ETV Bharat / city

ଚାକିରୀ ଦେବା ନାଁରେ ଦେହ ବ୍ୟବସାୟ ପାଇଁ କରାଯାଉଥିଲା ବାଧ୍ୟ, ବାନ୍ଧିଲା ପୋଲିସ

କନ୍ସଲଟାନ୍ସି ନାମରେ ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ସେକ୍ସ ରାକେଟ ଠାବ ଘଟଣା । ସମ୍ପୃକ୍ତ ଘରକୁ ପୋଲିସ ବେଶ୍ୟାଳୟ ଘୋଷଣା କରିପାରେ ବୋଲି ମିଳିଛି ସୂଚନା । ଅଧିକ ପଢନ୍ତୁ...

author img

By

Published : Oct 25, 2021, 2:00 PM IST

Updated : Oct 25, 2021, 3:17 PM IST

କନ୍ସଲଟାନ୍ସି ନାଁରେ ଚାଲିଥିଲା ସେକ୍ସ ରାକେଟ; ୪ ଯୁବତୀ ଉଦ୍ଧାର, ଦଲାଲ ଗିରଫ

ଭୁବନେଶ୍ବର: ରାଜଧାନୀରେ ଏକ ବଡ ଧରଣର ସେକ୍ସ ରାକେଟ ଠାବ ହୋଇଛି । ଚାକିରି ଦେବା ନାଁରେ ଯୁବତୀଙ୍କୁ ଡକାଇ ପରେ ଦେହ ବ୍ୟବସାୟ ପାଇଁ କରୁଥିଲେ ବାଧ୍ୟ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ସତ୍ୟବିହାର ଅଞ୍ଚଳରେ ଥିବା ଲକ୍ଷ୍ମୀ କନ୍ସଲଟାନ୍ସି ଉପରେ ଚଢାଉ କରି ୪ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦଲାଲକୁ କରିଛି ଗିରଫ । ଏହି ଘଟଣାରେ ସମ୍ପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା କରିପାରେ ପୋଲିସ ।

କନ୍ସଲଟାନ୍ସି ନାଁରେ ସେକ୍ସ ରାକେଟ ଘଟଣା: ସମ୍ପୃକ୍ତ ଘର ହୋଇପାରେ ବେଶ୍ୟାଳୟ ଘୋଷଣା

ଏହି ଅଞ୍ଚଳରେ କନ୍ସଲଟାନ୍ସି ଆଳରେ ଦଲାଲ ଚଲାଇଥିଲା ଦେହ ବ୍ୟବସାୟ କାରବାର । ଏଥିପାଇଁ ମଞ୍ଚେଶ୍ବର ଥାନା ସତ୍ୟବିହାର ଅଞ୍ଚଳରେ ଖୋଲିଥିଲା ଲକ୍ଷ୍ମୀ କନ୍ସଲଟାନ୍ସି ନାଁରେ ଅଫିସ । ଯୁବତୀଙ୍କୁ ଚାକିରି ପାଇଁ ଡକାଯାଉଥିଲା ଭୁବନେଶ୍ଵର । ନିରୀହ ଯୁବତୀ ଚାକିରି ପାଇବା ପାଇଁ ଅଫିସ ଆସିବା ପରେ ପ୍ରଥମେ ଭଲ ଦରମାରେ ଭଲ ଚାକିରି ମିଳିବ କହି ଉସୁକାଉଥିଲେ । ପରେ ଯୁବତୀଙ୍କ ପରିସ୍ଥିତି ଦେଖି ଦେହ ବ୍ୟବସାୟରେ ସାମିଲ ପାଇଁ ବାଧ୍ୟ କରୁଥିଲେ‌ ।

ଏହି ସେକ୍ସରାକେଟ ଠାବ ପରେ ସମ୍ପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା କରିପାରେ ପୋଲିସ । ଏନେଇ ତଦନ୍ତ କରି କମିଶନରଙ୍କୁ ପଠାଯିବ । ପରେ କୋର୍ଟର ନିର୍ଦ୍ଦେଶ ମିଳିଲେ ବେଶ୍ୟାଳୟ ଭାବେ ଘୋଷଣା କରି ସିଲ୍ କରାଯାଇପାରେ। ତେବେ ଇମୁରାଲ ଟ୍ରାଫିକ ଆକ୍ଟର ଧାରା ଅନୁସାରେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ,ମେଡିକାଲ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ୧୦୦ମି ଭିତରେ ଏଭଳି କାରବାର ହେଉଥିଲେ ଏହାକୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଶ୍ୟାଳୟ ଘୋଷଣା କରାଯିବାର ନିୟମ ରହିଛି । ଏସବୁ କାରବାର ଘର ମାଲିକଙ୍କ ଜାଣତରେ ନା ଅଜାଣତରେ ଚାଲୁଥିଲା । ଏସବୁର ତଦନ୍ତ ପରେ ଯଦି ଜାଣତରେ ଚାଲୁଥାଏ ତେବେ ଏଭଳି ବେଶ୍ୟାଳୟ ଘୋଷଣା କରାଯାଇଥାଏ । ଆଉ ସେହି ଘରକୁ ସିଲ୍ କରାଯାଏ।

ସେପଟେ ଏହି ଘଟଣାରେ କିଛି କର୍ପୋରେଟ ହାଉସର ବ୍ୟବସାୟୀଙ୍କ ସହ ନେତାଙ୍କ ପାଇଁ ଯୋଗାଡ ହେଉଥିଲେ ଯୁବତୀ । ଏପରିକି ବଡ ବଡ କାର୍ଯକ୍ରମରେ ଫୁଲ ତୋଡା ଦେବା ପାଇ ସୁନ୍ଦରୀ ‌ଯୁବତୀ ଆବଶ୍ୟକ କହି ହୋଟେଲକୁ ପଠାଉଥିଲେ। ପରେ ରାତିରେ ରହିବା ପାଇଁ ଵାଧ୍ୟ କରାଯାଉଥିଲା । ଏଭଳି ଢଙ୍ଗରେ ଜଣେ ଯୁବତୀଙ୍କୁ ଚାକିରି ଦେବା କହି ଡକାଇବା ପରେ ଏହି ଘଟଣା ସାମନାକୁ ଆସିଥିଲା । ଯୁବତୀ ଜଣକ ଘଟଣା ଜାଣିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଏନେଇ ପୋଲିସ ସତ୍ୟବିହାର ଅଞ୍ଚଳରେ ଥିବା ଲକ୍ଷ୍ମୀ କନ୍ସଲଟାନ୍ସିରେ ରେଡ କରିଥିଲା । ଘଟଣାରେ କନ୍ସଲଟାନ୍ସିର ମାଲିକ ତଥା ଦଲାଲ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କୁ ଧରିଛି ପୋଲିସ । ତାକୁ ଗିରଫ ସହ ସେଠାରେ ଥିବା ୪ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । କମିଶନରେଟ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିବା ସହ ଇମୁରାଲ ଆକ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Oct 25, 2021, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.