ETV Bharat / city

PCCF ଭାବେ ପଦୋନ୍ନତି ପାଇଲେ ବରିଷ୍ଠ IFS ସୁଶାନ୍ତ ନନ୍ଦ

ବରିଷ୍ଠ IFS ସୁଶାନ୍ତ ନନ୍ଦଙ୍କୁ ପଦୋନ୍ନତି । ନୂଆ PCCF ଭାବେ ନିଯୁକ୍ତ ପାଇଲେ ସୁଶାନ୍ତ ନନ୍ଦ । ଅଧିକ ପଢନ୍ତୁ

PCCF ଭାବେ ପଦୋନ୍ନତି ପାଇଲେ ବରିଷ୍ଠ IFS ସୁଶାନ୍ତ ନନ୍ଦ
PCCF ଭାବେ ପଦୋନ୍ନତି ପାଇଲେ ବରିଷ୍ଠ IFS ସୁଶାନ୍ତ ନନ୍ଦ
author img

By

Published : Sep 9, 2022, 7:54 AM IST

ଭୁବନେଶ୍ବର: ପଦୋନ୍ନତି ପାଇଛନ୍ତି ବରିଷ୍ଠ IFS ସୁଶାନ୍ତ ନନ୍ଦ । ସୁଶାନ୍ତଙ୍କୁ PCCF(Principal Chief Conservator of Forests) ଭାବେ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ(General Administration department) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 1989 ବ୍ୟାଚର ସୁଶାନ୍ତ ନନ୍ଦଙ୍କୁ ପଦୋନ୍ନତି ମିଳିଛି । ନୂଆ PCCF ଭାବେ ସେ ନିଯୁକ୍ତି ପାଇଛନ୍ତି ।

ବର୍ତ୍ତମାନ ସେ ପରିବେଶ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅଛନ୍ତି । ଏହାସହ ସେ ଚିଲିକା ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(CEO) ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି । ଚିଲିକା ଉନ୍ନୟନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ମଧ୍ୟ ରହିଛି । ଏଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ରାଜ୍ୟ ସରକାର ପ୍ରଶଂସା କରିଛନ୍ତି । ସୁଶାନ୍ତଙ୍କ ସହ ସେହି ବ୍ୟାଚର ସଞ୍ଜୀବ କୁମାର ଚଡ୍ଡା ଓ ଓମ ପ୍ରକାଶ ସିଂଙ୍କୁ ମଧ୍ୟ PCCF ଭାବେ ପଦୋନ୍ନତି ପାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.