ETV Bharat / city

ଜଳୁଛି ଶିମିଳିପାଳ, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

author img

By

Published : Mar 3, 2021, 7:38 AM IST

ବିପଦରେ ଶିମିଳିପାଳ ଅଭୟାରଣ୍ୟ । ଉଦବେଗ ପ୍ରକାଶ କଲେଣି ସ୍ଥାନୀୟ ଲୋକ । ସୂଚନା ପାଇ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ।

ବିପଦରେ ଶିମିଳିପାଳ !
ବିପଦରେ ଶିମିଳିପାଳ !

ଭୁବନେଶ୍ବର: ସଙ୍କଟରେ ଶିମିଳିପାଳ ଜାତୀୟ ଅଭୟାରଣ୍ୟ । ଜଳୁଛି ଅଭୟାରଣ୍ୟ । ବିପଦରେ ଜୀବଜନ୍ତୁ । ଉଦବେଗ ପ୍ରକାଶ କଲେଣି ସ୍ଥାନୀୟ ଲୋକ । ସ୍ଥାନୀୟ ପ୍ରଶାସନ ନେଉନି ଠୋସ ପଦକ୍ଷେପ । ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଗୁହାରି କରିଛନ୍ତି ଲୋକ । ସେପଟେ ସୂଚନା ପାଇ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ।

ବିପଦରେ ଶିମିଳିପାଳ !
ବିପଦରେ ଶିମିଳିପାଳ !

ଏବେ ସଙ୍କଟରେ ଦେଶର ଅନନ୍ୟ ଜାତୀୟ ଅଭୟାରଣ୍ୟ ଶିମିଳିପାଳ । ଅଭୟାରଣ୍ୟ ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଟ୍ବିଟରେ ଗୁହାରୀ କରିଛନ୍ତି ଜଣେ ପ୍ରକୃତିପ୍ରେମୀ । ଅକ୍ସିତା ଏମ ଭଙ୍ଗଦେଓ ନାମ୍ନୀ ଜଣେ ମହିଳା ଶିମିଳିପାଳର ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି,‘ଗତ ସପ୍ତାହ ତଳେ ଶିମିଳିପାଳ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିଲା । ଏକ ସପ୍ତାହ ପୂର୍ବରୁ ପ୍ରାୟ 50 କିଲୋଗ୍ରାମ ହାତୀ ଦାନ୍ତ ମିଳିଥିଲା । ଶିମିଳିପାଳ ଜଙ୍ଗଲ ଭିତରେ ମାଫିଆ ମାନେ ଆତଙ୍କ ସୃଷ୍ଟି କରୁଛନ୍ତି । ଜଙ୍ଗଲ ନଷ୍ଟ କରିବା ସହ ବହୁ ମୂଲ୍ୟବାନ ଗଛ କାଟି ବିକ୍ରି କରିଦେଉଛନ୍ତି ।’

ଏ ନେଇ କିଛି ମାସ ପୂର୍ବେ ସ୍ଥାନୀୟ ଯୁବକମାନେ ଖବର ଦେଇଥିଲେ । ଏସିଆର ଦ୍ବିତୀୟ ବୃହତ୍ତମ ବାୟୋସଫିର୍ ଶିମିଳିପାଳ ଜଳୁଥିବା ବେଳେ ଏହା ଉପରେ କେହି ନଜର ଦେଉନଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ସରକାର ଏ ନେଇ ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି । ଟ୍ବିଟରେ ଏ ନେଇ ସୂଚନା ପାଇବା ପରେ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିପଦରେ ଶିମିଳିପାଳ !
ବିପଦରେ ଶିମିଳିପାଳ !

ତୁରନ୍ତ ଘଟଣାରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ଟ୍ବିଟ କରି ଲେଖିଛନ୍ତି କି, ‘ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଶିମିଳିପାଳ ଟାଇଗର ରିଜର୍ଭରେ ଅଗ୍ନିକାଣ୍ଡ ବିଷୟରେ ଜାଣିବାକୁ ପାଇଲି । ଏହା ଦେଶର ଏକ ଗୁରୁତ୍ବପୂର୍ଣ୍ଣ ଜୈବ କ୍ଷେତ୍ର ସଂରକ୍ଷଣ ସ୍ଥାନ । ଏବେ ଏଠାରେ ଉଦବେଗଜନକ ପରିସ୍ଥିତି ଉପୁଜିଛି ।’ ସେପଟେ ଏ ନେଇ ଟ୍ବିଟରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ଏ ନେଇ ସେ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ତୁରନ୍ତ ଏ ନେଇ ଆକ୍ସନ ଟେକେନ ରିପୋର୍ଟ ବିଭାଗକୁ ମାଗିଛନ୍ତି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.