ETV Bharat / city

Skoch-2021 Award; 2ଟି ବର୍ଗରେ ପୁରସ୍କୃତ ହେଲା ମହିଳା ଶିଶୁକଲ୍ୟାଣ ବିଭାଗ

author img

By

Published : Nov 13, 2021, 10:47 PM IST

ରାଜ୍ୟର ମହିଳା, ଶିଶୁ ଓ ବାଳିକା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ରାଜ୍ୟ ସରକାରଙ୍କ ପ୍ରୟାସକୁ ପୁଣିଥରେ ସର୍ବଭାରତୀୟ ସ୍ତରରେ ପ୍ରଶଂସା । ଅଧିକ ପଢନ୍ତୁ...

Skoch-2021  ପୁରସ୍କାର
Skoch-2021 ପୁରସ୍କାର

ଭୁବନେଶ୍ବର: ରାଜ୍ୟର ମହିଳା, ଶିଶୁ ଓ ବାଳିକା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ରାଜ୍ୟ ସରକାରଙ୍କ ପ୍ରୟାସକୁ ପୁଣିଥରେ ସର୍ବଭାରତୀୟ ସ୍ତରରେ ପ୍ରଶଂସା । ଆଜି ଆୟୋଜିତ 75 ତମ skoch ସମ୍ମିଳନୀ ତଥା ପୁରସ୍କାର ସମାରୋହରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର 2 ଟି କାର୍ଯ୍ୟକ୍ରମ ପୁରସ୍କୃତ ହୋଇଛି ।

Photo
Skoch-2021 ପୁରସ୍କାର; 2ଟି ବର୍ଗରେ ପୁରସ୍କୃତ ହେଲା ମହିଳା ଶିଶୁକଲ୍ୟାଣ ବିଭାଗ

ଘରେ ଘରେ ଅରୁଣିମା"କୁ ପ୍ଲାଟିନମ ବର୍ଗରେ ଏବଂ ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ "ନିର୍ଭୟା କଢିକୁ" ସମ୍ମାନଜନକ ଗୋଲ୍ଡ ବର୍ଗରେ skoch-2021 ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ଆଦ୍ୟ ଶୈଶବ କାର୍ଯ୍ୟକ୍ରମ "ବାତ୍ସଲ୍ୟ" ନୋମିନେସନ ପର୍ଯ୍ୟାୟରେ ସେମି ଫାଇନାଲରେ ସ୍ଥାନିତ ହୋଇଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସହଯୋଗୀ, UNICEF, UNFPA ଙ୍କ ସମେତ ସମସ୍ତ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠା ଓ ପରିଶ୍ରମକୁ ପ୍ରଶଂସା କରିବା ସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଭାସୀ ମାଧ୍ୟମରେ ଏହି ବିଶାଳ କାର୍ଯ୍ୟକ୍ରମରେ ଦେଶର ବହୁ ରାଜ୍ୟରୁ ବିଶିଷ୍ଟ ବକ୍ତା, ପ୍ରଶାସକ, ନିତି ନିର୍ଦ୍ଧାରଣ କାରୀ ଅଂଶଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ସମ୍ପର୍କରେ ମତବ୍ୟକ୍ତ କରିଛନ୍ତି ।

ଉଦଘାଟନୀ ସମାରୋହରେ skoch ଗ୍ରୁପର ଅଧ୍ୟକ୍ଷ ସମୀର କୋଚର ଅଧ୍ୟକ୍ଷତା କରିଥିବାବେଳେ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡ. ଗୁରୁଚରଣ ଅଞ୍ଚଳ ପ୍ୟାନେଲ ପରିଚାଳନା କରିଛନ୍ତି । ଚୟନ ହୋଇଥିବା ତିନୋଟି ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି ସମାଜ କଲ୍ୟାଣ ଓ ସମନ୍ଵିତ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ । ସେ କହିଛନ୍ତି ଯେ, କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ସମୟୋଚିତ ପଦକ୍ଷେପ ପାଇଁ ମହାମାରୀର ପରିଚାଳନାରେ କେବଳ ଓଡିଶା ସଫଳ ହୋଇନି । ସବୁ ବର୍ଗର ଉନ୍ନତି ସହ ରାଜ୍ୟର ସାମଗ୍ରୀକ ବିକାଶ ପ୍ରକ୍ରିୟା ତ୍ବାରାନ୍ବିତ ହୋଇପାରିଛି । ଓଡିଶାରୁ ପ୍ୟାନେଲ ଆଲୋଚନାରେ ଭାଗ ନେଇ ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମ ଗୁଡିକୁ ରାଜ୍ୟରେ କିଭଳି ରୂପାୟନ କରାଯାଉଛି ସେ ସମ୍ପର୍କରେ ମତବ୍ୟକ୍ତ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଆନ୍ତରିକ ଉଦ୍ୟମ ପାଇଁ ଚୟନ ହୋଇଥିବା ଯୋଜନା ଗୁଡିକର ତୃଣମୂଳ ସ୍ତରରେ ସଫଳ ରୂପାୟନ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

କରୋନା ମହାମାରୀ ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ହେଇଯିବାରୁ ପ୍ରାୟ 15 ଲକ୍ଷ ଶିଶୁଙ୍କର ପ୍ରାକ ବିଦ୍ୟାଳୟ ଶିକ୍ଷା ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ଶିଶୁ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ଯେଭଳି ବାଧାପ୍ରାପ୍ତ ନହେବ ଏହାକୁ ଦୃଷ୍ଟିରେ ରଖି 'ଘରେ ଘରେ ଅରୁଣିମା' ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଥିଲା । ନାନାଦି ସୃଜନ କଳା ନୃତ୍ୟ, ଗୀତ, ଗଳ୍ପ କଥନ ଓ ପଠନ, ଚିତ୍ରକଳା, ମାଟିରେ ବିଭିନ୍ନ ପ୍ରତିକୃତି ଗଠନ, ଯୋଗ, ବ୍ୟାୟମ ଆଦି ଶାରୀରିକ ଅଭ୍ୟାସ କରାଯାଉଥିଲା । ଏହାରି ମାଧ୍ୟମରେ ଶିଶୁ ମାନଙ୍କ ବିକାଶ ପାଇଁ ପ୍ରତ୍ୟେକ ମାସ ନିମନ୍ତେ ବିଷୟବସ୍ତୁ ଆଧାରିତ ଏକ ବାର୍ଷିକ କ୍ୟାଲେଣ୍ଡର୍ ପ୍ରସ୍ତୁତ କରାଯାଇଥିଲା । ଅଙ୍ଗନବାଡି କର୍ମୀ ମାନଙ୍କ ସହାୟତାରେ ଶିଶୁ ମାନଙ୍କ ପାଖକୁ ଏହାକୁ ପଠାଯାଇଥିଲା । ଏହି କାର୍ଯ୍ୟକ୍ରମର ପରିକଳ୍ପନା ବିଶେଷ ଆଦୃତ ହୋଇଥିଲା ।

ତେଣୁ ଅନ୍ୟ ରାଜ୍ୟ ମାନଙ୍କ ଅନୁରୋଧରେ ଏହି କ୍ୟାଲେଣ୍ଡରକୁ ଇଂରାଜିରେ ଅନୁବାଦ କରାଯାଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟରେ ଉପଲବ୍ଧ କରାଯାଇଛି । ବାଲ୍ୟ ବିବାହ ମୁକ୍ତ ଗ୍ରାମ ସୃଷ୍ଟି ଲକ୍ଷ୍ୟରେ "ନିର୍ଭୟା କଢି" ନାମରେ ଏକ ଅଭିନବ ପ୍ରୟାସ ସମଗ୍ର ରାଜ୍ୟ ଓ ଗଞ୍ଜାମ ଜିଲ୍ଲାରେ 2019 ମସିହାରେ ଆରମ୍ଭ କରାଯାଇଥିଲା । ବାଲ୍ୟ ବିବାହ ରୋକିବା ଦିଗରେ ସମସ୍ତ ଅଂଶୀଦାର ମାନଙ୍କୁ ସମ୍ପୃକ୍ତ ଓ ସଚେତନ କରିବା ରେ ଏହି ଅଭିଯାନ ବେଶ ସଫଳ ହୋଇଛି । ଗଞ୍ଜାମ ଜିଲ୍ଲାର 3259 ଗ୍ରାମର 1,83,933 ଜଣ କିଶୋରୀଙ୍କ ନିକଟରେ ଏହି ଅଭିଯାନର ବାର୍ତ୍ତା ପହଞ୍ଚି ପାରିଛି । ଜିଲ୍ଲାର 1032 ଗ୍ରାମର 140 ଟି ୱାର୍ଡ଼କୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି । ସେହିପରି 3 ବର୍ଷରୁ କମ ବୟସର ଶିଶୁ ମାନଙ୍କ ମସ୍ତିଷ୍କର ବିକାଶକୁ ବିଶେଷ ଗୁରୁତ୍ଵ ଦିଆଯାଇ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ପାଇଁ 'ବାତ୍ସଲ୍ୟ' ଯୋଜନା ଆରମ୍ଭ କରାଯାଇଛି । ଏହି ଶିଶୁ ମାନଙ୍କ ପାଇଁ କୁନି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ସେମାନଙ୍କ ମାନସିକ ଓ ସାମାଜିକ ବିକାଶକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଛି । ସୂଚନା ପୁସ୍ତିକାରେ ଉଲ୍ଲେଖିତ ବିଭିନ୍ନ ବିଷୟ ବସ୍ତୁ ଗୁଡିକ ସମ୍ପର୍କରେ ବିଭାଗର ମାସ୍କଟ ଟିକି ମାଉସୀ ଜରିଆରେ ପିତାମାତାଙ୍କୁ ସଚେତନ କରିବା ନିମନ୍ତେ ପ୍ରୟାସ କରାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.