ETV Bharat / city

ଅଧୁରା ରହିଲା ଶାନ୍ତନୁଙ୍କ ଅଭିଳାଷ !

ଓଡ଼ିଆ ସଙ୍ଗୀତ ଜଗତର ଆଉ ଏକ ଉଜ୍ଜ୍ୱଳ ତାରକାଙ୍କ ଆମ ସମସ୍ତଙ୍କ ନିକଟରୁ ବିଦାୟ ହୋଇଛି । ଏକ ନିର୍ଦ୍ଦିଷ୍ଟ ସଙ୍ଗୀତ ପ୍ରୋଜେକ୍ଟକୁ ନେଇ କାର୍ଯ୍ୟ କରୁଥିବା ବେଳେ ତାହା ଅଧୁରା ରହି ଯାଇଥିବା ସେ ତାଙ୍କ ପୁଅ କୌଶିକଙ୍କୁ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 31, 2020, 7:38 AM IST

ଅଧୁରା ରହିଲା ଶାନ୍ତନୁଙ୍କ ଅଭିଳାଷ !
ଅଧୁରା ରହିଲା ଶାନ୍ତନୁଙ୍କ ଅଭିଳାଷ !

ଭୁବନେଶ୍ବର: ଆଜି ଓଡ଼ିଆ ସଙ୍ଗୀତ ଜଗତର ଆଉ ଏକ ଉଜ୍ଜ୍ୱଳ ତାରକାଙ୍କ ଆମ ସମସ୍ତଙ୍କ ନିକଟରୁ ବିଦାୟ ହୋଇଛି । ସବୁ ବେଳେ ସଙ୍ଗୀତକୁ ନେଇ ପର୍ଯ୍ୟାଲୋଚନା କରୁଥିବା ଶାନ୍ତନୁ ମହାପାତ୍ର ଶେଷ ସମୟ ପର୍ଯ୍ୟନ୍ତ ସଙ୍ଗୀତ ପ୍ରତି ସାଧନା ଜାରି ରଖିଥିଲେ । ତେବେ ଏକ ନିର୍ଦ୍ଦିଷ୍ଟ ସଙ୍ଗୀତ ପ୍ରୋଜେକ୍ଟକୁ ନେଇ କାର୍ଯ୍ୟ କରୁଥିବା ବେଳେ ତାହା ଅଧୁରା ରହି ଯାଇଥିବା ସେ ତାଙ୍କ ପୁଅ କୌଶିକଙ୍କୁ କହିଛନ୍ତି ।

ଅଧୁରା ରହିଲା ଶାନ୍ତନୁଙ୍କ ଅଭିଳାଷ !

ସେହିପରି ସଙ୍ଗୀତ ସହିତ ତାଙ୍କର ଦୀର୍ଘ ଯାତ୍ରାକୁ ନେଇ ସ୍ବର୍ଗତ ମହାପାତ୍ର ନିଜର ଆତ୍ମ ଜୀବନୀ ମଧ୍ୟ ଲେଖୁଥିଲେ । ଯାହା ମଧ୍ୟ ଅଧା ଛାଡି ଯାଇଥିବା ତାଙ୍କ ପୁତ୍ର ପ୍ରକାଶ କରିଛନ୍ତି । ଯାହାକୁ ସେ ପରିପୂର୍ଣ୍ଣ ରୂପ ଦେବେ ବୋଲି କହିଛନ୍ତି । ଆଉ ଏକ ଶେଷ ଇଚ୍ଛା ମଧ୍ୟ ତାଙ୍କର ଅପୁରଣୀୟ ରହିଥିବା ଜଣାପଡିଛି । ସେ ଶେଷ ନିଶ୍ବାସ ତ୍ୟାଗ ବେଳେ ହାରମନୀୟମ ତାଙ୍କ ହାତରେ ଥିବା ଅବସ୍ଥାରେ ପ୍ରାଣ ହରାଇବାକୁ ଇଛା କରିଥିଲେ । କିନ୍ତୁ ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ତାଙ୍କ ଇଛା ପୂରଣ କରିପାରିନଥିବା ଘର ଲୋକେ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.