ଭୁବନେଶ୍ବର: ଅଳିଆ ଗଦାରେ ପଡ଼ିଛି କଟା ହାତ ଓ ଗୋଡ଼ । ରାଜଧାନୀ ଭୁବନେଶ୍ବରର ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ଏଭଳି କିଛି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦେହାବଶେଷ କାହାର ସେ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ମିଳିଥିବା କଟା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ସୂଚନା ମିଳିଛି । ଏହି ଦେହାବଶେଷ କାହାର ? ଅଳିଆ ଗଦାକୁ କେମିତି ଆସିଲା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚିଛି । କଟା ହାତ ଓ ଗୋଡ଼କୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ