ETV Bharat / city

ଗ୍ରୀନ କରିଡର; ମାତ୍ର 6.30 ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ - green corridor gives benefits to patient

ନୟାପଲ୍ଲୀରୁ ମାତ୍ର 6.30 ମିନିଟରେ ଆମ୍ବୁଲାନ୍ସ ପହଞ୍ଚିଥିଲା ଏୟାରପୋର୍ଟରେ । ଗ୍ରୀନ କରିଡରରେ ଆମ୍ବୁଲାନ୍ସ ଯୋଗେ ଏୟାରପୋର୍ଟରେ ପହଞ୍ଚିଲେ ଗୁରୁତର ରୋଗୀ । ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ଯିବେ । ଅଧିକ ପଢନ୍ତୁ...

ଗ୍ରୀନ କରିଡର ଦେଇ 6 ମିନିଟରେ ରୋଗୀ ପହଞ୍ଚିଲେ ବିମାନ ବନ୍ଦର; ଏୟାର ଆମ୍ବୁଲାନ୍ସରେ ଯିବେ ହାଇଦ୍ରାବାଦ

author img

By

Published : Oct 23, 2020, 1:45 PM IST

Updated : Oct 23, 2020, 8:21 PM IST

ଭୁବନେଶ୍ବର: ମାତ୍ର 6.30 ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ । ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବା ଲାଗି ହୋଇଥିଲା ଗ୍ରୀନ କରିଡର । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡରରେ ଗଡିଲା ଆମ୍ବୁଲାନ୍ସ । କମିଶନରେଟ୍ ପୋଲିସର ଟ୍ରାଫିକ ପରିଚାଳନାରେ ସୁଗମ ବ୍ୟବସ୍ଥା ପାଇଁ ହୋଇପାରିଲା ସମ୍ଭବ ।

ଗ୍ରୀନ କରିଡର; ମାତ୍ର 6.30 ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ତେବେ ଉକ୍ତ ରୋଗୀ ଜଣକଙ୍କ କୋରୋନା ସଂକ୍ରମିତ ହୋଇ ନୟାପଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା । ଫଳରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଇବାକୁ ନିଷ୍ପତ୍ତି ହୋଇଥିଲା । ଏଥିରେ ସହଯୋଗ କରିଥିଲା କମିଶନରେଟ ପୋଲିସ । ଡାକ୍ତରଖାନାରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନେବା ପାଇଁ ନୟାପଲ୍ଲୀରୁ ଏୟାରପୋର୍ଟକୁ ଗ୍ରୀନ ଜୋନ ଘୋଷଣା କରିଥଲା କମିଶନରେଟ ପୋଲିସ ।

ସୂଚନା ଅନୁସାରେ, ରୋଗୀଙ୍କ ସୁବିଧା ଓ ସୁଗମ ଯାତ୍ରା ପାଇଁ ଏହି ଗ୍ରୀନ କରିଡର କରିଛନ୍ତି ରାଜ୍ୟ ସରକାର । ସେପଟେ ଆମ୍ବୁଲାନ୍ସ ଯିବା ସମୟରେ ଏକ ଅଘଟଣ ଦେଖିବାକୁ ମିଳିଥିଲା । ଗ୍ରୀନ ଜୋନରେ ପୋଲିସ ରୋଗୀକୁ ଧରି ଆସିବା ଠିକ ପୂର୍ବରୁ ସଚିବାଳୟ ଯିବା କଟିଂ ରାସ୍ତାରେ ଗୋଟିଏ ଅଟୋ ଓଲଟିପଡିଥିଲା । ଘଟଣାରେ 2 ଜଣ ଆହତ ହୋଇଥିଲେ । ସେଠାରେ ଲୋକଙ୍କ ଭିଡ ଏକାଠି ହୋଇଥିବା ବେଳେ ଠିକ୍ ସେ ସମୟରେ ଆମ୍ବୁଲାନ୍ସଟି ପାସ କରିଥିଲା । ଏହି ସମୟରେ ଲୋକଙ୍କ ପ୍ରୟାସରେ ଭିଡ ଫାଙ୍କା କରାଯାଇଥିଲା । ତେବେ ପୋଲିସର ଆଜି ଟିକିଏ ଅବହେଳା ସବୁ ଯୋଜନାକୁ ପଣ୍ଡ କରିଥାନ୍ତା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 23, 2020, 8:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.