ETV Bharat / city

ଓୟୋ ରୁମରେ ଚାଲିଥିଲା ଏସକର୍ଟ ସର୍ଭିସ, ପର୍ଦ୍ଦାଫାସ କଲେ ଫ୍ୟାମିଲି ମ୍ୟାନ

author img

By

Published : Sep 5, 2021, 5:59 PM IST

Updated : Sep 5, 2021, 7:40 PM IST

ରାଜଧାନୀରେ ଠାବ ହେଲା ବଡ ଧରଣର ସେକ୍ସ ରାକେଟ। ବଙ୍ଗୀୟ ଯୁବତୀଙ୍କ ସମେତ ମୋଟ 8 ଯୁବତୀ ଉଦ୍ଧାର। ଦୁଇ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭରତପୁର ପୋଲିସ। ଅଧିକ ପଢନ୍ତୁ...

ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ, 8 ଯୁବତୀ ଉଦ୍ଧାର,2 ଦଲାଲ ଗିରଫ

ଭୁବନେଶ୍ବର: ଅନଲାଇନରେ ବୁକ ହେଉଥିଲା ହୋଟେଲ। ସିକ୍ରେଟରେ ମିଳୁଥିଲା ଏସକର୍ଟ ସର୍ଭିସ। ପୋଲିସ ଚଢାଉର ଭୟ ମଧ୍ୟ ନ ଥିଲା। ହେଲେ ଅନଲାଇନରେ ବୁକ କରି ପରିବାର ନେଇ ରହିବାକୁ ଆସିଥିବା ଜଣେ ଫ୍ୟାମିଲି ମ୍ୟାନ ଏସବୁ ଜାଣି ପୋଲିସକୁ ସୂଚନା ଦେବା ପରେ ସବୁ ଅଙ୍କ ଗଡବଡ ହୋଇଯାଇଥିଲା। ତେବେ ସୂଚନା ଆଧାରରେ ଚଢାଉକରି ମୋଟ ୮ଜଣ ଯୁଵତୀଙ୍କୁ ଉଦ୍ଧାର କରିଵା ସହ ୨ ଜଣ ଦଲାଲ ଗିରଫ କରି କୋର୍ଟ ଚାଲାଣ କରିଛି । ଏପରି ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି ରାଜଧାନୀ ଭରତପୁର ଥାନା ଅଞ୍ଚଳରୁ । ଗିରଫ 2 ଅଭିଯୁକ୍ତ ପ୍ରମୋଦ କୁମାର ପୃଷ୍ଟୀ ,ସନ୍ତୋଷ କୁମାର ପ୍ରଧାନ ବୋଲି ଜଣା ପଡିଛି। ଏହି ଘଟଣାରେ ଏକ ସାଣ୍ଟ୍ରୋ କାର, 2ଟି ବାଇକ,୧୦ ମୋଵାଇଲ ,୨,୯୫୦ ଟଙ୍କା ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରି ମଧ୍ୟ ଜବତ କରିଛି ପୋଲିସ ।

ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁସାରେ, ଭରତପୁର ଥାନା ଅଧୀନସ୍ଥ କଳିଙ୍ଗନଗର କେ-୨ରେ ଥିଵା ପ୍ଲଟ ନମ୍ବର ୨୩୪ରେ ଥିବା ହିମାବତୀ ପ୍ୟାଲେସରେ ଦୀର୍ଘଦିନ ହେବ ଏପରି ସେକ୍ସ ରାକେଟ ଚାଲିଥିବା ନେଇ ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ। ସୂଚନା କ୍ରମେ ଚଢାଉ କରିଥିଲା ଭରତପୁର ଥାନା କଳିଙ୍ଗନଗର ପୋଲିସ। ଚଢାଉ ବେଳେ ସଂଗ୍ରାମ ସିଂ ନାମକ ବ୍ୟକ୍ତି ପଶ୍ଚିମବଙ୍ଗରୁ ଯୁବତୀ ଆଣି ଏଠାରେ ସେକ୍ସ ରାକେଟ ଚଳାଇଥିବା ପୋଲିସ ନଜରକୁ ଆସିଥିଲା । ଏଥିରେ ଜଣେ ବଙ୍ଗୀୟ ଯୁବତୀଙ୍କ ସହ ଖୋର୍ଦ୍ଧା ଅଞ୍ଚଳର ଜଣେ ଓଡିଆ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ। ତେବେ ଘଟଣାର ମୁଖ୍ୟ ଆସାମୀ ସଂଗ୍ରାମ ସିଂ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବାବେଳେ ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ, କଳିଙ୍ଗନଗର ଅଞ୍ଚଳରେ ଚାଲିଥିବା ଏହି ଓୟୋକୁ ଆସୁଥିବା ଅନେକ ଗ୍ରାହକ ସେଠାକୁ ଅନଲାଇନ ବୁକିଂ ଵାହାନାରେ ଆସି ଫାଇଦା ଉଠାନ୍ତି । ହେଲେ ଜଣେ ସପରିବାର ଆସିଥିବା ବ୍ୟକ୍ତିଙ୍କ ନଜରକୁ ଏପରି ଅନୈତିକ କାର୍ଯ୍ୟକଳାପ ଆସିବା ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିବା କୁହାଯାଉଛି । ତେବେ ପୂର୍ବରୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ମଧ୍ୟ ଏପରି ସେକ୍ସ‌ ରାକେଟର ଠାବ କରାଯାଇଥିଲା। ରାଜଧାନୀରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ସୁଦ୍ଧା ପୋଲିସ ନଜରକୁ ନ ଆସିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 5, 2021, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.