ETV Bharat / city

ଓଡିଶା ବନ୍ଦ: କେଉଁଠି କେମିତି ରହିଛି ପ୍ରଭାବ... - six hours odisha bandh

ବଲାଙ୍ଗିରରେ ଶାନ୍ତି ଶୃଙ୍ଖଳା ସହିତ ବନ୍ଦ ପାଳନ

author img

By

Published : Feb 15, 2021, 10:12 AM IST

Updated : Feb 15, 2021, 10:51 PM IST

22:42 February 15

କେନ୍ଦ୍ରର ବୈମାତୃକ ମନୋଭାବ ନେଇ ବରମୁଣ୍ଡାରେ କଂଗ୍ରେସର ବନ୍ଦ ପାଳନ

ବରମୁଣ୍ଡାରେ କଂଗ୍ରେସର ବନ୍ଦ ପାଳନ

ଭୁବନେଶ୍ବର: ଓଡ଼ିଶା ବନ୍ଦର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଥିବା ବେଳେ ବରମୁଣ୍ଡଠାରେ ଯୁବ କଂଗ୍ରେସସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଯୁବ କାର୍ମୀମାନେ ସରକାରୀ ବିରୋଧୀ ନାରାବାଜି କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଜ୍ୟବାସୀଙ୍କ ପାଇଁ ଥିବା ବୈମାତୃକ ଭାବକୁ ନିନ୍ଦା କରିଛନ୍ତି ।ଆଉ ସହରରେ ସାଇକେଲ ଶୋଭାଯାତ୍ରା କରି ଭାରତ ବନ୍ଦର ଆହ୍ବାନ ଦେଇଛନ୍ତି ।  

ଭୁବନେଶ୍ବରରୁ ଶତରୂପା ସାମସ୍ତରାୟ, ଇଟିଭି ଭାରତ 

19:51 February 15

କଂଗ୍ରେସ ପକ୍ଷରୁ ବ୍ରହ୍ମଗିରିରେ ବନ୍ଦ ପାଳନ

କଂଗ୍ରେସ ପକ୍ଷରୁ ବ୍ରହ୍ମଗିରିରେ ବନ୍ଦ ପାଳନ

ବ୍ରହ୍ମଗିରି: କେନ୍ଦ୍ର ସରକାରଙ୍କ ସାଧାରଣ ଖାଉଟି ସାମଗ୍ରୀ ପେଟ୍ରୋଲ,ଡିଜେଲ ଓ ଗ୍ୟାସର ଅହେତୁକ ଦର ଦାମ ବୃଦ୍ଧି ଏବଂ ଚାଷୀ ମାରଣ ନୀତି ବିରୋଧରେ ପ୍ରତିବାଦ କରି ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି। ବ୍ରହ୍ମଗିରିରେ ଯୁବ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ବିଶ୍ବମ୍ବର ବରାଳଙ୍କ ନେତୃତ୍ବରେ ବ୍ରହ୍ମଗିରି ବନ୍ଦ କରାଯାଇଛି।

ବ୍ରହ୍ମଗିରିରୁ ଦେବାଶିସ ଦାସ, ଇଟିଭି ଭାରତ 

19:44 February 15

ଗଜପତିରେ ପଡିଲା ବନ୍ଦର ପ୍ରଭାବ, ଦୋକାନ ବଜାର ବନ୍ଦ

ଗଜପତିରେ ପଡିଲା ବନ୍ଦର ପ୍ରଭାବ

ଗଜପତି: ରାଜ୍ୟରେ ପେଟ୍ରୋଲ୍, ଡିଜେଲ୍ ଏବଂ ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି ହେବାରେ ଲାଗିଛି । ଏପରିକି ପ୍ରତିଦିନ ଏହା ବୃଦ୍ଧି ପାଉଥିଲେ ମଧ୍ୟ, କମିବାର ନାଁ ଧରୁନାହିଁ । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଗଜପତି ଜିଲ୍ଲାରେ ଏହି ବନ୍ଦର ଆଂଶିକ ପ୍ରଭାବ ପରିଲିକ୍ଷିତ ହୋଇଛି । କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବସ ଚଳାଚଳ ବନ୍ଦ ରହିଛି ।  

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

19:30 February 15

ଢେଙ୍କାନାଳରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ, ଅଖ ଚକ ବନ୍ଦ

ଢେଙ୍କାନାଳରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ

ଢେଙ୍କାନାଳ: ଅତ୍ୟାବଶ୍ୟକ ତୈଳ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ କଂଗ୍ରେସର ବନ୍ଦ ପ୍ରଭାବ ଢେଙ୍କାନାଳ ଜିଲ୍ଲାବ୍ୟାପି ଅନୁଭୂତ ହୋଇଛି । ଏପରିକି ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ୬ଘଣ୍ଟିଆ ଅଖ ଚକ ବନ୍ଦ ପାଳନ କରିଛି କଂଗ୍ରେସ । ଢେଙ୍କାନାଳ ଜିଲ୍ଲାରେ କଂଗ୍ରେସ କର୍ମୀମାନେ ଢେଙ୍କାନାଳ ଷ୍ଟେସନ ଠାରେ ବଲାଙ୍ଗିର ଭୁବନେଶ୍ବର ଇଣ୍ଟରସିଟି ସାଙ୍ଗକୁ ଦୁର୍ଗ ଏକ୍ସପ୍ରେସ ଆଦିକୁ ଅଟକ ରଖାଯାଇଛି ।  

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ 

17:01 February 15

ବଲାଙ୍ଗୀରରେ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ

ବଲାଙ୍ଗିରରେ ଶାନ୍ତି ଶୃଙ୍ଖଳା ସହିତ ବନ୍ଦ ପାଳନ

ବଲାଙ୍ଗୀର: ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର 6 ଘଣ୍ଟିଆ ବନ୍ଦ ଡାକରାର ବେଶ୍ ପ୍ରଭାବ ଦେଖିବାକୁ ମିଳିଛି। ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା।  

ପିସିସି ସଭାପତିଙ୍କ ଆହ୍ବାନ କ୍ରମେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଓ ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସହରର ବିଭିନ୍ନ ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଅଫିସ ବନ୍ଦ ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।  

ତେବେ ସ୍ଵତଃସ୍ପ୍ରୁତ ଭାବେ ସହରର ବିଭିନ୍ନ ସଙ୍ଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି। ତେବେ ଏଠି ବନ୍ଦ ଶାନ୍ତି ଶୃଙ୍ଖଳା ସହିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସର ଜିଲ୍ଲା ତମାମ କଡା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭଇ ଭାରତ

16:38 February 15

ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା

କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା

ପୁରୀ/କେନ୍ଦ୍ରାପଡ଼ା/ ଝାରସୁଗୁଡା: ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଆଜି ସାରାଦେଶରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ଡାକାରା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ସହ କୋଣାର୍କ ବଜାର ଓ ଗୋପ ବଜାରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସର ଶହଶହ କର୍ମୀ କୋଣାର୍କ ଭୁବନେଶ୍ବର ମୁଖ୍ୟରାସ୍ତା ସହ ପିପିଲି ନିମାପଡ଼ା ରାସ୍ତା, ପୁରୀ କୋଣାର୍କ ରାସ୍ତା, କାକଟପୁର କୋଣାର୍କ ରାସ୍ତା ଅବରୋଧ କରିଥିଲେ।

ସେହିପରି ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଡ଼ାକରାରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସାମିଲ ହୋଇ ଆଜି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବରେ କେନ୍ଦ୍ରାପଡା ବନ୍ଦ ପାଳନ କରିଛି। ସକାଳୁ କେନ୍ଦ୍ରାପଡ଼ା ତିନିମୁହାଣୀ ଛକ ନିକଟରେ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିଛନ୍ତି ।  

ସେପଟେ ଆଜି କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ତେବେ ବନ୍ଦକୁ ସଫଳ କରିବା ପାଇଁ ଝାରସୁଗୁଡା ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଭାରତ ଅବସ୍ତି କହିଛନ୍ତି ଯେ, ପେଟ୍ରାଲ, ଡିଜେଲ ଓ ଗ୍ୟ‌ାସର ଅହେତୁକ ମୂଲ୍ୟ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅପାରଗତାର ପ୍ରତିବାଦ କରି ରାଜ୍ୟର ବୃହତର ସ୍ବାର୍ଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି।  

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

15:58 February 15

ବୌଦ୍ଧରେ କଂଗ୍ରେସ ବନ୍ଦ ଡାକରା ସଫଳ

ବୌଦ୍ଧରେ ସଫଳ ହେଲା କଂଗ୍ରେସ ବନ୍ଦ ଡାକରା

ବୌଦ୍ଧ: ବୃଦ୍ଧି ପାଉଥିବା ତୈଳଦର ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ବନ୍ଦକୁ ବୌଦ୍ଧ ଜିଲ୍ଲାରେ ଅଭୁତପୂର୍ବ ସଫଳତା ମିଳିଛି । ସକାଳ 6 ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାନ୍ତି ପୂର୍ଣ୍ଣ ଭାବରେ କଂଗ୍ରେସର ନେତା ଓ କର୍ମୀ ବନ୍ଦ ପାଳନ କରିଛନ୍ତି। ସାମ୍ପ୍ରତିକ ସମୟରେ ପେଟ୍ରୋଲ ଓ ଡିଜେଲ ତୈଳ ଦରକୁ ନେଇ ସାଧାରଣ ଲୋକ ଅତିଷ୍ଠ ହୋଇ ପଡିଥିବାବେଳେ ଏହାକୁ ବିରୋଧ କରିଛି କଂଗ୍ରେସ ।

ଆଜି କଂଗ୍ରେସ ପକ୍ଷରୁ ଆହୁତ ବନ୍ଦ ସାରାରାଜ୍ୟରେ ପରିଲକ୍ଷିତ ହୋଇଥିଲା । ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଦର ମହକୁମା ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକ, ଚାରିଛକ ପ୍ରମୁଖ ସ୍ଥାନରେ କଂଗ୍ରେସର ନେତା ଓ କର୍ମୀ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ,ଗାଡିମୋଟର,ଦୋକାନ ବଜାର, ସ୍କୁଲ କଲେଜକୁ ପିକେଟିଂ କରି ବନ୍ଦ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

15:57 February 15

କଟକରେ କଂଗ୍ରେସର ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ ଚାଲିଛି ପିକେଟିଂ

କଟକରବିଭିନ୍ନ ସ୍ଥାନରେ ଚାଲିଛି ପିକେଟିଂ

କଟକ: ଦର ଦାମ ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇ ଥିବାବେଳେ କଟକରେ ମଧ୍ୟ ବନ୍ଦ ଡ଼ାକରାର ପ୍ରଭାବ ଦେଖିବାକୁ ମିଳିଛି। ଶତାଧିକ କଂଗ୍ରେସ କର୍ମୀ ସହରର ବିଭିନ୍ନ ସ୍ଥାନରେ ଆଜି ପିକେଟିଂ କରିଛନ୍ତି।  

ବିଭିନ୍ନ ଗାଡିକୁ ଅଟକାଇବା ସହ ଦର ଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଲୋକଙ୍କୁ ସଚେତନ କରାଇଥିଲେ କଂଗ୍ରେସ କର୍ମୀ।  ତେବେ ଲୋକମାନଙ୍କ ସମର୍ଥନ ଯୋଗୁଁ ଆଜି କଟକରେ ଶାନ୍ତିଶୃଙ୍ଖଳା ରେ ବନ୍ଦ ହୋଇଥିବା କଟକ ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି।  

ଅନ୍ୟପଟେ ୬ ଘଣ୍ଟିଆ ଓଡିଶା ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଯାତ୍ରୀ। ଯେଉଁ ଯାତ୍ରୀମାନେ ଟ୍ରେନରେ ଆସିଥିଲେ ସେମାନେ ପ୍ରାୟ ପ୍ରଭାବିତ ହୋଇଛନ୍ତି। ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବାଦାମବାଡି ବସଷ୍ଟାଣ୍ଡରେ ଫସି ରହିଥିଲେ। ଏପରିକି ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଥିବାରୁ ଅନେକ ଯାତ୍ରୀଙ୍କୁ ଉପବାସରେ ରହିବାକୁ ପଡିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

14:44 February 15

ଯାଜପୁରର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ

ଯାଜପୁର: ଦରଦାମ ବୃଦ୍ଧି ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ଡାକରାରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡିଶା ବନ୍ଦ ପାଳନ କରାଯାଇଛି। କେନ୍ଦ୍ରର ବିଜେପି ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ୟାସନଗରର ଚୋରଦା ବାଇପାସ୍ ଛକରେ ସହରର ମୁଖ୍ୟରାସ୍ତାକୁ ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରାଯାଇଛି।  

ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦପାଳନ ପାଳନ କରାଯାଉଛି। ବାରମ୍ବାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଦପ୍ତର,ବ୍ୟାଙ୍କ ଓ କଳକାରଖାନା ବନ୍ଦ ରଖିବା ସହିତ ଦୋକାନ ବଜାର ବନ୍ଦ କରାଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି।

ଜିଲ୍ଲା ସଦର ମହକୁମା, ବ୍ୟାସନଗର, ଚଣ୍ଡିଖୋଲ, ଜାରକା, କୁଆଖିଆ, ପାଣିକୋଇଲି, ଡୁବୁରୀ, ମିଲିଟାରୀ ଛକ, ଦଶରଥପୁର, ବିଂଝାରପୁର ଓ ବରୀ ପ୍ରଭୃତି ଅଞ୍ଚଳରେ ଦୋକାନ ବଜାର ରାସ୍ତାଘାଟ ବନ୍ଦ କରାଯାଇଛି। ବନ୍ଦ ପାଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।  

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ 

14:22 February 15

ଖୋର୍ଦ୍ଧାରେ କଂଗ୍ରେସର ଓଡ଼ିଶା ବନ୍ଦର ପ୍ରଭାବ

ଖୋର୍ଦ୍ଧାରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରାର ପ୍ରଭାବ

ଖୋର୍ଦ୍ଧା: ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ତେବେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ତୈଳ ଦର ବୃଦ୍ଧି, ବେକାରୀ, ଚାଷୀ ସମସ୍ୟା ଆଦି ସମସ୍ୟା ବିରୋଧରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ସେହିପରି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତାମାନେ ଅବରୋଧ କରି କେନ୍ଦ୍ର ବିରୋଧୀ ନାରା ଦେଇଛନ୍ତି । ତୈଳ ଦର, ରନ୍ଧନ ଗ୍ୟାସ ଦର ଓ ବିଭିନ ଦରଦାମ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ପିକେଟିଂ ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

14:21 February 15

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମୟୂରଭଞ୍ଜରେ ବନ୍ଦ ପାଳିତ

ବାରିପଦା: ସୋମବାର କଂଗ୍ରେସର ଓଡିଶା ବନ୍ଦ ଡାକରାରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସମେତ ଉଦଳା, କରଞ୍ଜିଆ, ରାଇରଙ୍ଗପୁର ଉପଖଣ୍ଡରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ୧୮ ନମ୍ବର ଜାତୀୟ ରାଜପଥ, ୫୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିବା ସହିତ ବାରିପଦା ସହରରେ ଅଖଚକ ବନ୍ଦ ରହିଛି । ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ କଲେଜ, ବ୍ୟାଙ୍କ, ଜୀବନ ବୀମା, ପୋଷ୍ଟ ଅଫିସ, କୋର୍ଟକଚେରୀ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦି ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥା ସବୁକିଛି ବନ୍ଦ ରହିଥିବା ବେଳେ କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେଵା ଜାରି ରହିଥିଲା । ତେବେ ଏନେଇ ମୟୂରଭଞ୍ଜ ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।  

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

14:21 February 15

ପେଟ୍ରୋଲ ଡିଜେଲ ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦ୍ବାରା କୋରାପୁଟ ବନ୍ଦ

କୋରାପୁଟ: ଗତ କିଛିଦିନ ଧରି କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଚାଲିଛି । ଏପରିକି ଆଜି ମଧ୍ୟ ପେଟ୍ରୋଲ ଡିଜେଲ ଦରରେ ପୁଣିଥରେ ବୃଦ୍ଧି ଘଟିଛି । କେନ୍ଦ୍ର ସରକାର ଦର ଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାକୁ ବିରୋଧ କରି କଂଗ୍ରେସ ଦ୍ବାରା କୋରାପୁଟ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସର ଏହି ଛଅ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ଜିଲ୍ଲାର ବିଭିନ୍ନ ରାସ୍ତାଘାଟରେ ଯାନବାହନ ଚଳାଚଳ ପ୍ରଭାବିତ ହେବା ସହ ଦୋକାନ ବଜାର ଓ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ତେବେ ଏହି ତୈଳଦର ହ୍ରାସ କରାନଗଲେ ଭବିଷ୍ୟତରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଚେତାବନୀ ଦେଇଛନ୍ତି ।  

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

14:20 February 15

ବ୍ରହ୍ମପୁରରେ ବନ୍ଦର ପ୍ରଭାବ

କଂଗ୍ରେସର ବନ୍ଦ ପାଳନକୁ ନେଇ ବ୍ରହ୍ମପୁରରେ ପ୍ରଭାବ

ବ୍ରହ୍ମପୁର: ପେଟ୍ରୋଲ ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁରଠାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି । ସକାଳ ସାତଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆ ଯାଇଥିବା ବେଳେ ବ୍ରହ୍ମପୁର ସହରରେ କଂଗ୍ରେସ ଭବନ ସମୁଖରେ ଦଳର କର୍ମକର୍ତ୍ତାମାନେ ବିକ୍ଷୋଭ କରି ବନ୍ଦ ପାଳନ କରିଥିଲେ । ସକାଳ ସମୟରେ ଯୁବନେତା ଶିବରାମ ପାତ୍ରଙ୍କ ନେତୃତ୍ବରେ ଦଳୀୟ ନେତୃବୃନ୍ଦମାନେ ବିକ୍ଷୋଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ମୋଟର ସାଇକେଲ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ଏବଂ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ରାସ୍ତା ରୋକ କରି କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧିକୁ ସମାଲୋଚନା କରିଥିଲେ ।  

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

14:19 February 15

ଆନନ୍ଦପୁରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ଆନନ୍ଦପୁର: ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ଘଷିପୁରା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ସୁବ୍ରତ କୁମାର ଚକ୍ରଙ୍କ ନେତୃତ୍ବରେ ୨୦ ନଂ ଜାତୀୟ ରାଜପଥ ଜର୍ଦ୍ଦା ଛକରେ ବନ୍ଦ କରାଯାଇଛି । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକ ରହିଛି । ସେହିପରି ଆନନ୍ଦପୁର ବ୍ଲକ କଂଗ୍ରେସ ପକ୍ଷରୁ ପ ଶୈଲଙ୍ଗ , ବ୍ରିଜ ଛକ, ଶାଳପଡା, ବେଲବାହାଳି ଠାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିଲାବେଳେ ଜନ ସାଧାରଣଙ୍କ ପକ୍ଷରୁ ସମର୍ଥନ ମିଳିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

13:12 February 15

ବନ୍ଦର ପ୍ରଭାବରେ ସୁବର୍ଣ୍ଣପୁରରେ ଅଖ ଚକ ଜାମ

ବନ୍ଦର ପ୍ରଭାବରେ ସୁବର୍ଣ୍ଣପୁରରେ ଅଖ ଚକ ଜାମ

ସୁବର୍ଣ୍ଣପୁର: ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୁବର୍ଣ୍ଣପୁରରେ ବନ୍ଦ ପାଳନ କରାଯାଇଛି। ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା ଓ ପୂର୍ବତନ କଂଗ୍ରେସ ବିଧାୟକ ବିନୋଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଡିଜେଲ ,ପେଟ୍ରୋଲ ଓ ଜାଳେଣି ଗ୍ୟାସର ମୂଲ୍ୟ ଅହେତୁକ ବୃଦ୍ଧି ପ୍ରତିବାଦରେ ଏହି 6 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ହରରେ ଦୋକାନ ବଜ଼ାର ,ବ୍ୟବସାୟିକ ପ୍ରତିଷ୍ଠାନ ,ସରକାରୀ କାର୍ଯ୍ୟାଳୟ ସମେତ ଗାଡି ମୋଟର ଚଳାଚଳ ବନ୍ଦ କରି ଦିଆଯାଇଛି । ଅନ୍ୟପଟେ ସଦର ମହକୁମାକୁ ଆସୁଥିବା ସବୁ ପ୍ରବେଶ ପଥରେ ରାସ୍ତା ଅବରୋଧ କରାଯାଇଛି। ତେବେ ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ଗୁରୁତ୍ବପୂର୍ଣ୍ଣ ଯାଗା ଗୁଡ଼ିକରେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

13:12 February 15

ଜଗତସିଂହପୁରରେ କଂଗ୍ରେସର ବନ୍ଦ ପାଳନ

ଜଗତସିଂହପୁରରେ କଂଗ୍ରେସର ବନ୍ଦ ପାଳନ

ଜଗତସିଂହପୁର: ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଜଗତସିଂହପୁରରେ 6 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସ୍ଥାନୀୟ ଟାଉନ ହଲଠାରୁ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ଆସି ଥାନା ଛକ ନିକଟରେ ପହଞ୍ଚିଥିଲେ ଏବଂ ସେଠାରେ କଟକ-ଜଗତସିଂହପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଅହେତୁକ ତୈଳ ଦର ବୃଦ୍ଧି ରନ୍ଧନ ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ଏହି ବନ୍ଦ ପାଳନ ଡାକରା ଦେଇଥିବା ଜିଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି। ତେବେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ,ବନ୍ଦ ରହିବା ସହ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ମହାପାତ୍ର, ଇଟିଭି ଭାରତ

12:20 February 15

ତୈଳ ଦର ବୃଦ୍ଧି ପ୍ରତିବାଦରେ ଶିଳ୍ପ ଜିଲ୍ଲାରେ ସବୁ ଠପ୍

ଅନୁଗୋଳ: ପେଟ୍ରୋଲ, ଡିଜେଲ ସମେତ ଅନ୍ୟାନ୍ୟ ସମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦେଇଥିବା ଓଡିଶା ବନ୍ଦ ଡ଼ାକରାର ପ୍ରଭାବ ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ କର୍ମୀମାନେ ବୁଲି ବୁଲି ସବୁ ବନ୍ଦ କରାଉଛନ୍ତି। ଏହା ସହ ବଅଁରପାଳ ଠାରୁ ହଣ୍ଡପା ପର୍ଯ୍ୟନ୍ତ ୫୫ନଂ ଜାତୀୟ ରାଜପଥକୁ ବିଭିନ୍ନ ସ୍ଥାନରେ ଅବରୋଧ କରିଛନ୍ତି। ନାଲକୋ କାରଖାନା ସମ୍ମୁଖରେ ଵିକ୍ଷୋଭ କରିବା ସହ ମୁଖ୍ୟ ଫାଟକ ବନ୍ଦ କରି ଦେଇଛନ୍ତି। ଫଳରେ କୌଣସି କର୍ମଚାରୀ କାରଖାନା ଭିତରକୁ ଯିବା ଆସିବା କରି ପାରୁ ନାହାନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

12:20 February 15

ସମ୍ବଲପୁରରେ କଂଗ୍ରେସର ବନ୍ଦ ସଫଳ

ସମ୍ବଲପୁରରେ କଂଗ୍ରେସର ବନ୍ଦ ସଫଳ

ସମ୍ବଲପୁର: ପେଟ୍ରୋଲିୟମ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଦର ବୃଦ୍ଧି କୁ ବିରୋଧ କରି ଆଜି ସମଗ୍ର ରାଜ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।ଏହାର ପ୍ରଭାବ ଆଜି ସମ୍ବଲପୁର ରେ ମଧ୍ୟ ଦେଖିବାକୁ ମିଳିଛି। ସକାଳ 7 ଟା ଅପରାହ୍ନ 1 ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ଆଜି ଦୋକାନ, ବଜାର, ଵୈବସାୟୀଙ୍କ ପ୍ରତିଷ୍ଠାନ, ସରକାରୀ ,ବେସରକାରୀ ଅଫିସ,ସ୍କୁଲ, କଲେଜ ବନ୍ଦ ରହିଛି। ଆଜି କଂଗ୍ରେସ କର୍ମୀମାନେ ସମ୍ବଲପୁର ଆଇଁଠା ପାଲି ଛକ, ଧନୁପାଲି ଛକରେ ରାଜରାସ୍ତା ଅବରୋଧ କରିବା ସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ବନ୍ଦ କରିଛନ୍ତି। ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ବିନୀ କୁମାର ଗୁରୁଙ୍କ ନେତୃତ୍ବରେ ଆଜି କଂଗ୍ରେସର ଏହି ବନ୍ଦକୁ ସମ୍ବଲପୁରବାସୀ ସମର୍ଥନ କରିଥିବା କହିଛନ୍ତି କଂଗ୍ରେସ କର୍ମୀ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

12:19 February 15

କନ୍ଧମାଳରେ ଜିଲ୍ଲା କଂଗ୍ରେସର ବନ୍ଦ ପାଳନ, ଜନଜୀବନ ପ୍ରଭାବିତ

ଫୁଲବାଣୀ: ତୈଳ ଦରବୃଦ୍ଧିକୁ ନେଇ ଆଜି କଂଗ୍ରେସର 6 ଘଣ୍ଟିଆ ବନ୍ଦ ପାଳନ ଘୋଷଣା ପରେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି I କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସକର୍ମୀ ସହରରେ ପିକେଟିଂ କରି ମାଦିକୁନ୍ଦl ଛକଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଓ କେନ୍ଦ୍ର ସରକାର ବଢାଇଥିବା ତୈଳ ଦରକୁ ବିରୋଧ କରି ନାରାବାଜି ମଧ୍ୟ କରିଥିଲେ l ଆଜି ସକାଳୁ ସକାଳୁ ଫୁଲବାଣୀ ସହରର ଦୋକାନ ବଜାର ବନ୍ଦ ସହ ଗାଡ଼ି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି I  

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

11:18 February 15

ବରଗଡରେ କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ

ବରଗଡ: ପ୍ରଦେଶ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ବରଗଡ ଜିଲ୍ଲାରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଛି । ଅହେତୁକ ପେଟ୍ରୋଲ ,ଡିଜେଲ,ଇନ୍ଧନ ଦର ବୃଦ୍ଧି,ନାରୀ ନିର୍ଯାତନା ସହ ବିଭିନ୍ନ ସମସ୍ୟା ଯେଉଁଥିରେ କେବଳ ଜନସାଧାରଣ ଏବଂ ଖାଉଟି ମାନେ ବାଧାପ୍ରାପ୍ତ ହେଉଛନ୍ତି, ଯାହାକୁ ନେଇ ଆଜି କଂଗ୍ରେସ ସକାଳ ୬ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି । ବରଗଡର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଅଫିସ ଏବଂ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି । ଏହି ବନ୍ଦ ଡାକରାକୁ ବରଗଡ ବାସୀ ପୂର୍ଣମାତ୍ରାରେ ସମର୍ଥନ କରିଥିବାରୁ ସମସ୍ତଙ୍କୁ କଂଗ୍ରେସ ଧନ୍ୟବାଦ ଜଣାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

11:17 February 15

ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା

ମାଲକାନଗିରି: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ସୋମବାର ଦିନ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ତେବେ ବନ୍ଦକୁ ସଫଳ କରିବା ପାଇଁ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି ଯେ, ପେଟ୍ରାଲ, ଡିଜେଲ ଓ ଗ୍ୟ‌ାସର ଅହେତୁକ ମୂଲ୍ୟ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅପାରଗତାର ପ୍ରତିବାଦ କରି ରାଜ୍ୟର ବୃହତର ସ୍ବାର୍ଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି।  

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

10:53 February 15

ତୈଳ ଦର ବୃଦ୍ଧି ନେଇ ନବରଙ୍ଗପୁରରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା

ନବରଙ୍ଗପୁର: ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ତରଫରୁ ପାଳନ ହେଉଥିବା ୬ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ନବରଙ୍ଗପୁର ଠାରେ ଦେଖିବାକୁ ମିଳିଛି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଜିଲ୍ଲାର ୧୦ ଟି ଯାକ ବ୍ଲକରେ ବନ୍ଦ ସଫଳ କରିବା ପାଇଁ ଲାଗିଛନ୍ତି । ନବରଙ୍ଗପୁର ସହର ଦେଇ ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଯାହାଫଳରେ ସହର ମଧ୍ୟ ଦେଇ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଯୋଗାଯୋଗ ବାଧା ପ୍ରାପ୍ତ ହୋଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

10:53 February 15

କେନ୍ଦୁଝର ଜିଲ୍ଲାରେ କଂଗ୍ରେସ ପକ୍ଷରୁ ବନ୍ଦ ସାମୟିକ ସଫଳ

କେନ୍ଦୁଝର: ତୈଳଦର ବୃଦ୍ଧି ପ୍ରତିବାଦ ଓ ଅନ୍ୟ ପ୍ରସଙ୍ଗକୁ ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । କେନ୍ଦୁଝର ରେଳ ଷ୍ଟେସନରେ ଦଳ ପକ୍ଷରୁ ରେଳରୋକ କରାଯାଇଥିବା ବେଳେ କେନ୍ଦୁଝର କଂଗ୍ରେସ ତୁଙ୍ଗ ନେତାଙ୍କ ନେତୃତ୍ବରେ ଶତାଧିକ କର୍ମୀ ଜାତୀୟ ରାଜପଥ 49 ଓ 215 କୁ ବନ୍ଦ କରିଛନ୍ତି । ବିଭିନ୍ନ ସ୍ଥାନରର ଏନ୍ଏଚରେ ବନ୍ଦ ଯୋଗୁଁ ଶହ ଶହ ଗାଡ଼ି ଅଟକି ରହିଛି । ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା ଯେମିତିକି ସ୍ବାସ୍ଥ୍ୟ, ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା, ଔଷଧ ଦୋକାନ ଓ କ୍ଷୀର ଦୋକାନ ଆଦିକୁ ବାଦ ଦିଆଯାଇଛି ।  

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

10:52 February 15

ପୁରୀରେ କଂଗ୍ରେସର ବନ୍ଦ ପାଳନ

ପୁରୀରେ କଂଗ୍ରେସର ବନ୍ଦ ପାଳନ

ପୁରୀ: ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଚାଲିଥିବା ବେଳେ ପୁରୀ ସହରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗାଡି ମୋଟର ଚଳାଚଳ ବନ୍ଦ ଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। କଂଗ୍ରେସ କର୍ମୀ ଓ ନେତା ପିକେଟିଂ କରି ଆନ୍ଦୋଳନକୁ ଆଗେଇ ନେଇଛନ୍ତି। ତେବେ ପୁରୀ ଜିଲ୍ଲାରେ ଆନ୍ଦୋଳନକୁ ଲୋକମାନେ ସମର୍ଥନ କରିଥିବା ବେଳେ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇ ଥିବା ପୁରୀ ଜିଲ୍ଲା କଂଗ୍ରେସ କହିଛି।  

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

10:03 February 15

ବାଲେଶ୍ୱରରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରାର ପ୍ରଭାବ

ବାଲେଶ୍ବର: ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ଯାହାର ପ୍ରଭାବ ବାଲେଶ୍ବର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ସକାଳ 7 ଟାରୁ ଦିନ 1ଟା ଯାଏ ବନ୍ଦ ଡାକରା ଦିଆଯାଇଛି। ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସକର୍ମୀମାନେ ଷ୍ଟେସନ ଛକରେ ପହଞ୍ଚି ଗାଡି ଚଳାଚଳ ରୋକିଥିଲେ। ମହିଳା କଂଗ୍ରେସ ମଧ୍ୟ ବନ୍ଦ ପାଳନରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଏମିତି କାର୍ଯ୍ୟକୁ ନିନ୍ଦା କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

09:04 February 15

ଭଦ୍ରକରେ ଓଡିଶା ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ କଂଗ୍ରେସକର୍ମୀଙ୍କ ପିକେଟିଂ

ଆଜି କଂଗ୍ରେସର 6 ଘଣ୍ଟିଆ ଓଡିଶା ବନ୍ଦ

ଭଦ୍ରକ: କଂଗ୍ରେସର ଚକାଜାମ ଡାକରା । ଦରଦାମ ବୃଦ୍ଧି ବିଶେଷ କରି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ୬ ଘଣ୍ଟିଆ ଚକାଜାମ ଡାକରା ଦେଇଛି । ତେବେ ଭଦ୍ରକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସହରର ବନ୍ତ ଛକ ଓ 16 ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ ନିକଟରେ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ। ଘରୋଇ ବସ ମାଲିକ ସଂଘର ନିଷ୍ପତ୍ତି କ୍ରମେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କଂଗ୍ରେସକର୍ମୀ ମାନେ ପିକେଟିଂ କରି ସହର ସାରା ପଇଁତରା ମାରୁଛନ୍ତି। ଏହାସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସକର୍ମୀ ମାନେ ବିକ୍ଷୋଭ କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 15, 2021, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.