ଭୁବନେଶ୍ବର: ରାଜସ୍ବ ବଢାଇବାକୁ ବିଏମସିର ନୂଆ ଯୋଜନା । ରାଜଧାନୀରେ ଏବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆଦାୟ କରିବେ ହୋଲଡିଂ ଟ୍ୟାକ୍ସ । ସେଥିପାଇଁ ତାଙ୍କୁ ମିଳିବ ଇନସେନଟିଭ୍ । ପିଓଏସ୍ ମାଧ୍ୟମରେ ହୋଲଡିଂ ଟ୍ୟାକ୍ସ ସଂଗ୍ରହ କରାଯିବ। । ଏଥିପାଇଁ ମହିଳା ଏସଏଚଜିଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। । ଏହାସହ ଅନଲାଇନରେ ଆଦାୟ ହେବ ଟ୍ୟାକ୍ସ । ଏନେଇ ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।
ତେବେ ହୋଲଡିଂ ଟ୍ୟାକ୍ସ ଆଦାୟ କମିଲେ ରାଜସ୍ବହାନୀ ଘଟୁଛି । ତେଣୁ ମହିଳା ଏସଏଚଜିଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ତାଙ୍କର ଆଦାୟ ରାଜସ୍ବ ଉପରେ ତାଙ୍କୁ ଏକ ପ୍ରତିଶତ ଇନସେନଟିଭ୍ ଆକାରରେ ଦିଆଯିବ । ପିଓଏସ୍ ମେସିନ୍ ମାଧ୍ୟମରେ ଅନଲାଇନ୍ ପ୍ରକ୍ରିୟାରେ କେବଳ ଟିକସ ଆଦାୟ ହେବ । ରାଜସ୍ବ ବଢ଼ାଇବା ଲକ୍ଷରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
ଏହାସହ ଏସଏଚଜି ମାନେ ତାଙ୍କର ଅନ ଲାଇନ ମାଧ୍ୟମରେ ଦେୟ କରିବେ । ଏହି ଦେୟ ଏସଏଚଜି ଆକାଉଣ୍ଟରୁ କଟିବ । ଏଥିପାଇଁ ଯେଉଁ ଏସଏଚଜି ଟ୍ୟାକ୍ସ ଆଦାୟ କରିବେ ସେମାନଙ୍କର ବାର୍ଷିକ କାରବାର 20ରୁ 50 ହଜାର ଟଙ୍କା ହୋଉଥିବାର ଅଛି । ଶିକ୍ଷାଗତ ଯୋଗ୍ୟତାରେ ଅତି କମ୍ରେ ମେଟ୍ରିକ ପାସ କରିଥିବା ଦରକାର ବୋଲି କହିଛନ୍ତି କମିଶନର ।
ଭୁବନେଶ୍ବର ମହାନଗର ନିଗମ ରାଜସ୍ବ ମୁଖ୍ୟ ଅଂଶ ହୋଲଡିଂ ଟ୍ୟାକ୍ସରୁ ଆଦାୟ ହୋଇଥାଏ । କିନ୍ତୁ ଗତବର୍ଷ 2018-19 ବର୍ଷରେ ହୋଲଡିଂ ଟ୍ୟାକ୍ସ ଠିକ ଭାବେ ଆଦାୟ ହୋଇପାରିନଥିବାରୁ ରାଜସ୍ବହାନୀ ହୋଇଥିଲା । ଏବେ ଭୁବନେଶ୍ବରରେ ମୋଟ 2 ଲକ୍ଷ 20ହଜାର ଲୋକେ ହୋଲଡିଂ ଟ୍ୟାକ୍ସ ଦେବା କଥା । ମାତ୍ର ଏକ ଲକ୍ଷ ଲୋକେ ଏବେ ଟ୍ୟାକ୍ସ ପୈଠ କରୁଛନ୍ତି । ଖାଲି ଅନଲାଇନ ମାଧ୍ୟମରେ ଟ୍ୟାକ୍ସ ଆଦାୟ ହେବନି । ଏଣିକି ଅଫ ଲାଇନରେ ମଧ୍ୟ ଟଙ୍କା ପୈଠ କରିପାରିବେ ଭୁବନେଶ୍ବର ବାସିନ୍ଦା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ