ETV Bharat / city

ବୟସ ଠାରୁ ଚିନ୍ତାଧାରା ଅତି ଉଚ୍ଚକୋଟୀର - hit

ଆଜିକାଲି ସମାଜରେ ଲୋକମାନେ ଯେତିକି ସମାଜ ପାଇଁ ଉନ୍ନତି ମୂଳକ କାର୍ଯ୍ୟ ନ କରନ୍ତି ବରଂ ତାହା ଠାରୁ ଅଧିକ ତାହାର ପ୍ରଚାର କରିଥାନ୍ତି। କିନ୍ତୁ ବେଶେଶ୍ୱର ବସ୍ତିରେ ରହୁଥିବା ଏହି ଚାରି ସାଙ୍ଗ ଜୟଗୁରୁ, ରାଜେଶ, ମିଥୁନ ଓ ଶୁଭମ ।

ଫଟୋ ସୌଜନ୍ଯ:ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 2, 2019, 1:13 PM IST

ଭୁବନେଶ୍ବର: ବୟସ ଖୁବ କମ୍ କିନ୍ତୁ ଚିନ୍ତା ବହୁତ ବଡ଼। ଯେଉଁ ସମୟରେ ସାଙ୍ଗ ସାଥୀଙ୍କ ସହିତ ମିଶି ଖେଳାବୁଲା କରିବା କଥା ସେହି ସମୟରେ ନିଜ ପରିବେଶକୁ ନେଇ ଏହି ଛୋଟ ଛୋଟ ଶିଶୁମାନେ ଚିନ୍ତିତ। ଗତ ଫନି ବାତ୍ୟାରେ ରାଜଧାନୀ ସମେତ ଓଡ଼ିଶାର ଅନେକ ଅଂଶ ବୃକ୍ଷହୀନ ହୋଇ ପଡ଼ିଥିବାବେଳେ ଏମାନେ ନିଜର ପାଠପଢ଼ା ବାଦ ବଳକା ସମୟକୁ ନିଜେ ରହୁଥିବା ପାଖାପାଖି ଖାଲି ସ୍ଥାନ ମାନଙ୍କରେ ଗଛ ଲାଗାଇ ସବୁଜିମା ଫେରାଇ ଆଣିବା ପାଇଁ ପ୍ରୟାସ କରୁଛନ୍ତି।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଭୁବନେଶ୍ବର

ବାତ୍ୟା ପରେ ବୃଦ୍ଧି ପାଇଥିବା ଗରମ ଓ ବର୍ଷା ଅଭାବ ହେତୁ ଲୋକମାନେ ବହୁତ ହୀନସ୍ଥା ହେଉଥିବା ସେମାନେ ଅନୁଭବ କରିଛନ୍ତି। ତେଣୁ ସ୍କୁଲ ଗଲାବେଳେ ବାଟରେ ଛାଇଟିକେ ପାଇବାକୁ ସେମାନେ ଡହଳ ବିକଳ ହେଉଥିବା ଅନୁଭବ କରି ଆଚାର୍ଯ୍ୟ ବିହାର ବିଶେଶ୍ୱର ବସ୍ତିରେ ରହୁଥିବା ଏହି କୁନି କୁନି ଶିଶୁମାନେ ଗଛ ଲଗାଇବା ପାଇଁ ମନସ୍ତ କରିଥିବା କହିଛନ୍ତି ।

ବେଶେଶ୍ୱର ବସ୍ତିରେ ରହୁଥିବା ଏହି ଚାରି ସାଙ୍ଗ ଜୟଗୁରୁ, ରାଜେଶ, ମିଥୁନ ଓ ଶୁଭମଙ୍କ ବୟସ ପ୍ରାୟ 10 -13 ବର୍ଷ । ତେବେ ଏମାନେ ପାଠ ପଢାକୁ ବାଦ ଦେଲେ ଖାଲି ସମୟରେ ଗଛ ଲଗାଇଥାନ୍ତି ବୋଲି କହିଛନ୍ତି। ଏପର୍ଯ୍ୟନ୍ତ ସେମାନେ ନିଜେ ପଢୁଥିବା ଆରଆର କଲୋନୀ ପ୍ରୋଜେକ୍ଟ ବିଦ୍ୟାଳୟ , ସୈନିକ ବିଦ୍ୟାଳୟ, ବାଣୀବିହାର ପରିସରରେ ଥିବା ଜଗନ୍ନାଥ ମନ୍ଦିର ପରିସର ସମେତ ନିଜ ଘର ବାଡ଼ିରେ ମଧ୍ୟ ଗଛ ଲଗାଇଥିବା କହିଛନ୍ତି ।

ଏହାଛଡା ନିଜ ଆଖପାଖରେ ମିଳୁଥିବା ଗଛ ଯଥା ଆମ୍ବ, ପଣସ, ଟଗର, ନିମ୍ବ, କନିଆର ଓ ଅମୃତଭଣ୍ଡା ଭଳି ଗଛ ଲାଗାଇ ତାର ଯତ୍ନ ନେଉଥିବ କହିଛନ୍ତି । ତେବେ ସୋମବାର ଠାରୁ ସପ୍ତାହବ୍ୟାପୀ ବନମହୋତ୍ସବ ପାଳନ ହେଉଥିବା ବେଳେ ଏହି କୁନି ପିଲାଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ସଦୃଶ ।

ଆଜିକାଲି ସମାଜରେ ଲୋକମାନେ ଯେତିକି ସମାଜ ପାଇଁ ଉନ୍ନତି ମୂଳକ କାର୍ଯ୍ୟ ନ କରନ୍ତି ବରଂ ତାହା ଠାରୁ ଅଧିକ ତାହାର ପ୍ରଚାର କରିଥାନ୍ତି। କିନ୍ତୁ ଏମାନେ ନିଃସ୍ୱାର୍ଥପର ଭାବେ ଏକତ୍ରିତ ହୋଇ ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ଲାଗିଛନ୍ତି। ଯାହାକି ବର୍ତ୍ତମାନର ସଭ୍ୟ ସମାଜ ଲୋକଦେଖାଣୀଆ ସାମାଜିକ କର୍ମୀଙ୍କ ପାଇଁ ଏକ ସନ୍ଦେଶ ବୋଲି କୁହାଯାଇପାରେ। ଏମାନଙ୍କ ଠାରୁ କିଛି ଶିଖି ସମସ୍ତେ ଆମ ପରିବେଶ ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି ଜନୈକ ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.