ଭୁବନେଶ୍ବର: ନିଜର ଆଧାର କାର୍ଡ଼ ଦେଖାଇ ମାଗଣାରେ ନିଅନ୍ତୁ ଡ୍ରେସ । ଏଭଳି କିଛି ନିଆରା ଦୃଶ୍ୟ ରାଜଧାନୀର ସହିଦ ନଗରରେ ଦେଖିବାକୁ ମିଳୁଛି । 'ଜୟ ଓଡ଼ିଶା' ଫାଉଣ୍ଡେସନ ନାମକ ଅନୁଷ୍ଠାନ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି ।
ବହୁ ସମୟରେ ଦେଖାଯାଏ ଅନେକ ଲୋକେ ନୂଆ ଡ୍ରେସ ଥରେ ଦୁଇ ଥର ପିନ୍ଧି ଆଉ ବ୍ୟବହାର କରନ୍ତି ନାହିଁ । ଯାହାକୁ ସଂଗ୍ରହ କରି 'ଜୟ ଓଡ଼ିଶା' ଫାଉଣ୍ଡେସନ ଆଣିଥାଏ । ଆଉ ଲୋକଙ୍କୁ ମାଗଣାରେ ବାଣ୍ଟି ଥାଏ । କେବଳ ଯେ ଗରିବ ଲୋକଙ୍କୁ ନୁହଁନ୍ତି ଯାହାର ଆବଶ୍ୟକ ପଡିଥାଏ ସେମାନେ ଆସି ମଧ୍ୟ ନେଇ ପାରିବେ ବୋଲି 'ଜୟ ଓଡ଼ିଶା'ର ଫାଉଣ୍ଡେସନର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ଆଜିକୁ ପ୍ରାୟ 4 ବର୍ଷ ହେଲାଣି ବୋଲି ଜଣାପଡ଼ିଛି । ଲୋକେ ଆସି ନିଜର ପରିଚୟ ପତ୍ର ଦେଖାଇ ଆବଶ୍ୟକ ମୁତାବକ କପଡା ଏଠାରୁ ନେଇ ପାରିବେ । ବର୍ତ୍ତମାନ ହାରାହାରି 35 ହଜାର ଲୋକ ଏଠାରୁ ନିଜର ବସ୍ତ୍ର ନେଇଥିବାର ସୂଚନା ମିଳିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ