ETV Bharat / city

ଶୋଭା ଶର୍ମାଙ୍କ 'the Awasthis of Aamnagri' ପୁସ୍ତକ ଉନ୍ମୋଚିତ - ଶୋଭା ଶର୍ମାଙ୍କ ପୁସ୍ତକ 'the Awasthis of Aamnagri'

ଶୋଭା ଶର୍ମାଙ୍କ ଲିଖିତ ପୁସ୍ତକ "the Awasthis of Aamnagri" ଉନ୍ମୋଚିତ । ସ୍ଥାନୀୟ ବକୁଳ ଫାଉଣ୍ଡେସନ ପାଠାଗାର ଠାରେ ଶ୍ରୀମତି ପ୍ରତିଭା ରାୟ ଏହାର ଭର୍ଚୁଆଲ ଉନ୍ମୋଚନ କରିଛନ୍ତି । ଅଧିକ ପଢନ୍ତୁ...

ଶୋଭା ଶର୍ମାଙ୍କ 'the Awasthis of Aamnagri' ପୁସ୍ତକ ଉନ୍ମୋଚିତ

author img

By

Published : Nov 27, 2020, 1:05 PM IST

Updated : Nov 27, 2020, 3:09 PM IST

ଭୁବନେଶ୍ୱର: ଓଡିଶା କ୍ୟାଡର ପ୍ରଶାସନିକ ଅଧିକାରୀ ତଥା ବର୍ତ୍ତମାନ ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ସଚିବ ଶୋଭା ଶର୍ମାଙ୍କ ଲିଖିତ ପୁସ୍ତକ "the Awasthis of Aamnagri" ଉନ୍ମୋଚିତ ହୋଇଛି । ସ୍ଥାନୀୟ ବକୁଳ ଫାଉଣ୍ଡେସନ ପାଠାଗାର ଠାରେ ଏହାର ଭର୍ଚୁଆଲ ଉନ୍ମୋଚନ ବିଶିଷ୍ଟ କଥାଶିଳ୍ପୀ ଶ୍ରୀମତୀ ପ୍ରତିଭା ରାୟ କରିଛନ୍ତି । ଦୀର୍ଘଦିନର ବ୍ୟବଧାନ ପରେ ଶ୍ରୀମତୀ ଶର୍ମାଙ୍କର ଦ୍ଵିତୀୟ ପୁସ୍ତକ ଭାବେ ଏହା ଉନ୍ମୋଚିତ ହୋଇଛି ।

ଶୋଭା ଶର୍ମାଙ୍କ 'the Awasthis of Aamnagri' ପୁସ୍ତକ ଉନ୍ମୋଚିତ

ଏହି ଅବସରରେ ଶ୍ରୀମତୀ ଶର୍ମା କେଉଁ ପୃଷ୍ଠଭୂମିକୁ ନେଇ ଏହାର ରଚନା କରିଛନ୍ତି ଓ ଏହା କେଉଁ ବର୍ଗର ପାଠକମାନଙ୍କୁ ବେଶ୍ ଆକୃଷ୍ଟ କରିବ ସେ ବିଷୟରେ ଉଲ୍ଲେଖ କରିଛନ୍ତି । ଏଥିସହ ଆଗାମୀ ଦିନରେ ଏହି ପୁସ୍ତକକୁ ବିଭିନ୍ନ ଭାଷାରେ ଅନୁବାଦ କରି ପ୍ରକାଶ କରିବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି ।

ତେବେ ସ୍କୁଲ ସମୟରୁ ଲେଖାଲେଖି ଆରମ୍ଭ କରିଥିବା ଶ୍ରୀମତୀ ଶର୍ମା କର୍ମମୟ ଜୀବନରେ ଏହାକୁ ନିୟମିତ ଭାବେ ଜାରିରଖି ପାରିନଥିବା କହିଛନ୍ତି । ପ୍ରଚେଷ୍ଟା ଜାରି ରଖିବା ସହ 2013 ମସିହାରେ ନିଜର ପ୍ରଥମ କ୍ଷୁଦ୍ର ଗଳ୍ପ ସଂକଳନ "Fly on the Wall" ପ୍ରକାଶନ କରିଥିଲେ ।ଏହା ଦୀର୍ଘ ସମୟ ବ୍ୟବଧାନରେ ଦ୍ଵିତୀୟ ପୁସ୍ତକ ପ୍ରକାଶନ ହେଉଥିବାରୁ ଖୁସିବ୍ୟକ୍ତ କରିବା ସହ ଆଗକୁ ଏହି ଲେଖା ଜାରି ରହିବ ବୋଲି କହିଛନ୍ତି । ସୂଚନା ଅନୁଯାୟୀ ଏହି ପୁସ୍ତକଟି ନିୟୋଗୀ ବୁକ୍ସ ପକ୍ଷରୁ ପ୍ରକାଶିତ ହୋଇ ଥିବାବେଳେ ଏହାର ଡିଜିଟାଲ ସଂସ୍କରଣ ମଧ୍ୟ ଉପଲବ୍ଧ ଥିବା ସେ କହିଛନ୍ତି । ଏହାର ମୂଲ୍ୟ 350 ଟଙ୍କା ରହିଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Nov 27, 2020, 3:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.