ETV Bharat / city

ଆହୁରି 3ଦିନ ଥରିବ ଓଡିଶା, ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି - ରାଜ୍ୟରେ ଶୀତ ଲହରୀ

ଆଗକୁ ଆହୁରି 3ଦିନ ପ୍ରବଳ ଥଣ୍ଡାରେ ଥରିବ ସମଗ୍ର ରାଜ୍ୟ । ଏନେଇ ସୂଚନା ଦେବା ସହ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।

winter in odisha, odisha winter latest news, ରାଜ୍ୟରେ ଶୀତ ଲହରୀ, ଓଡିଶାରେ ଶୀତ ଲାଟେଷ୍ଟ ନ୍ୟୁଜ୍‌
ଆହୁରି 3ଦିନ ଥରିବ ରାଜ୍ୟ
author img

By

Published : Dec 28, 2019, 12:01 AM IST

ଭୁବନେଶ୍ବର: ଆଗକୁ ଆହୁରି 3ଦିନ ପ୍ରବଳ ଥଣ୍ଡାରେ ଥରିବ ସମଗ୍ର ରାଜ୍ୟ । ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ ଓ ବାଲେଶ୍ବରର ବିଭିନ୍ନ ସ୍ଥାନରେ ଥଣ୍ଡା ପବନ ବୋହିବା ସହ ତାପମାତ୍ରା 4-6 ଡିଗ୍ରୀ ଖସିବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେବା ସହ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।

ଆଗାମୀ ଦୁଇ ଦିନ ଉତ୍ତର ଓଡିଶା ସହ କନ୍ଧମାଳ, ପୁରୀ, ଖୋର୍ଦ୍ଧା, ସୋନପୁର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ଲାଗି ରହିବାର ସମ୍ଭାବନା ରହିଛି । ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଅନୁଗୋଳରେ ଘନ କୁହୁଡି ଦେଖା ଦେବା ନେଇ ପୂର୍ବାନୁମାନ କରାଯାଇଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି।

ଏଥିସହ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଘର ନଥିବା ସାଧାରଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଉପଯୁକ୍ତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଘନ କୁହୁଡିରେ ଗାଡି ମୋଟର ଚଳାଚଳ ଠିକ ଭାବରେ କରିବାକୁ ପୋଲିସ ଏବଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଥଣ୍ଡା ପବନ ଏବଂ ଥଣ୍ଡା ଦିବସ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Body:ଚଳିତ ମାସ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼,, ଦେଓଗଡ଼, କେଓଁଝର, ଅନୁଗୁଳ,ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥଣ୍ଡା ପବନ ବହିବ ଏବଂ ଦିନରେ ଥଣ୍ଡା ପବନ ପ୍ରବାହିତ ହେବ।

ଆସନ୍ତା ୨,୩ ଦିନ ରାତିରେ ତାପମାତ୍ରା ତଳକୁ ଖସିବ।ରାତ୍ରି ତାପମାତ୍ରା ରେ ୪ ରୁ ୬ ଡିଗ୍ରି ପାରଦ ତଳକୁ ଖସିବ।

୨୭ ଓ ୨୮ ଡିସେମ୍ବରରେ ଉତ୍ତର ଓଡିଶା ଏବଂ କନ୍ଧମାଳ, ପୁରୀ,ଖୋର୍ଦ୍ଧା, ସୋନପୁର, ଏବଂ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ଲାଗିରହିବ।ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ମୟୁରଭଞ୍ଜ, କେଓଁଝର, ବାଲେଶ୍ଵର ଏବଂ ଅନୁଗୁଳ ରେ ଘନ କୁହୁଡି ଦେଖା ଦେବ।ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ରୁ ସମସ୍ତ ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି।ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଘର ନଥିବା ସାଧାରଣ ଲୋକଙ୍କୁ ଅନ୍ୟତ୍ର ନେଇ ଉପଯୁକ୍ତ ସ୍ଥାନରେ ରଖିବାକୁ ନିର୍ଦେଶ ଦିଆଯାଇଛି।ଘନ କୁହୁଡ଼ିରେ ଗାଡି ମୋଟର ଚଳାଚଳ ଠିକ ଭାବରେ କରିବାକୁ ପୋଲିସ ଏବଂ ପରିବହନ ବିଭାଗକୁ ନିର୍ଦେଶ ଦିଆଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.