହୋଇପଡିଛି ସମଗ୍ର ରାଜ୍ୟ । କିଏ ଅବିର ବୋଳୁଛି ତ ପୁଣି କିଏ ମିଠା ଖୁଆଇ ଭାଇଚାରାର ପର୍ବ ହୋଲି ପାଳୁଛି । ଶାନ୍ତି, ସଦଭାବନାର ସମିଶ୍ରଣପର୍ବ ହୋଲିକୁ ଟିକେ ନିଆରା ଢଙ୍ଗରେ ପାଳନ କରିଥିଲେ ସ୍ମାର୍ଟ ସିଟିର ଯୁବପିଢି । ଯେଉଁମାନେ ଦୁନିଆକୁ ଦେଖିପାରନ୍ତି ନାହିଁ ସେମାନଙ୍କ ଓଠରେ ହସ ଫୁଟାଇବାକୁ ଚେଷ୍ଟା କରିଥିଲେ ରାଜଧାନୀର କିଛି ଯୁବ ସଙ୍ଗଠନ ପିପୁଲ୍ସ ଫର ସେବା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରଙ୍ଗର ପର୍ବ ହୋଲିରେ ନିଜକୁ ରଙ୍ଗରେ ରଙ୍ଗେଇ ଉତ୍ସବ ମୁଖର ହୋଇଉଠିଥିଲା ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । କିନ୍ତୁ ସମାଜରେ ଏପରି ଅନେକ ପିଲା ଅଛନ୍ତିଯେଉଁମାନେ ରଙ୍ଗକୁ ଦେଖି ପାରନ୍ତି ନାହିଁ । ହୋଲି ଖେଳ କଥା ଶୁଣି ଖୁସି ହୋଇ ଯାଆନ୍ତି ସେମାନେ । କିନ୍ତୁ ଆଜି ସେମାନଙ୍କ ଓଠରେ ହସ ଫୁଟାଇବାକୁ ଆଗକୁ ଆସିଥିଲେ କିଛି ଯୁବପିଢି । ନିଜ ପକେଟ୍‌ ମନିରୁ ଦିବ୍ୟାଙ୍ଗ ପିଲାମାନଙ୍କ ରଙ୍ଗ ଅବିର, ମିଠା ଚକୋଲେଟ କିଣି ଥିଲେ । ସେମାନଙ୍କ ଠାରୁ ଏହି ସବୁ ପାଇ ବେଶ୍ ଖୁସି ଜାହିର କରିଛନ୍ତି ଦିବ୍ୟାଙ୍ଗ ପିଲାମାନେ । ଆଜି କାଲି ନୁହେଁ ଦୀର୍ଘ 4 ବର୍ଷ ହେଲେଣି ପିଲାଙ୍କ ଓଠରେ ହସ ଫୁଟାଇବା ପାଇଁ ଏପରି ପ୍ରୟାସ ଜାରି ରଖିଛନ୍ତି ଯୁବପିଢି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.