ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ମନ କିଣିନେଲା କୁନିପିଲାଙ୍କ ସ୍କେଟିଂ

ଗଣତନ୍ତ୍ର ଦିବସ ସମାରୋହରେ ଆୟୋଜିତ ରଙ୍ଗାରଙ୍ଗ ପରେଡ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲା କୁନି କୁନି ପିଲାଙ୍କ ସ୍କେଟିଂ ପ୍ରଦର୍ଶନ । ଯାହା ଦର୍ଶକଙ୍କୁ ଭରପୁର ଆନନ୍ଦ ଦେବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମୁହଁରେ ହସ ଫୁଟାଇ ପାରିଥିଲା ।

skerting performed
କୁନି ପିଲାଙ୍କ ସ୍କେଟିଂ ପ୍ରଦର୍ଶନ
author img

By

Published : Jan 26, 2020, 3:03 PM IST

ଭୁବନେଶ୍ବର: ଆଜି ଦେଶ ପାଳୁଛି 71ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ କଳା ଓ ସଂସ୍କୃତି ପ୍ରଦର୍ଶିତ ହେଉଥିବାବେଳେ ଓଡିଶାରେ ମନ କିଛିନେଇଛି ବିଦେଶୀ ସ୍କେଟିଂ । ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ଆୟୋଜିତ ରଙ୍ଗାରଙ୍ଗ ପରେଡ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲା କୁନି କୁନି ପିଲାଙ୍କ ସ୍କେଟିଂ ପ୍ରଦର୍ଶନ । ଯାହା ଦର୍ଶକଙ୍କୁ ଭରପୁର ଆନନ୍ଦ ଦେବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମୁହଁରେ ଅନେକ ସମୟ ପର୍ଯ୍ୟନ୍ତ ହସ ଫୁଟାଇ ପାରିଥିଲା ।

କୁନି ପିଲାଙ୍କ ସ୍କେଟିଂ ପ୍ରଦର୍ଶନ

ଆୟୋଜିତ ଏହି ଉତ୍ସବରେ ମହାମହିମ ପ୍ରଫେସର ଗଣେଶି ଲାଲ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଥିଲେ । ଏଥିରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ । ଗାନ୍ଧିମାର୍ଗରେ ପ୍ରଦର୍ଶିତ ଏହି ପରେଡ ଉତ୍ସବରେ ଦୁଇଟି ଡେୟାର ଡେଭିଲସ୍ ଦଳ ଓ ସ୍କେଟିଂ ଟିମ ସହ ପାରମ୍ପରିକ ସାଂସ୍କୃତିକ ନୃତ୍ୟ ସହ 12ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.