ETV Bharat / city

୧୬୦୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ମିଳିଲା ମଞ୍ଜୁର - ପୁଞ୍ଜିନିବେଶ ପ୍ରସ୍ତାବକୁ ମିଳିଲା ମଞ୍ଜୁର

ଗୁରୁବାର ରାଜ୍ୟ ସରକାର ୧୬୦୯.୪୯ କୋଟି ଟଙ୍କାର ୮ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୮୯ ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ବୈଠକରେ ନୀତିଗତ ଅନୁମୋଦନ ଦେଇଛନ୍ତି । ଅଧିକ ପଢନ୍ତୁ...

single-window-clearance
single-window-clearance
author img

By

Published : Feb 14, 2020, 1:38 AM IST

ଭୁବନେଶ୍ବର:ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ବରୂପ ଗୁରୁବାର ରାଜ୍ୟ ସରକାର ୧୬୦୯.୪୯ କୋଟି ଟଙ୍କାର ୮ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୮୯ ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ବୈଠକରେ ନୀତିଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଶିଳ୍ପ କମିଶନର ତଥା ସଚିବ ହେମନ୍ତ ଶର୍ମାଙ୍କ ସହାୟତାରେ ଏହି ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦିଆଯାଇଛି ।

ନିବେଶ ପ୍ରସ୍ତାବ ଗୁଡ଼ିକ ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ, ପ୍ଲାଷ୍ଟିକ, ପର୍ଯ୍ୟଟନ, ଇସ୍ପାତ ଉପରେ ପର୍ଯ୍ୟବେସିତ ଥିଲା । ପ୍ରକଳ୍ପ ଗୁଡ଼ିକରେ ୧୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହୋଇଛି । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ପକ୍ଷରୁ ଟାଟା ଗ୍ଲୋବାଲ ବେଭେରେଜ ଲିମିଟେଡକୁ ବାର୍ଷିକ ୩୬,୦୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଚା ବ୍ଲେଣ୍ଡିଙ୍ଗ ତଥା ପ୍ୟାକେଜିଙ୍ଗ କାର୍ଯ୍ୟ ନିମନ୍ତେ ୮୩.୫୩ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏଠାରେ ୨୯୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସେହିପରି ୦.୨ ଏମ୍‌ଏମ୍‌ଟିପିଏ କ୍ଷମତା ବିଶିଷ୍ଟ କୋଲ ତାର ପିଚ୍ (ସିଟିପି) ପାତନ ୟୁନିଟ ନିମନ୍ତେ ରୁନୟା ମେଟ୍‌ସୋରସ୍ ଏଲ୍‌ଏଲ୍‌ପିର ଅତିରିକ୍ତ ୨୧୧ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ।

ଏଠାରେ ୨୧୨ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ୫୦୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ଏଚ୍‌ଡିପିଇ ଏବଂ ଥରମୋପ୍ଲାଷ୍ଟିକ ପାଇପ୍ ତିଆରି କରିବା ୟୁନିଟ ନିମନ୍ତେ ଆସ୍ତ୍ରଲ ପଲିଟେକନିକ୍ ଲିମିଟେଡର ଅତିରିକ୍ତ ୬୦.୦୬ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏଠାରେ ୧୫୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ପର୍ଯ୍ୟଟନ କ୍ଷେତ୍ରରେ ଏକ ୫ ତାରକା ହୋଟେଲର ସମ୍ପ୍ରସାରଣ ପାଇଁ ଆପିଜେ ସୁରେନ୍ଦ୍ର ର୍ପାକ ହେଟେଲସ୍ ଲିମିଟେଡର ୧୫୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ବାରା ୧୫୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଏକ ୫ ତାରକା ହୋଟେଲର ସଂମ୍ପ୍ରସାରଣ ପାଇଁ କାମତ ହେଟେଲସ୍ (ଇଣ୍ଡିଆ) ଲିମିଟେଡର ୫୧ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଯାହାଦ୍ବାରା ୧୬୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ରାଜ୍ୟର ଇସ୍ପାତ କ୍ଷେତ୍ରରେ ତ୍ରିଭେଣି ଆରଥ୍‌ମୁଭର ପ୍ରାଇଭେଟ ଲିମିଟେଡର ୩୦ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ମାଟିତଳେ ସ୍ଲରି ପାଇପ୍ ଲାଇନ୍ ବସାଇବା ନିମନ୍ତେ ୯୪୮.୯୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୨୧୭ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ପକ୍ଷରୁ ବାର୍ଷିକ ୪୫,୩୦୦.୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ କାଟ୍ରିଜ୍ ଏକ୍ସପ୍ଲୋସିଭସ୍‌, ବଲ୍କ ଇମୁଲସନ୍ ଏକ୍ସପ୍ଲୋସିଭସ୍‌, ଡେଟୋନେଟିଙ୍ଗ ଫ୍ୟୁଜ ଏବଂ କାଷ୍ଟ ବୁଷ୍ଟରସ୍ ନିମନ୍ତେ ସିଡିଇଟି ଏକ୍ସପ୍ଲୋସିଭସ୍ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡର ୫୫ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ବାରା ୧୭୭ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।କଳିଙ୍ଗ ନଗର ଠାରେ ଲଜିଷ୍ଟିକ ର୍ପାକର ସମ୍ପ୍ରସାରଣ ନିମନ୍ତେ ଆପିଜେ ଲଜିଷ୍ଟିକ ର୍ପାକ ଲିମିଟେଡର ୫୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଫଲରେ ୯୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇାପାରିବ ବୋଲି ସୂଚନା ମିଲିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.