ଭୁବନେଶ୍ବର: ଅନଲାଇନରେ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ଏସବିଆଇ ନିଜ ଡିଜିଟାଲ ଆପ ‘ୟୋନୋ’ରେ ସପିଂ ଫେଷ୍ଟିଭାଲ ଆରମ୍ଭ କରିଛି । ଯେଉଁଥିରେ ବଜାର ଦର ଅନୁସାରେ କମ ଦରରେ ସପିଂ କରିହେବ । ଏହି ଫେଷ୍ଟିଭାଲ ଡିସେମ୍ବର 10 ରୁ 14 ଡିସେମ୍ବର ପର୍ଯ୍ୟନ୍ତ ଲାଗୁ ହୋଇଛି ।
‘ୟୋନୋ’ ଆପ ସହାୟତାରେ ଗ୍ରାହକ ମାନେ ହାଉସ ଲୋନ, ଶିକ୍ଷା ଲୋନ, କାର ଲୋନ, ଗୋଲଡ ଲୋନ ଏବଂ କୌଣସି ସପିଂ କରିବାକୁ ହେଲେ ଗ୍ରାହକଙ୍କ ସୁବିଧା ଯୋଗାଇ ଦିଆଯିବ । ଏହି ଲୋନ ଉପରେ ଜବରଦସ୍ତ ରିହାତି ମଧ୍ୟ ରହିଛି । ଦେଶର 17 ଟି ନାମୀଦାମୀ କମ୍ପାନୀ ୟୋନୋ ସହ ଅଂଶଗ୍ରହଣ କରିଛନ୍ତି ।
‘ୟୋନୋ’ ଆପ ସହାୟତାରେ 10 ହଜାର କୋଟି ଟଙ୍କାର ଲୋନ ଦିଆସରିଥିବା ଜଣାପଡିଛି । ଏହି ଆପକୁ ପୁରୀ, ଭୁବନେଶ୍ବର ଓ କଟକରେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ତେବେ ଭାରତରେ ୟୋନୋକୁ 1.6 କୋଟି ଜନସାଧାରଣ ବ୍ୟବହାର କରିଥିବାବେଳେ ଓଡିଶାରେ ଏହାକୁ 5 ଲକ୍ଷରୁ ଅଧିକ ଲୋକ ବ୍ୟବହାର କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ