ETV Bharat / city

National Monetisation Pipeline: ଲିଷ୍ଟରେ ଓଡିଶାର 6 ଜାତୀୟ ରାଜପଥ, 1.6 ଲକ୍ଷ କୋଟି ସଂଗ୍ରହ ଲକ୍ଷ୍ୟ - ମନିଟାଇଜେସନ ପାଇପଲାଇନ

ରାଜ୍ୟର ୬ଟି NH ଷ୍ଟ୍ରେଚ୍ ତଥା ଜାତୀୟ ରାଜପଥକୁ ମନିଟାଇଜେସନ ପାଇପଲାଇନ ଅଧିନରେ ଲିଜରେ ଦିଆଯିବ । ଏହି ସମ୍ପତ୍ତିଗୁଡିକ 2022-25 ମଧ୍ୟରେ 1.6 ଲକ୍ଷ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ଆଣିପାରେ ବୋଲି ଆକଳନ କରାଯାଇଛି । ଅଧିକ ପଢନ୍ତୁ...

National Monetisation Pipeline: ଜାଣନ୍ତୁ ଲିଷ୍ଟରେ ଓଡିଶାର କେଉଁ ଜାତୀୟ ରାଜପଥ

author img

By

Published : Aug 24, 2021, 8:26 PM IST

ଭୁବନେଶ୍ବର: ସରକାରୀ ଭିତ୍ତିଭୂମି ଓ ସମ୍ପତ୍ତିକୁ ଘରୋଇ କ୍ଷେତ୍ରକୁ ଲିଜରେ ଦେଇ 2025 ସୁଦ୍ଧା ୬ ଲକ୍ଷ କୋଟି ଆଦାୟ ପାଇଁ ମୋଦି ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଏନେଇ ଲଞ୍ଚ ହୋଇସାରିଛି National Monetisation Pipeline (NMP) ନୂତନ ମୁଦ୍ରା ସଂଗ୍ରହ ନୀତି । ସରକାରଙ୍କ ହାତରେ ମାଲିକାନା ଥାଇ ଭିତ୍ତିଭୂମିର ବିକାଶ ପାଇଁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରାଯିବ ସରକାରୀ ସମ୍ପତ୍ତି ।

NMP ଅଧିନରେ ଜାତୀୟ ରାଜମାର୍ଗ, ରେଳ ରୁଟ୍‌, ଷ୍ଟାଡିୟମ ଓ ପାୱାର ଗ୍ରିଡ ପାଇପଲାଇନ ଭଳି ସରକାରୀ ଭିତ୍ତିଭୂମି ସମ୍ପତ୍ତିକୁ ଘରୋଇ କ୍ଷେତ୍ରକୁ ଲିଜରେ ଦିଆଯିବ । ଓଡିଶାରେ ରାଜପଥଗୁଡିକ ମଧ୍ୟ ଏଥିରେ ସାମିଲ ରହିଛି । ତେବେ କେଉଁ ରାଜପଥଗୁଡିକ ଲିଜରେ ଦିଆଯିବ, ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ।

ରାଜ୍ୟର ୬ଟି NH ଷ୍ଟ୍ରେଚ୍ ତଥା ଜାତୀୟ ରାଜପଥକୁ ମନିଟାଇଜେସନ ପାଇପଲାଇନ ଅଧିନରେ ଲିଜରେ ଦିଆଯିବ । ଦେଶରେ ସମୁଦାୟ 26,700 କିମି ଜାତୀୟ ରାଜପଥ ଲିଜରେ ଦିଆଯିବ । ସେଥିମଧ୍ୟରୁ ରାଜ୍ୟର ୬ଟି ଜାତୀୟ ରାଜପଥ (NH) ଲିଜରେ ଦିଆଯିବ । ଏହି ସମ୍ପତ୍ତିଗୁଡିକ 2022-25 ମଧ୍ୟରେ 1.6 ଲକ୍ଷ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ଆଣିପାରେ ବୋଲି ଆକଳନ କରାଯାଇଛି ।

NMP ଅଧିନରେ ଓଡିଶାରୁ ଲିଜରେ ଲାଗିବାକୁଥିବା ଜାତୀୟ ରାଜପଥ

  • ୫୮ କିଲୋମିଟର ପୁଇଣ୍ଟୋଲା - ସୁନାଖାଲା NH
  • ୭୬ କିଲୋମିଟର ସୁନାଖାଲା - ଭୁବନେଶ୍ୱର NH
  • ୫୯ କିଲୋମିଟର ଭୁବନେଶ୍ୱର - ପୁରୀ NH
  • ୭୫ କିଲୋମିଟର ଚାନ୍ଦିଖୋଲ-ଭଦ୍ରକ NH
  • ୬୩ କିଲୋମିଟର ଭଦ୍ରକ-ବାଲାସୋର NH
  • ୭୭ କିଲୋମିଟର ଚାନ୍ଦିଖୋଲ-ପାରାଦୀପ NH

ନ୍ୟାସନାଲ ମୋନିଟାଇଜେସନ୍ ପାଇପଲାଇନ ଡକ୍ୟୁମେଣ୍ଟ ଅନୁଯାୟୀ, ମୋନିଟାଇଜେସନ୍ (26,700 କିଲୋମିଟର) ପାଇଁ ବିବେଚିତ ରାଜପଥ ସମ୍ପତ୍ତିର ମୋଟ ଦୈର୍ଘ୍ୟ ସମୁଦାୟ ଜାତୀୟ ରାଜପଥର 22%, ଯାହା BOT (ଟୋଲ୍) ଅଧୀନରେ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ନେଟୱାର୍କକୁ ବାଦ ଦେଇ ପ୍ରାୟ 1,21,155 କିଲୋମିଟର ହେବ ବୋଲି ଆକଳନ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.