ରାୟପୁର: ଛତିଶଗଡ ରାୟପୁରର ଚେରିଖେଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଭୋର ସମୟରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଥିବାବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏକ ବସ ଗୁଜୁରାଟର ସୁରଟ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ବସଟି ରାୟପୁର ଚେରିଖେଡି ଠାରେ ଏକ ବସ ସହ ଧକ୍କା ହୋଇଥିଲା । ଏନେଇ ଛତିଶଗଡ ରାୟପୁର ଏସଏସପି ଅଜୟ ଯାଦବ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ