ETV Bharat / city

ରାଜଧାନୀରେ ସେକ୍ସ ରାକେଟ, ଭିଜିଟିଂ କାର୍ଡ଼ରେ ଥିଲା ଗେଷ୍ଟହାଉସ ଏଣ୍ଟ୍ରି - sex racket in bhubaneswar

ରାଜଧାନୀରେ ସେକ୍ସ ରାକେଟ ଠାବ । ଲକ୍ଷ୍ମୀସାଗର ଥାନା ବୁଧେଶ୍ବରୀ କଲୋନୀର ପ୍ଲଟ ନମ୍ବର ୨୬ରେ ଚାଲିଥିଲା କାରବାର। ଜଣେ କେନ୍ଦ୍ରାପଡାର ଯୁବତୀଙ୍କୁ ଉଦ୍ଧାର କରିବା ସହ ଗଞ୍ଜାମର 2 ଜଣ ଓ ଶୈଳଶ୍ରୀ ବିହାରର ଗେଷ୍ଟ ହାଉସ ମାଲିକଙ୍କୁ ମିଶାଇ ମୋଟ ତିନିଜଣଙ୍କୁ ଗିରଫ କରିଛି ପୋଲିସ। ଅଧିକ ପଢନ୍ତୁ...

ରାଜଧାନୀରେ ସେକ୍ସ ରାକେଟ
ରାଜଧାନୀରେ ସେକ୍ସ ରାକେଟ
author img

By

Published : Jun 20, 2021, 4:31 PM IST

ଭୁବନେଶ୍ବର: ରାଜଧାନୀରେ ସେକ୍ସ ରାକେଟ ଠାବ । ଗେଷ୍ଟ ହାଉସ ନାଁରେ ଚାଲିଥିଲା କାରବାର । ଲକ୍ଷ୍ମୀସାଗର ଥାନା ବୁଧେଶ୍ବରୀ କଲୋନୀର ପ୍ଲଟ ନମ୍ବର ୨୬ରେ ଚାଲିଥିଲା କାରବାର।

ରାଜଧାନୀରେ ସେକ୍ସ ରାକେଟ

ସୂଚନା ଅନୁଯାୟୀ, ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ଆଣି ଦଲାଲମାନେ ଯୋଗାଉଥିଲେ ସେକ୍ସ ରାକେଟର ସେବା। ଲକଡାଉନ ପାଇଁ ଗ୍ରାହକଙ୍କ ଡିମାଣ୍ଡ ଥିଲା । କଲୋନୀ ଅଞ୍ଚଳ ଥିବାରୁ ପୋଲିସର ସନ୍ଦେହ ନଥିଲା । କାର ଯୋଗେ ରୂପଜୀବୀ ଓ ଗ୍ରାହକ ଯିବା ଆସିବା କରୁଥିଲେ। ଲୋକଙ୍କ ସଦେହ ଘେରକୁ ବି ଆସୁନଥିଲା।

ଏପଟେ ରୁମ୍ ଭିତରକୁ ଏଣ୍ଟ୍ରି ପାଇଁ ଗ୍ରାହକଙ୍କୁ ଦଲାଲ ଦେଉଥିଲା ଭିଜିଟିଙ୍ଗ୍ କାର୍ଡ । ଘର ବାହାରେ ଭିଜିଟିଙ୍ଗ୍ କାର୍ଡ ଦେଖାଇଲେ ମିଳୁଥିଲା ଏଣ୍ଟ୍ରି। ଯେଉଁଥିରେ ରଙ୍ଗ ଅନୁସାରେ ଜାଣି ହେଉଥିଲା କେଉଁ ଦିନରେ ଗଲେ ମିଳିବ ଏଣ୍ଟ୍ରି। ଏହାରି ମଧ୍ୟରେ ଖବର ପାଇ ସେକ୍ସ ରାକେଟର ଫର୍ଦ୍ଦାଫାସ କରିବାକୁ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଗ୍ରାହକ ବେଶରେ ପହଞ୍ଚିଥିଲେ ଅଫିସର।

ମାତ୍ର ଭିଜିଟିଙ୍ଗ କାର୍ଡ ରଙ୍ଗରେ କୌଣସି ସମସ୍ୟା ଥିବାରୁ ଅଫିସରଙ୍କୁ ଭିତରକୁ ଏଣ୍ଟ୍ରି ଦିଆଯାଇନଥିଲା। ଆଉ ଶେଷରେ ପୋଲିସ ଜାଣିପାରି ରବିବାର ସକାଳୁ କଲୋନୀରେ ଚଢାଉ କରିଥିଲେ। ଚଢାଉ ବେଳେ ଜଣେ କେନ୍ଦ୍ରାପଡାର ଯୁବତୀଙ୍କୁ ଉଦ୍ଧାର କରିବା ସହ ଗଞ୍ଜାମର 2 ଜଣ ଓ ଶୈଳଶ୍ରୀ ବିହାରର ଗେଷ୍ଟ ହାଉସ ମାଲିକଙ୍କୁ ମିଶାଇ ମୋଟ ତିନିଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.