ETV Bharat / city

1753 କୋଟି ପୁଞ୍ଜି ନିବେଶକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ମଞ୍ଜୁରୀ - 1753 କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ 1753 କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ଏଥିରେ ମୋଟ 5,566 ଜଣ ନିଯୁକ୍ତି ପାଇବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 17, 2019, 12:04 AM IST

କଟକ: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ 1753 କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ମଞ୍ଜୁରୀ ମିଳିଛି ।

ମଞ୍ଜୁର ଅର୍ଥରାଶି ଇସ୍ପାତ, ବୟନ ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ହେବ । ଏଥିରେ ମୋଟ 5,566 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର କେନ୍ଦୁଝର କାରଖାନାର ସମ୍ପ୍ରସାରଣ କରିବା ସହ 835 କୋଟି ଟଙ୍କା ନିବେଶ କରିବ । ଯେଉଁଥିରେ 500 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଯାଜପୁର କଳିଙ୍ଗ ନଗରରେ ଇମ୍ଫା ଏକ ଫେରୋକ୍ରମ ୟୁନିଟ ବସାଇବ । ଏଥିରେ 547 କୋଟି ଟଙ୍କା ଲଗାଇବା ସହ 900 ଜଣ ରୋଜଗାର ପାଇବେ । ପେଜ ଇଣ୍ଡଷ୍ଟ୍ରିଜ ଖୋର୍ଦ୍ଧାରେ ଏକ ଜକି ବ୍ରାଣ୍ଡ ପୋଷାକ ତିଆରି କାରଖାନା ବସାଇବ ସହ 257 କୋଟି ନିବେଶ ହେବ ଏବଂ ଏଥିରେ 3500 ଜଣ ନିଯୁକ୍ତି ପାଇବେ ।

ଯାଜପୁର କଳିଙ୍ଗ ନଗରରେ ଥିବା ଡ଼ିଓ ରେସିଡେନ୍ସି ଆଣ୍ଡ ରିସର୍ଟ ସମ୍ପ୍ରସାରଣ କରିବା ପାଇଁ 53 କୋଟି 69 ଲକ୍ଷ ପୁଞ୍ଜି ନିବେଶ କରିବ । ଯେଉଁଥିରେ 90 ଜଣ ନିଯୁକ୍ତି ପାଇବେ । ଜୟ ଭାରତ ସ୍ପାଇସେସ କଟକରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ବସାଇବ ଯେଉଁଥିରେ 50 କୋଟି ନିବେଶ ହେବ ଆଉ 550 ଜଣ ନିଯୁକ୍ତି ପାଇବେ । ଖୋର୍ଦ୍ଧାରେ ସେଞ୍ଚୁରୀ ମ୍ୟାଟ୍ରେସ ଏକ ୟୁନିଟ ପ୍ରତିଷ୍ଠା କରିବ ପ୍ରତିଷ୍ଠା କରିବା ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସ୍ତରୀୟ ସିଙ୍ଗଲ ୱଣ୍ଡା କ୍ଲିୟରାନ୍ସ ବୈଠକରେ 1753 କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଇସ୍ପାତ, ବୟାନ ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ହେବ। ଏଥିରେ ମୋଟ 5566 ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ମଞ୍ଜୁରୀ ମିଳିଛି। ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର କେନ୍ଦୁଝର କାରଖାନା ର ସମ୍ପ୍ରସାରଣ କରିବ। କମ୍ପାନୀ 835 କୋଟି ଟଙ୍କା ନିବେଶ କରିବ ଯେଉଁଥିରେ 500 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯାଜପୁର କଳିଙ୍ଗ ନଗରରେ ଇମ୍ଫା ଏକ ଫେରାକ୍ରମ ୟୁନିଟ ବସାଇବ। ଏଥିରେ 547 କୋଟି ଟଙ୍କା ଖଟାଇବ ଆଉ 900 ଜଣ ନିଯୁକ୍ତି ପାଇବେ। ପେଜ ଇଣ୍ଡଷ୍ଟ୍ରିଜ ଖୋର୍ଧାରେ ଏକ ଜକି ବ୍ରାଣ୍ଡ ପୋଷାକ ତିଆରି କାରଖାନା ବସାଇବ। 257 କୋଟି ନିବେଶ ହେବ, 3500 ଜଣ ନିଯୁକ୍ତି ପାଇବେ। ଯାଜପୁର କଳିଙ୍ଗ ନଗରରେ ଥିବା ଡ଼ିଓ ରେସିଡେନ୍ସି ଆଣ୍ଡ ରେସର୍ଟ ସମ୍ପ୍ରସାରଣ କରିବ ଯେଉଁଥିରେ 53 କୋଟି 69 ଲକ୍ଷ ନିବେଶ ହେବ ଆଉ 90 ଜଣ ନିଯୁକ୍ତି ପାଇବେ। ଜୟ ଭାରତ ସ୍ପାଇସେସ କଟକରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ବସାଇବ ଯେଉଁଥିରେ 50 କୋଟି ନିବେଶ ହେବ ଆଉ 550 ଜଣ ନିଯୁକ୍ତି ପାଇବେ। ଖୋର୍ଦ୍ଧାରେ ସେଂଛୁରୀ ମ୍ୟାଟ୍ରେସ ଏକ ୟୁନିଟ ପ୍ରତିଷ୍ଠା କରିବ।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.