ETV Bharat / city

ପାର୍ବଣରେ ନାହିଁ ମୀନାବଜାରର ଆସର, ଧୂଳିସାତ ବେପାର ବଣିଜ - ଫିକା ପଡିଛି ମୀନାବଜାର

କୋରୋନା କଟକଣାରେ ଫିକା ପଡିଛି ମୀନାବଜାର । ବେପାର ନକରିପାରି ହନ୍ତସନ୍ତ ବେପାରୀ । ଅଧିକ ପଢନ୍ତୁ...

ପାର୍ବଣରେ ନାହିଁ ମୀନାବଜାରର ଆସାର, ଧୂଳିସାତ ବେପାରବଣିଜ

author img

By

Published : Oct 26, 2020, 4:30 PM IST

ଭୁବନେଶ୍ବର: ପାର୍ବଣ ଋତୁ ଆସିଲେ ମନେ ପଡେ ମୀନା ବଜାର। ଦିଅଁ ଦର୍ଶନ ସହ ମୀନ ବଜାର ବୁଲି ଆସିବାର ମଜା ଭାରି ନିଆରା । କିଏ ରଙ୍ଗବେରଙ୍ଗର ଚୂଡିର ପସରା ମେଲାଇ ବସିଥାଏ ତ କିଏ ନାନା ଗଳ୍ପ କବିତାର ବହି। ମେଳାରେ ଥିବା ଦୋଳି ରେ ଲାଗିଥାଏ ଲମ୍ବାଲାଇନ। ସେପଟେ ପୁଣି କିଏ ଆଇସକ୍ରିମ ବିକିବା ସହ କୁହୁକ ଯାଦୁ ଦେଖାଇ ଦେଖାଣାହାରିଙ୍କ ମନ କିଣିନିଏ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୀନା ବଜାର ପଡିଆରେ ଲାଗିଥାଏ ଗହଳି ଚହଳି। ହେଲେ ଚଳିତ ବର୍ଷ ଖାଁ ଖାଁ ସବୁ ପୀଠ ମଣ୍ଡିପ, ଫାଙ୍ଖା ପଡିଛି ପଡିଆ। ସଂକ୍ରମଣର ଭୟ ସମସ୍ତଙ୍କୁ ଘର ଭିତରେ ବାନ୍ଧି ରଖିଛି। ତେବେ ମୀନାବଜାରରେ ଭଲ ଦୁଇ ପଇସା ରୋଜଗାର କରୁଥିବା ବେପାରୀ କୋରୋନା କାରଣରୁ ଆଜି ବେପାର କରିନପାରି ସଙ୍ଘର୍ଷମୟ ଜୀବନ ବିତାଉଥିବା କହିଛନ୍ତି ବେପାରୀ।

ପାର୍ବଣରେ ନାହିଁ ମୀନାବଜାରର ଆସର, ଧୂଳିସାତ ବେପାର ବଣିଜ

ମୀନା ବଜାର ସମୟରେ ଦୈନିକ 5 ରୁ 8 ହଜାର ଟଙ୍କା ରୋଜଗାର କରୁଥିବାବେଳେ, କୋରୋନା କଟକଣା ପାଇଁ ଚଳିତ ବର୍ଷ 500 ଟଙ୍କା ମିଳିବା ବି ବହୁତ କଷ୍ଟ ହୋଇପଡୁଛି। ଯାହାକୁ ନେଇ 7 ମାସ ଧରି ବେପାର ମାନ୍ଦା ରହିଥିବା ବେଳେ, ଏବର୍ଷ ପାର୍ବଣ ସମୟରେ ଏଭଳି ବେପାର ଅନେକ କଷ୍ଟ ଦେଇଥିବା କହିଛନ୍ତି ବେପାରୀ। ସବୁବେଳେ, ରାଜଧାନୀରେ ମୋଟ 170ଟି ମେଢ ପ୍ରସ୍ତୁତ କରାଯାଉଥିବା ବେଳେ, ସହିଦ ନଗର, ନୟାପଲ୍ଲୀ, ରସୁଲଗଡ, ବରମୁଣ୍ଡା ଆଦି ସ୍ଥାନରେ ମୀନାବଜାର ପଡିଥାଏ। ତେବେ ଚଳିତ ବର୍ଷ କୋରୋନାକୁ ଦୃଷ୍ଟିରେ ରଖି ମୀନାବଜାରକୁ ପ୍ରଶାସନ ନା କରିଛି। ଯେଉଁଥିପାଇଁ ମା'ଙ୍କୁ ଦର୍ଶନ କରିବାକୁ ନ ଆସିବାରୁ ବେପାର ମଧ୍ୟ ଠପ ହୋଇପଡିଛ ।

କୋରୋନା ଭୟ ପାଇଁ ମିନବଜ଼ାର ବନ୍ଦ ହୋଇଛି ଏବର୍ଷ କିନ୍ତୁ ଏଇ ମିନାବଜ଼ାର ରେ ଦୋକାନ ଖୋଲି ଦୁଇ ପଇସା ରୋଜ଼ଗର କରୁଥିବା ଦୋକାନୀ ଙ୍କ ବ୍ୟବସାୟ ମଧ୍ୟ ବନ୍ଦ ହୋଇ ଯାଇଛି ତେବେ ପରିବାରର ପେଟ ପୋଷିବାକୁ କିଛି ବେପାରୀ 2 ପଇସା ରୋଜଗାର ଆଶାରେ ରାଜଧାନୀର ରାସ୍ତା କଡରେ ଦୋକାନ ଖୋଲି ବସିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.