ETV Bharat / city

ଅକ୍ଟୋବର 2ରୁ ରେଳଷ୍ଟେସନ ଏବଂ ଟ୍ରେନରେ ପ୍ଲାଷ୍ଟିକରେ ବ୍ୟାନ - ପୂର୍ବତଟ ରେଳପଥ

ଚଳିତ ବର୍ଷ ଅକ୍ଟୋବର ମାସ ୨ ତାରିଖ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଠାରୁ ଥରେ ମାତ୍ର ବ୍ୟବହୃତ ପ୍ଲାଷ୍ଟିକ ଯଥା ପ୍ଲାଷ୍ଟିକ ବ୍ୟାଗ, କପ, ପ୍ଲେଟ, ଛୋଟ ବୋତଲ, ପ୍ଲାଷ୍ଟିକ ଷ୍ଟ୍ର ଏବଂ କେତେକ ଜରି ପୁଡିଆ (ପାଉଚ)କୁ ଦେଶବ୍ୟାପୀ ନିଷେଧ କରିବାକୁ ପଦକ୍ଷେପ ନିଆଯାଇଅଛି । ରେଳବାଇ ପରିସୀମା ବିଶେଷ ଭାବେ ଷ୍ଟେସନ ଅଞ୍ଚଳ ଓ ଟ୍ରେନରେ ପ୍ଲାଷ୍ଟିକ ବ୍ୟବହାରକୁ ନିୟନ୍ତ୍ରଣ କରିବା ଓ ଏକ ସବୁଜିମା ସୃଷ୍ଟି କରିବା ପାଇଁ ପୂର୍ବତଟ ରେଳପଥ ଏହି ପ୍ରୟାସ କରିଛି।

ଫଟୋ ସୌଜନ୍ୟ- ବ୍ୟୁରୋ ରିପୋର୍ଟ
author img

By

Published : Sep 11, 2019, 10:48 PM IST

ଭୁବନେଶ୍ବର: ରେଳବାଇ ପରିସୀମା ବିଶେଷ ଭାବେ ଷ୍ଟେସନ ଅଞ୍ଚଳ ଓ ଟ୍ରେନ ମାନଙ୍କରେ ପ୍ଲାଷ୍ଟିକ ବ୍ୟବହାରକୁ ନିରୁତ୍ସାହିତ କରିବା ଓ ଏକ ସବୁଜିମା ସୃଷ୍ଟି କରିବା ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବ୍ୟାପକ ଭାବେ ଜନ ସଚେତନତା କାର୍ଯ୍ୟକ୍ରମ କରିଆସୁଛି I ପରିବେଶ ପ୍ରତି ପ୍ଲାଷ୍ଟିକ ବ୍ୟବହାରର ପ୍ରଦୂଷଣ ଓ ଏହାର କ୍ଷତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏହାର ପରିସୀମା ତଥା ଟ୍ରେନ, ରେଳ ଷ୍ଟେସନ, ଆବାସିକ ଅଞ୍ଚଳ ଓ କାର୍ଯ୍ୟାଳୟ ମଧ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରାଇବାକୁ ଅନେକ ପଦକ୍ଷେପ ହାତକୁ ନେଇଛି I

ଆଜି ପୂର୍ବତଟ ରେଳପଥର ମୁଖ୍ୟାଳୟ ରେଳସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଏବଂ ପରିବେଶ ପ୍ରତି ଏହାର ଅପକାରିତା ସମ୍ବନ୍ଧରେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଶପଥପାଠ କରାଇଥିଲେ I ରେଳସଦନକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ମହାପ୍ରବନ୍ଧକଙ୍କ ନେତୃତ୍ବରେ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ଶ୍ରମଦାନ କାର୍ଯ୍ୟକ୍ରମରେ ଭାଗନେଇ ଅଳିଆ ପ୍ଲାଷ୍ଟିକକୁ ସଫା କରିଥିଲେ I

ଚଳିତ ବର୍ଷ ଅକ୍ଟୋବର ମାସ ୨ ତାରିଖ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ଯଥା ପ୍ଲାଷ୍ଟିକ ବ୍ୟାଗ, କପ, ପ୍ଲେଟ, ଛୋଟ ବୋତଲ, ପ୍ଲାଷ୍ଟିକ ଷ୍ଟ୍ର ଏବଂ କେତେକ ଜରି ପୁଡିଆ (ପାଉଚ)କୁ ଦେଶବ୍ୟାପୀ ନିଷେଧ କରିବାକୁ ପଦକ୍ଷେପ ନିଆଯାଇଅଛି ।

ଆଧୁନିକ ଜୀବନ ଶୈଳୀରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ମଣିଷ ପାଇଁ ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି I ପ୍ଲାଷ୍ଟିକ ବ୍ୟାଗର କେମିକାଲ ମଣିଷକୁ କ୍ଷତି ପହଞ୍ଚାଉଥିବା ବେଳେ ଏହାର ପ୍ରଭାବରେ ସ୍ବାସ୍ଥ୍ୟ ଖରାପ ହେବା, ହର୍ମୋନର କାର୍ଯ୍ୟକାରିତାକୁ ପ୍ରଭାବିତ କରିବା ସହିତ କ୍ୟାନ୍ସର ଭଳି ମାରାତ୍ମକ ରୋଗ ସୃଷ୍ଟି କରିଥାଏ ।

ପ୍ଲାଷ୍ଟିକ ବ୍ୟାଗ ପରିବେଶ ପ୍ରତି ନକରାତ୍ମକ ପ୍ରଭାବ ପକାଇଥାଏ । ଯେହେତୁ ପ୍ଲାଷ୍ଟିକ ବ୍ୟାଗ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ ଉପକରଣ ଆଦୌ ଅବକ୍ଷୟ ହୁଏନାହିଁ କିମ୍ବା ଏହା ସହଜରେ ପୁନଃଚକ୍ରଣ ହୁଏନାହିଁ ଏଥିପାଇଁ ପରିବେଶ ପ୍ରତି ଏହାର ପ୍ରଭାବ ମାରାତ୍ମକ I ଏଥିପାଇଁ ପୂର୍ବତଟ ରେଳପଥ ଏହାର ଭେଣ୍ଡର ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ କିମ୍ବା ଉପଯୋଗ ନକରିବାକୁ ଆଦେଶ ଦେଇଥିବାବେଳେ ଏହାର କର୍ମଚାରୀ ମାନଙ୍କୁ ମଧ୍ୟ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ କହିଛି I

ରେଳବାଇ ପରିସରକୁ ସବୁଜ ପରିବେଶ କରିବାକୁ ସଂକଳ୍ପ ନେଇ ଭାରତୀୟ ରେଳବାଇ ବିଭିନ୍ନ ପଦକ୍ଷେପ ହାତକୁ ନେଇ ପରିବେଶ ପ୍ରତି ପ୍ରଦୂଷଣର କୁପ୍ରଭାବକୁ ହ୍ରାସ କରିବାକୁ ପ୍ରୟାସ ଜାରି ରଖିଛି I ଏଗୁଡିକ ହେଲା ସୌରଚାଳିତ ଓ ବାୟୁଚାଳିତ ଶକ୍ତି ଉତ୍ପାଦନ କରି ରେଳବାଇରେ ବ୍ୟବହାର କରିବା, ଯାତ୍ରୀବାହୀ ଟ୍ରେନ ଗୁଡିକରେ ବାୟୋ-ଟୟଲେଟ ପ୍ରଚଳନ କରାଇବା, ରେଳପଥ କୁ ଇଲେକ୍ଟ୍ରିଫିକେସନ କରିବା, ଏଲଇଡ଼ି ଲାଇଟ ବ୍ୟବହାର କରିବା, ରେଳଧାରଣା କଡରେ ବୃକ୍ଷରୋପଣ କରିବା, ବ୍ୟବହୃତ ପାଣିକୁ ପୁନଃ ବ୍ୟବହାର କରିବା ପାଇଁ ଉପଯୋଗ କରାଇବା, ବର୍ଷା ଜଳ ସଂରକ୍ଷଣ କରିବା ଇତ୍ୟାଦି I

ଏହା ବ୍ୟତୀତ, ପ୍ଲାଷ୍ଟିକ ବୋତଲ ଯୋଗୁଁ ପରିବେଶ ପ୍ରଭାବିତକୁ ଏଡ଼ାଇବାପାଇଁ ରେଳଷ୍ଟେସନ ମାନଙ୍କରେ ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ବନ୍ଦୋବସ୍ତ କରାଯାଉଅଛି ଯାହା ଫଳରେ ପରିବେଶ ପ୍ରଦୂଷଣକୁ ଏଡାଇ ଦିଆ ଯାଇପାରିବ ଏବଂ ସଂଗୃହିତ ପ୍ଲାଷ୍ଟିକର ପୁନଃ ବ୍ୟବହାର କରାଯାଇପାରିବ I ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ଏବେ ସୁଦ୍ଧା ୧୬ଟି ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ସ୍ଥାପନ କରିଛି I ବିଶାଖାପାଟଣା ରେଳ ଷ୍ଟେସନ ଠାରେ ୬ଟି ଉପଲବ୍ଧ କରାଯାଇଥିବା ବେଳେ ଭୁବନେଶ୍ବର ଠାରେ ୨ଟି, ପୁରୀ ଠାରେ ୨ଟି, ସମ୍ବଲପୁରରେ ଗୋଟିଏ, କଟକରେ ୪ଟି ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ଗୋଟିଏ ଉପଲବ୍ଧ କରାଯାଇଛି I

ଅଳ୍ପଦିନ ମଧ୍ୟରେ ପୁରୀରେ ଆହୁରି ୪ଟି, ଖୋର୍ଦ୍ଧା ରୋଡ଼ ଠାରେ ୨ଟି, ରାୟଗଡା ଠାରେ ୨ଟି ଏବଂ ବିଜୟନଗରମ, ଶ୍ରୀକାକୁଲମ, ସିଂହାଚଲମ, ଆରକୁ, ଜଗଦଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ କେସିଙ୍ଗା ଠାରେ ପ୍ରତ୍ୟେକ ଗୋଟିଏ ଲେଖାଏଁ ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ସ୍ଥାପନ କରାଯିବାକୁ ଯୋଜନା ରହିଛି । ଯାହା ଫଳରେ ପ୍ଲାଷ୍ଟିକ ବୋତଲକୁ ସଂଗୃହିତ କରାଯାଇ ପୁନଃ ବ୍ୟବହାର ଯୁକ୍ତ ପଦାର୍ଥ ତିଆରି କରାଯିବାକୁ ପ୍ରୟାସ କରାଯିବ I ଏଥିପାଇଁ ରେଳଯାତ୍ରୀ ମାନଙ୍କୁ ଏହା ସମ୍ବନ୍ଧରେ ଜଣାଇବା ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କରାଯାଉଅଛି ଯାହାଦ୍ବାରା ରେଳବାଇ ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରିବ I

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଚାଷୀ ଙ୍କ ମହବନ୍ଦ।ଏହାର ପ୍ରଭାବରେ ଆଜି ପୁରା ଉପଖଣ୍ଡ ବନ୍ଦ ରହିଥିଲା।Body:ଆଜି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ରେ ଚାଷୀ ଙ୍କ ମହବନ୍ଦ ପାଳନ ହୋଇଛି। କୁଚିଣ୍ଡା ଉପଖଣ୍ଡ  କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ଚାଷୀ ମହାବନ୍ଦ ଡାକରା ରେ ଆଜି କୁଚିଣ୍ଡା ଉପଖଣ୍ଡ  ସମ୍ପୂର୍ଣ୍ଣ ବନ୍ଦ ରହିଛି।  ଚାଷୀ ମାନଙ୍କ ୨୦୧୮/୧୯ ବର୍ଷର ଇନପୁଟ ସବସିଡି ଓ କୃଷି ବିମା ପ୍ରଦାନ ରେ ସରକାର ଓ ପ୍ରଶାସନ ଅବହେଳା ଯୋଗୁଁ ଚାଷୀ ବିଗତ ଦିନରେ କୁଚିଣ୍ଡା ଉପଖଣ୍ଡ ରେ ବିଭିନ୍ନ  ସମୟରେ ଚାଷୀ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର କିମ୍ବା କୃଷିବିମା କମ୍ପାନୀ ର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ। ଏହି କାରଣରୁ ଯୋଗୁଁ ଏଇଭଳି ଏକ ବଡଧରଣ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇ ଏହି ଆନ୍ଦୋଳନ ହୋଇଥିବା ଚାଷୀ କହିଛନ୍ତି। ଏହାର ପ୍ରଭାବରେ ଜମନକିରା,କୁଚିଣ୍ଡା, ବାମରା ବ୍ଲକ ର ସମସ୍ତ ଶିକ୍ଷା ଅନୁଷ୍ଠାନ, ବୈବସାୟୀ ପ୍ରତିଷ୍ଠାନ,ସରକାରୀ ବେସରକାରୀ ଅନୁଷ୍ଠାନ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଚା ଷୀ ସଙ୍ଗଠନ ସେହିପରି ସମସ୍ତ ଗ୍ରାମାଞ୍ଚଳର ରାସ୍ତଗୁଡିକ ଅବରୋଧ କରିଥିଲେ।ଶତାଧିକ ଚାଷୀ  ସମସ୍ତ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଅବରୋଧ କରିବା ସହ  କୁଚିଣ୍ଡା ର ସମସ୍ତ କାର୍ଯାଳୟ ବନ୍ଦ କରିଥିଲେ।Conclusion:ଦାବି ପୂରଣ ନହେଲେ ଆଗକୁ ଆହୁରି ତୀବ୍ର ଆନ୍ଦୋଳନ ହେବ ବୋଲି ଚାଷୀ କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.