ଭୁବନେଶ୍ବର: ସୀମା ଟପିଲେ ଟିଉସନ ସାର । ଛାତ୍ର ଓ ଶିକ୍ଷକଙ୍କ ସମ୍ପର୍କରେ ଲାଗାଇଲେ କଳଙ୍କ । ପାଠ ପଢା ଆଳରେ ପିଲା ଉପରେ ରଖୁଥିଲେ ଖରାପ ନଜର। ପାଠ ପଢାଇବା ଆଳରେ ବନ୍ଦ କରୁଥିଲେ କବାଟ । କୁନି ଛାତ୍ର ସହ ରଖୁଥିଲେ ଅପ୍ରାକୃତିକ ଯୌନ ସମ୍ପର୍କ । ଏମିତି ଏକ ସଙ୍ଗିନ ଅଭିଯୋଗ ଆସିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ।

ଓମଫେଡ ବସ୍ତିର ଷଷ୍ଠ ଶ୍ରେଣୀର ଛାତ୍ର ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଶିକ୍ଷକ । ଯାହାକୁ ନେଇ ନିଜର ମାନସିକ ହରାଉଥିଲେ ଛାତ୍ର ଜଣକ । ସାରଙ୍କୁ ଦେଖି ଟିଉସନ ହେବା ପାଇଁ ମନାକରୁଥିଲେ ଛାତ୍ର ଜଣକ । ଯାହାକୁ ନେଇ ଛାତ୍ର ଘର ଲୋକ ପିଲାଠୁ ଘଟଣା ବୁଝିବା ପରେ ଥାନାରେ ଟିଉସନ ସାରଙ୍କ ନାଁରେ ଅଭିଯୋଗ କରିଥିଲେ ।
ଏହି ଘଟଣାରେ ପୋଲିସ ପଣ୍ଡା ପାର୍କର ୨୭ ବର୍ଷିୟ ଟିଉସନ ସାର ଜିନେଶ ଲିମାକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
ଭୁବନେଶ୍ବରରରୁ ତାପସ ପରିଡା, ଇଟିଭି ଭାରତ