ଭୁବନେଶ୍ବର: ଗିରଫ ହୋଇ ଜେଲ ଗଲେ ଦଲାଲ ଦମ୍ପତି । ପିପିଲିରୁ ରାଣୀ ମହୁମାଛି ରୁପସା ବେଗମ ଓରଫ ଅଞ୍ଜଳି ଓ ବୟଫ୍ରେଣ୍ଡ ଇବ୍ରାହିମକୁ ଗିରଫ କରାଯାଇଛି । ଯୁବତୀ ଚୋରା ଚାଲାଣ ଓ ବେଆଇନ ସେକ୍ସ ରାକେଟ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ଏସଟିଏଫ ଚିମ ।
ହ୍ଯୁମାନ ଟ୍ରାଫିକିଂ ଆକ୍ଟ ଓ ଆଇପିସିର ଧାରା ୩୭୦, ୪୬୭, ୪୬୧ ଓ ୩୪ରେ କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ । ତେବେ ଜେଲ ଯିବା ପରେ ଅଞ୍ଜଳି ଦିଦିର ସେକ୍ସ ରାକେଟର ଚେର ଖୋଜୁଛି ଏସଟିଏଫ ଟିମ୍ । ଓଲ୍ଡଟାଉନର ଗୋଶାରେଶ୍ବର ନିକଟସ୍ଥ ଏକ ଭଡା ଘରୁ ୬ ଯୁବତୀଙ୍କୁ ଉଦ୍ଧାର ପରେ ସେମାନଙ୍କ ନିକଟରୁ ୪ଟି ନକଲି ଆଧାରକାର୍ଡ ଜବତ କରାଯାଇଥିଲା । ଯାହାକୁ ନେଇ ପଶ୍ଚିମବଙ୍ଗର ଏକ ଟିମ ଏହାର ଛାନଭିନ କରୁଛି । ସେପଟେ ଅନ୍ୟ ଏକ ଦଳ ଅଞ୍ଜଳି ଦିଦିର ନେଟୱାର୍କ ଖୋଜୁଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ