ଭୁବନେଶ୍ବର: ରାତି ପାହିଲେ ତ୍ୟାଗ ବଳିଦାନର ପର୍ବ ଇଦ୍ । ଚାନ୍ଦ ଦେଖିଲା ପରେ ଗୋଟିଏ ମାସର ରୋଜା ଭାଙ୍ଗିବେ ମୁସଲମାନ ସଂପ୍ରଦାୟର ଭାଇ ଓ ଭଉଣୀ । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ରାଜ୍ୟ । ଏପରିରି ଇଦ-ଉଲ୍-ଫିତର୍ ଅବ୍ୟବହିତ ପୂର୍ବରୁ ସଜେଇ ହେଲାଣି ସ୍ମାର୍ଟ ଓ ଷ୍ଟିଲ ସିଟି । ମୁସଲମାନ ସଂପ୍ରଦାୟଙ୍କ ପାଇଁ ବଡ ପର୍ବ ହୋଇଥିବାରୁ ପ୍ରସ୍ତୁତି ଜୋରଦାର କରାଯାଉଛି ।
ଭାଇଚାରା ପର୍ବକୁ ଧୁମଧାମରେ ପାଳିବା ପାଇଁ ବିଭିନ୍ନ ଦୋକାନ ବଜାରରେ ଲାଗିଛି ପ୍ରବଳ ଭିଡ । ମିଠା ଦୋକାନ ଠାରୁ ଆରମ୍ଭ କରି ପୋଷାକ ଦୋକାନ ପର୍ଯ୍ୟନ୍ତ ସବୁଠି ଗହଳି ଚହଳି । ଇଦ୍ ଅର୍ଥାତ୍ ଖିସି ପାଳିବା । ଏଥିପାଇଁ ଚାରିଆଡେ ମେଲିଛି ମିଠା ଦୋକାନର ପସରା ।
ଅନ୍ୟପଟେ ଇଦ୍ ପାଇଁ ଇସ୍ପାତ ନଗରୀରେ ମଧ୍ୟ କରାଯାଇଛି ଜୋରଦାର ଆୟୋଜନ । ଏପରିକି ଏ ନେଇ ପ୍ଲାଣ୍ଟ ସାଇଟ ପୋଲିସ ଇଣ୍ଟିଗ୍ରେସନ ଫୋରମର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେପଟେ ବୁଧବାର ସକାଳେ ନମାଜ ପାଠ ପାଇଁ ସହରର ଇଦଗାହ ମୈଦାନ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ମୁତୟନ କରାଯିବ ।
ତେବେ ଇଦ୍ ପାଇଁ ରାସ୍ତା କଡରେ ଖୋଲିଛି ଅସ୍ଥାୟୀ ଦୋକାନ । ବିଭିନ୍ନ ସାମଗ୍ରୀ କିଣିବା ପାଇଁ ସନ୍ଧ୍ୟାରେ ଦୋକାନ ଗୁଡିକରେ ଲାଗୁଛି ଲୋକଙ୍କ ଗହଳି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ ଓ ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ