ETV Bharat / city

ସ୍ମାର୍ଟସିଟିରେ କାମ କରୁନି ପ୍ଲାଷ୍ଟିକ ବ୍ୟାନ କଟକଣା - ଭୁବନେଶରରେ ପ୍ଲାଷ୍ଟିକ କଟକଣା

ବୁଧବାର ବିଏମସି ସେଣ୍ଟ୍ରାଲ ସ୍କ୍ବାଡ ପକ୍ଷରୁ ବାପୁଜୀ ନଗର ଠାରୁ ପଲିଥିନ ନେଇ ଚଢ଼ାଉ ଆରମ୍ଭ କରାଯାଇଛି । ପାଖାପାଖି ୪୦ କେଜିରୁ ଊର୍ଦ୍ଧ୍ବ ପଲିଥିନ ସିଜ୍ ହୋଇଥିବା ବେଳେ ପ୍ରାୟ ୧୦ ହଜାର ଟଙ୍କାର ଫାଇନ ଆଦାୟ କରାଯାଇଛି ।

ସ୍ମାର୍ଟସିଟିରେ କାମ କରୁନି ପ୍ଲାଷ୍ଟିକ କଟକଣା
author img

By

Published : Oct 10, 2019, 5:31 AM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶରରେ ପ୍ଲାଷ୍ଟିକ କଟକଣା କାମ ଦେଉନି । ଗାନ୍ଧୀ ଜୟନ୍ତୀଠାରୁ ପଲିଥିନକୁ ନିଷିଦ୍ଧ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ହେଲେ ଏହି ନିୟମର କାର୍ଯ୍ୟକାରିତା ନେଇ ଉଠିଛି ପ୍ରଶ୍ନବାଚୀ । ଏବେବି ରାସ୍ତା କଡରେ ଚାଟ୍‌ ଦୋକାନୀ ଠାରୁ ବଡ ବଡ ସପିଂ ମଲରେ ପୁଳା ପୁଳା ପଲିଥିନ ଖୁଲମଖୁଲା ବ୍ୟବହାର ହେଉଛି । ଯାହା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସ୍ମାର୍ଟସିଟିରେ କାମ କରୁନି ପ୍ଲାଷ୍ଟିକ କଟକଣା

ବୁଧବାର ବିଏମସି ସେଣ୍ଟ୍ରାଲ ସ୍କ୍ବାଡ ପକ୍ଷରୁ ବାପୁଜୀ ନଗର ଠାରୁ ପଲିଥିନ ନେଇ ଚଢ଼ାଉ ଆରମ୍ଭ କରାଯାଇଥିଲା । ଏଜି ଛକ, ବରମୁଣ୍ଡା ହୋଇ ଏମସ ମେଡିକାଲ ପର୍ଯ୍ୟନ୍ତ ସ୍କ୍ବାଡ ଚଢ଼ାଉ ଜାରି ରଖିଥିଲେ । ପାଖାପାଖି ୪୦ କେଜିରୁ ଊର୍ଦ୍ଧ୍ବ ପଲିଥିନ ସିଜ୍ କରିଥିବା ବେଳେ ପ୍ରାୟ ୧୦ ହଜାର ଟଙ୍କାର ଫାଇନ ଆଦାୟ କରାଯାଇଛି । ଏ ଚଢ଼ାଉ ଆଗକୁ ଜାରି ରହିବ । ଆଉ ପଲିଥିନ ବ୍ୟବହାର ଉପରେ ସଚେତନତା ବି କରାଯିବ ବୋଲି ବିଏମସି ଏନଫୋରସମେଣ୍ଟ ସ୍କ୍ବାଡ ଇନିସ୍ପେକ୍ଟର ସନ୍ତୋଷ ସାମଲ କହିଛନ୍ତି ।

ଏକକ ପ୍ଲାଷ୍ଟିକର ବ୍ୟବହାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଜନସାଧାରଣ ଏହାକୁ ଭ୍ରୁକ୍ଷେପ ନକରି ପଲିଥିନ ବ୍ୟବହାର କରୁଛନ୍ତି । ବିଏମସି ପକ୍ଷରୁ ଏନେଇ ସଚେତନତା କରାଯାଉଛି ସତ, ହେଲେ ଏହା ଉପରେ କିଛି ପ୍ରଭାବ ପଡୁନି । ଆଗକୁ ସମୟ କହିବ ଏ କଟକଣା କେତେ କାର୍ଯ୍ୟକାରୀ ହେଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ମାର୍ଟସିଟିରେ କାମ କରୁନି ପ୍ଲାଷ୍ଟିକ କଟକଣା।

Body:ସ୍ମାର୍ଟସିଟି ଭୁବନେଶ୍ୱର ରେ ପ୍ଲାଷ୍ଟିକ କଟକଣା କାମ ଦେଉନି।ଭୁବନେଶ୍ୱରରେ ଗାନ୍ଧୀ ଜୟନ୍ତୀ ଠାରୁ ପଲିଥିନକୁ ନିଷିଦ୍ଧ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ,ହେଲେ ଏହି ନିୟମର କାର୍ଯ୍ୟକାରିତା ନେଇ ଉଠିଛି ପ୍ରଶ୍ନବାଚୀ। ଏବେବି ରାସ୍ତା କଡରେ ଚାର୍ଟ ଦୋକାନୀ ଠାରୁ ବଡ ବଡ ସପିଙ୍ଗ ମଲରେ ପୁଳା ପୁଳା ପଲିଥିନ ଖୁଲମ ଖୁଲା ବ୍ୟବହାର ହେଉଛି।ସେ ବ୍ୟବସାୟିକ ପ୍ରତିଷ୍ଠାନ ହେଉ ବା ସାଧାରଣ ଲୋକେ ସମସ୍ତଙ୍କ ଦ୍ଵାରା ବ୍ୟବହାର ହେଉଥିବାର ଦେଖିବାକୁ ମିଳିଛି ଅର୍ଥାତ ଖୋଲା ଖୋଲି ଭାବେ ଉଲଂଘନ ହେଉଛି ସରକାରୀ ନିୟମ,ଯାହା ସରକାରଙ୍କ ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଜନସାଧାରଣ ଏହାକୁ ଭ୍ରୁକ୍ଷେପ ନକରି ପଲିଥିନ ବ୍ୟବହାର କରୁଛନ୍ତି।ବିଏମସି ପକ୍ଷରୁ ଏ ନେଇ ସଚେତନତା କରାଯାଉଛି ସତ ହେଲେ ଏହା ଉପରେ କିଛି ପ୍ରଭାବ ପଡୁନି।

ବୁଧବାର ବିଏମସି ସେଣ୍ଟ୍ରାଲ ସ୍କ୍ୱାର୍ଡ ପକ୍ଷରୁ ବପୁଜି ନଗର ଠାରୁ ପଲିଥିନ ନେଇ ଚଢ଼ାଉ ଆରମ୍ଭ କରାଯାଇଥିଲା।ଏଜି ଛକ, ବରମୁଣ୍ଡା ହୋଇ ଏମସ ମେଡିକାଲ ପର୍ଯ୍ୟନ୍ତ ସ୍କ୍ୱାର୍ଡ ଚଢ଼ାଉ ଜାରି ରଖିଥିଲେ।ପାଖାପାଖି ୪୦ କେଜିରୁ ଉର୍ଧ୍ବ ପଲିଥିନ ସିଜ ହେଇଥିବା ବେଳେ ପ୍ରାୟ ୧୦ ହଜାର ଟଙ୍କାର ଫାଇନ ଆଦାୟ କରାଯାଇଛି।ଏ ଚଢ଼ାଉ ଆଗକୁ ଜାରି ରହିବ।ଆଉ ପଲିଥିନ ବ୍ୟବହାର ଉପରେ ସଚେତନତା ବି କରାଯିବ ବୋଲି ବିଏମସି ଏନ୍ଫୋରମେଣ୍ଟ ସ୍କ୍ୱାର୍ଡ ଇନେସ୍ପେକ୍ଟର ସନ୍ତୋଷ ସାମଲ କହିଛନ୍ତି।

ସୂଚନାଥାଉ କି ରାଜ୍ୟ ସରକାର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ନେଇ କଟକଣା ଜାରି କରିଛନ୍ତି।ହେଲେ ଆଜି ବି ପଲିଥିନ ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ନେଇ ଦେଖିବାକୁ ମିଳୁଛି।ଆଗକୁ ସମୟ କହିବ ଏ କଟକଣା କେତେ କାର୍ଯ୍ୟକାରୀ ହେଉଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.