ETV Bharat / city

ଜଳୁଛି ଶିମିଳିପାଳ, ନିଆଁ ଲିଭାଇବାକୁ ଏସବୁ ପଦକ୍ଷେପ ନେଇଛି ଜଙ୍ଗଲ ବିଭାଗ

author img

By

Published : Mar 8, 2021, 8:37 PM IST

ଶିମିଳିପାଳ ନିଆଁ ଲିଭାଇବାକୁ ଜଙ୍ଗଲ ବିଭାଗ କଣ ନେଇଛି ପଦକ୍ଷେପ, ଦର୍ଶାଇଛନ୍ତି ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ..

ଜଳୁଛି ଶିମିଳିପାଳ, ନିଆଁ ଲିଭାଇବାକୁ ଏସବୁ ପଦକ୍ଷେପ ନେଇଛି ଜଙ୍ଗଲ ବିଭାଗ
ଜଳୁଛି ଶିମିଳିପାଳ, ନିଆଁ ଲିଭାଇବାକୁ ଏସବୁ ପଦକ୍ଷେପ ନେଇଛି ଜଙ୍ଗଲ ବିଭାଗ

ଭୁବନେଶ୍ବର: ଗଲା 2 ସପ୍ତାହ ଧରି ଜଳୁଛି ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତ ଜୈବ ମଣ୍ଡଳ । ଏକର ଏକର ବିଶାଲ ସବୁଜ ବନାନୀ ପୋଡି ପାଉଁଶ ହୋଇଗଲାଣି । ଏ ନେଇ ରାଜ୍ୟ ସରକାରଙ୍କୁ ବିରୋଧ ଆକ୍ରାମଣ କରିଥିଲା ବେଳେ ନିଆଁ ଲିଭାଇବାକୁ ଜଙ୍ଗଲ ବିଭାଗ କଣ ନେଇଛି ପଦକ୍ଷେପ, ଦର୍ଶାଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ରାଜ୍ୟରେ ସାଧାରଣତଃ ପ୍ରତ୍ୟେକ ବର୍ଷ ଫେବୃଆରୀ ୧୫ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ‘ଅଗ୍ନି ଋତୁ' ବୋଲି ବିବେଚନା କରାଯାଇଥାଏ । ଗତ ୩୦ ଦିନ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ସମୁଦାୟ ୧ ହଜାର ୪୨୮ଟି ଫାୟାର ପଏଣ୍ଟରେ ନିଆଁ ଲାଗିଥିଲା । ଏ ସମସ୍ତ ଫାୟାର ପଏଣ୍ଟକୁ ଲିଭାଇବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ଚଳିତ ବର୍ଷ ଉଚ୍ଚ ତାପମାତ୍ରା ସହ ଶୁଖୁଲା ପାଗ ଯୋଗୁଁ ଏହି ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଇଛି । କେତେକ ସ୍ଥାନରେ ଖଳ ପ୍ରକୃତିର ଲୋକ ମନ୍ଦ ଉଦ୍ଦେଶ୍ୟ ରଖ୍ ଜଙ୍ଗଲରେ ନିଆଁ ଲଗାଇଥିବା ନଜରକୁ ଆସିଛି । ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଶିମିଳିପାଳ ଅଞ୍ଚଳରେ ସମୁଦାୟ ୧୧୭୫ ଜଣ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖୁଛନ୍ତି । ୨୯୫ଟି ଅଗ୍ନିନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୦୦ଟି ସ୍ଥାନରେ ସ୍ଥାନୀୟ ଲୋକମାନଙ୍କୁ ସାମିଲ କରି ସଚେତନତା ସୃଷ୍ଟି କରାଯାଉଛି । ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଅଗ୍ନି ରୋକିବା ଏବଂ ଏହାକୁ ବ୍ୟାପିବାକୁ ନଦେବା ଉଦ୍ଦେଶ୍ୟରେ ୩୫୯୧ କିଲୋମିଟର ଫାୟାର ଲାଇନ୍ ସୃଷ୍ଟି କରାଯାଇଛି ଏବଂ ୪୦ଟି ନିଆଁଲିଭା ଗାଡ଼ି ବ୍ୟବହାର କରାଯାଇଛି । ।

୨୦୨୦-୨୧ ଆର୍ଥିକ ବର୍ଷରେ ‘ଅଗ୍ନି ଋତୁ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ପାଇଁ ୨ କୋଟି ୧୪ ଲକ୍ଷ ଟଙ୍କା ଦିଆଯାଇଛି । 2021 ମାର୍ଚ୍ଚ ୩ ଦିନ ଅତିରିକ୍ତ ମ୍ୟାନ୍ ପାୱାର ଓ ଯନ୍ତ୍ରାଦି ପାଇଁ ୧୪ ଲକ୍ଷ ଟଙ୍କା ଦିଆଯାଇଛି । ଅଗ୍ନି ନିର୍ବାପନ ପାଇଁ ସମୁଦାୟ ୨ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୭ ଜଣ ସହ ବନ ସଂରକ୍ଷକ (ଏସିଏଫ୍)ଙ୍କୁ ଏଥିପାଇଁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ନୋଡାଇ ଅଫିସର ରୂପେ ନିୟୋଜିତ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.