ETV Bharat / city

କଟକଣାରେ ଗଜାନନଙ୍କୁ ପୂଜିଲେ ଶିଶୁମନ୍ଦିର ଛାତ୍ରଛାତ୍ରୀ

author img

By

Published : Sep 10, 2021, 4:43 PM IST

କୋଭିଡ କଟକଣା ସହ ରାଜଧାନୀର ୟୁନିଟ ୮ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଗଣେଶ ପୂଜା ପାଳିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

କଟକଣାରେ ଗଜାନନଙ୍କୁ ପୂଜିଲେ ଶିଶୁମନ୍ଦିର ଛାତ୍ରଛାତ୍ରୀ
କଟକଣାରେ ଗଜାନନଙ୍କୁ ପୂଜିଲେ ଶିଶୁମନ୍ଦିର ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ଚତୁର୍ଥୀ । କଟକଣା ମଧ୍ୟରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଦୀର୍ଘଦିନର ଲକଡାଉନ ପରେ ଅନଲକ ଓଡିଶାରେ ଏହା ପ୍ରଥମ ସାର୍ବଜନୀନ ପୂଜା ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜଧାନୀସ୍ଥିତ ୟୁନିଟ୍ 8 ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣେଶଙ୍କୁ ଆରଧନା କରାଯାଇଛି । ଛାତ୍ରଛାତ୍ରୀ ନିଜେ ଭଗବାନଙ୍କୁ ଭକ୍ତିପୂତ ଅର୍ପଣ କରି ପୂଜା କରିଛନ୍ତି ।

ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂଜାର୍ଚ୍ଚନା କରାଯାଇଛି । ପିଲାମାନେ ମାସ୍କ ପିନ୍ଧି ଗଜାନନଙ୍କ ଅର୍ଚ୍ଚନା କରିଛନ୍ତି । ଏଥିରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ଉପସ୍ଥିତ ରହିଛନ୍ତି । ଦୀର୍ଘ ଦିନ ପରେ ସ୍କୁଲରେ ପୂଜା କରିବାକୁ ସୁଯୋଗ ପାଇ ଖୁବ୍ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ଉଲ୍ଲେଖଯୋଗ୍ୟ, ପାର୍ବଣରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଥିବାରୁ କୋଭିଡ କଟକଣା ମଧ୍ୟରେ ପୂଜା ପାଇଁ ଅନୁମିତ ଦେଇଛନ୍ତି ରାଜ୍ୟ ସରକାର । ସର୍ବସାଧାରଣ ସ୍ଥାନରେ ସୀମିତ ସଂଖ୍ୟକ ଲୋକଙ୍କ ମଧ୍ୟରେ ପୂଜା କରିବାକୁ ନିର୍ଦ୍ଦେଶ ରହିଛି । କୋଭିଡ୍ ଗାଇଡଲାଇନ ଅନୁଯାୟୀ ପୂଜା କରାଯାଉଛି । ସେହିପରି କିଛିଟା ସ୍କୁଲ ଓ କଲେଜରେ କଟକଣା ପାଳନ କରାଯାଇ ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା ଚାଲିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.