ETV Bharat / city

ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ 7 ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ । ବୈଠକରେ 7 ଟି ଶିଳ୍ପ ପ୍ରକଳ୍ପକୁ ଓଡିଶା ସରକାର ଅନୁମୋଦନ କରିଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : Jul 30, 2021, 7:48 PM IST

seven industrial projects approved in single window clearance authority meeting
ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ 7 ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିବା ବୈଠକରେ 7 ଟି ଶିଳ୍ପ ପ୍ରକଳ୍ପକୁ ଓଡିଶା ସରକାର ଅନୁମୋଦନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । SLSWCAର 102 ତମ ବୈଠକରେ IOCL, HPCL ସମେତ 7 ଟି ଶିଳ୍ପ ପ୍ରକଳ୍ପକୁ ଓଡିଶା ସରକାର ଅନୁମୋଦନ କରିଛନ୍ତି ।

ଏହାଦ୍ବାରା 2083.88 କୋଟି ବିନିଯୋଗରେ ରାଜ୍ୟରେ 2 ହଜାର 144ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବୈଠକରେ 3ଟି ଶସ୍ୟ ଭିତ୍ତିକ ଇଥାନଲ କାରଖାନା ସମେତ 7 ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏଥି ମଧ୍ୟରେ ଶକ୍ତି, ଲଜିଷ୍ଟିକ୍ ଏବଂ ପର୍ଯ୍ୟଟନ କ୍ଷେତ୍ରର ଶିଳ୍ପକୁ ଅଗ୍ରାଧିକାର ଦିଆଯାଇଛି । ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ ଏମଡି ନିତିନ ଜାୱଲେ, ଇଡ଼କୋ ସିଏମଡି ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁମୋଦିତ ହୋଇଥିବା ସାତ ପ୍ରକଳ୍ପଗୁଡ଼ିକ ହେଉଛି:-

  • ବାଲେଶ୍ଵର ବାଲଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ IOCL ପକ୍ଷରୁ 870 କୋଟି ଟଙ୍କା ବିନିଯୋଗରେ ଇଥାନଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିରେ 194 ରୁ ଅଧିକ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
  • ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଦୁଇଟି ପର୍ଯ୍ୟାୟରେ 500 କୋଟି ଟଙ୍କା ବିନିଯୋଗରେ ଇଥାନଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ନବରଙ୍ଗପୁରର ଉମରକୋଟରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପରେ 240 ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
  • ଅନୁଗୁଳ ଜିଲ୍ଲା ବନ୍ତଳା ନୂଆକ୍ଷେତରେ 100 କେଏଲପିଡି ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ସହିତ 12 ଟିପିଡି କ୍ଷମତା ବିଶିଷ୍ଟ ସଙ୍କୁଚିତ ବାୟୋଗାସ୍ (ସିବିଜି) ପ୍ଲାଣ୍ଟ ପ୍ରତିଷ୍ଠା ହେବ । ନ୍ୟୁଆଲ୍ଟ ଏନର୍ଜି ପ୍ରାଇଭେଟ ଲିମିଟେଡ୍ ଦ୍ୱାରା 125 କୋଟି ବିନିଯୋଗ ପ୍ରତିଷ୍ଠା ହେବାକୁ ଥିବା ପ୍ରକଳ୍ପରେ 650ରୁ ଅଧିକ ନିଯୁକ୍ତି ସୁଯୋଗ ରହିବ ।
  • ଆନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ ଏବଂ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଏକ ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କ ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ପ୍ରତିଷ୍ଠା ହେବ । 150 କୋଟି ବିନିଯୋଗରେ 100 ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ।
  • ଆଦିତ୍ୟ ବିର୍ଲା ରିନ୍ୟୁଆଲ୍ ଲିମିଟେଡ୍ ପକ୍ଷରୁ 18.75 ମେଗାୱାଟର ସୋଲାର ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହେବ । ବାଲାଙ୍ଗୀର ସୈନ୍ତଳାରେ 89.44 କୋଟି ବିନିଯୋଗ ସ୍ଥାପିତ ହେବାକୁ ଥିବା ପକଳ୍ପରେ 28 ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
  • ଆଟମୋସ୍ପିୟର କୋର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା ଭୁବନେଶ୍ୱରରେ ପ୍ରତିଷ୍ଠା ହେବ 5 ତାରକା ହୋଟେଲ । 184.64 କୋଟି ବିନିଯୋଗ ନିର୍ମାଣ ହେବାକୁ ଥିବା ହୋଟେଲରେ 469 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
  • ସେହିପରି ଚାନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ 164.80 କୋଟି ବିନିଯୋଗରେ ଡି.ଏନ ହୋମସ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଏକ 5 ତାରକା ହୋଟେଲ ପ୍ରତିଷ୍ଠା ହେବ । ଏହାଦ୍ବାରା 463ରୁ ଅଧିକ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.