ETV Bharat / city

ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାମଙ୍କ ସମାଲୋଚନା

author img

By

Published : May 8, 2022, 11:16 AM IST

ଗ୍ୟାସ ସିଲିଣ୍ଡର ଦର ପ୍ରାୟ 50 ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଉଜ୍ଜଳା ଏବେ ଜଳୁଛି ବୋଲି କହି କଟାକ୍ଷ କରିଛନ୍ତି ଦାମ । ଅଧିକ ପଢନ୍ତୁ

ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ଦାମ

ଭୁବନେଶ୍ବର: ଗ୍ୟାସ ସିଲିଣ୍ଡର ଦର ପ୍ରାୟ 50 ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଉଜ୍ଜଳା ଏବେ ଜଳୁଛି ବୋଲି କହି କଟାକ୍ଷ କରିଛନ୍ତି ଦାମ । ଦାମ କହିଛନ୍ତି ଯେ, ଦେଶରେ ଯେତେସବୁ ପେଟ୍ରୋଲ ପମ୍ପ୍‌ ରହିଛି ସବୁଠି ନରେନ୍ଦ୍ର ମୋଦି, ମହିଳା ଓ ଗ୍ୟାସ ସିଲିଣ୍ଡର ଫଟୋ ରହିଛି ।

ସେହି ଉଜ୍ଜଳା ଯୋଜନାର ସିଲିଣ୍ଡର ଏବେ ଜଳୁଛି । ଦରଦାମ କମେଇବା ଓ ବଢେଇବା କେନ୍ଦ୍ର ସରକାରଙ୍କ ଦାଇତ୍ବ । କେନ୍ଦ୍ର ସରକାର ଲୋକଙ୍କ ତେଲ ଲୁଣ ସଂସାରରେ ହାହାକାର ସୃଷ୍ଟି କରିଛନ୍ତି । ତାକୁ ନଜର ନଦେଇ କେବଳ ଦଳୀୟ ପ୍ରଚାରରେ ଲାଗିଛନ୍ତି । ଯାହାର ପ୍ରତିଫଳନ ଏହା ହୋଇଛି । ପେଟ୍ରୋଲିୟମ ସେସ ଯେଉଁ ପରିମାଣର କେନ୍ଦ୍ର ସରକାର ନେଉଛନ୍ତି, ତାହା କମେଇ ଦିଅନ୍ତୁ । ଦର ଆପେ ଆପେ କମିଯିବ । କିନ୍ତୁ ଲୋକଙ୍କ ପ୍ରତି ତାଙ୍କର ପ୍ରୀତି ନାହିଁ ବୋଲି ଦାମ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.