ଭୁବନେଶ୍ବର: ବର୍ଷାରେ ଭିଜିଲା ସାରା ଓଡ଼ିଶା । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ନେଇ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲା ହେଲା କନ୍ଧମାଳ, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ନବରଙ୍ଗପୁର ଏବଂ ଢେଙ୍କାନାଳ । ଏହାସହ ଆସନ୍ତା ୭ ତାରିଖରେ ରାଜ୍ୟରେ କୁଆପଥର ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରକାଶ ପାଇଛି ।
ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିବ ବର୍ଷା। ଏନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ରାଜ୍ୟରେ ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କେନ୍ଦୁଝର, କନ୍ଧମାଳ, ରାୟଗଡା, ଢେଙ୍କାନାଳ, ମୟୁରଭଞ୍ଜ, ଅନୁଗୁଳରେ ବର୍ଷା ହେବା ସହ ଆଭ୍ୟନ୍ତରୀଣ ଓଡ଼ିଶାର ଖୁବ କମ ସ୍ଥାନରେ ବର୍ଷା ହେବ।
ସେହିପରି ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲା ଗଞ୍ଜାମ, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ନୟାଗଡ଼ରେ ବର୍ଷା ହେବ। ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ବର୍ଷା କନ୍ଧମାଳ, ମୟୁରଭଞ୍ଜ, କଳାହାଣ୍ଡି, ଢେଙ୍କାନାଳ, ନବରଙ୍ଗପୁରରେ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆସନ୍ତା ୪୮ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେଓଗଡ଼ ଏବଂ ଦକ୍ଷିଣ ଗଜପତି, ଗଞ୍ଜାମ, ରାୟଗଡାରେ ବର୍ଷା ହେବ । ବର୍ଷା କମିଲା ପରେ ୯ ତାରିଖ ଠାରୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । କୋରାପୁଟ ଏବଂ ମାଲକାନଗିରିରେ ଘନ କୁହୁଡି ଦେଖାଦେଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ