ETV Bharat / city

2014 Rape Case: ଦୁଷ୍କର୍ମ ମାମଲାରେ ସରକାରୀ ବାବୁ ଦୋଷୀ ସାବ୍ୟସ୍ତ, 10 ବର୍ଷ ଜେଲ - 2014 rape case

ଦୋଷୀ ସାବ୍ୟସ୍ତ ହେଲେ ଭୁବନେଶ୍ୱର AG ଅଫିସର ସିନିୟର ଅଡିଟର । ସୌମେନ୍ଦ୍ର ନାରାୟଣ ଦାସ ଓରଫ ଟୁଟୁଙ୍କୁ ୧୦ ବର୍ଷ ଶଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଅଧିକ ପଢନ୍ତୁ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସିନିୟର ଅଡିଟର

author img

By

Published : Nov 26, 2021, 7:19 AM IST

ଭୁବନେଶ୍ବର: ୨୦୧୪ ମସିହା ସେପ୍ଟେମ୍ବର ୬ ତାରିଖ ପୁରୁଣା ଏଜି କଲୋନିର ଯୁକ୍ତ ତିନି ଛାତ୍ରୀ ଦୁଷ୍କର୍ମ ଘଟଣାରେ ଦଣ୍ଡାଦେଶ । ସରକାରୀ କ୍ବାର୍ଟରରେ ଦୁଷ୍କର୍ମ କରିଥିବା ସରକାରୀ ବାବୁ ତଥା ଏଜି ସିନିୟର ଅଡିଟରଙ୍କୁ ଦୋଷି ସାବସ୍ତ୍ୟ କରିଛି ଦୌରାଜଜ । ୧୦ବର୍ଷ ଜେଲ ଦଣ୍ଡାଦେଶ ସହ ୩୦ ହଜାର‌ ଟଙ୍କା ଫାଇନ, ରାୟ ଶୁଣାଣି କରିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମିନାକ୍ଷୀ ଦାସ ।

ଏନେଇ ୨୦୧୪ ମସିହାର ମହିଳା ଥାନାର ହୋଇଥିବା ଅଭିଯୋଗ ଆଧାରରେ କେସର ଚାର୍ଜସିଟ କୋର୍ଟରେ ଦାଖଲ ହୋଇଥିଲା । ୨୩ଟି ଦସ୍ତାବିଜ ଓ ୮ ଜଣ ସାକ୍ଷିଙ୍କ ବୟାନ ଆଧାରରେ ଆଇପିସିର ଧାରା ୩୭୬ରେ ଅଭିଯୁକ୍ତ ସରକାରି ବାବୁ ତଥା ସିନିୟର ଅଡିଟର(ଏଜି) ସୋମେନ୍ଦ୍ର ନାରାୟଣ ଦାସ ଓରଫ ଟୁଟୁକୁ ଦୋଷୀ ସାବସ୍ତ କରିଛନ୍ତି କୋର୍ଟ । ତାଙ୍କୁ ତୁରନ୍ତ ଗିରଫ କରାଯାଇ ଜେଲକୁ ପଠାଯାଇଛି । ତେବେ ସୁଚନା ମୁତାବକ ୨୦୧୪ ମସିହା ସେପ୍ଟେମ୍ବର ମାସରେ ଅଭିଯୋଗକାରିଣୀ ଚାକିରି ଅନ୍ବେଷଣରେ ଭୁବନେଶ୍ବର ଆସି ଏକ ଲେଡିଜ ହଷ୍ଟେଲରେ ରହୁଥିଲେ । ଏହି ସମୟରେ ଅଭିଯୁକ୍ତ ଟୁଟୁ ସହ ଦେଖାହେବା ସହ ତାଙ୍କ ସଂଷ୍ପର୍ଶରେ ଆସିଥିଲେ । ତାକୁ ଚାକିରି ଦେବାପାଇଁ ଇଣ୍ଟରଭ୍ୟୁ ଦେବାକୁ କହି ରାମ ମନ୍ଦିର ସ୍ଥିତ ଭିଜିଏମ ଅଫିସ ଯିବାକୁ କହିଥିଲେ । ହେଲେ ସେଠାରେ ଚାକିରି ପାଇନଥିଲେ । ଯୁକ୍ତ ତିନି ଆବଶ୍ୟକ ଥିଲେ କହି ଫେରାଇ ଦେଇଥିଲେ ।

ହେଲେ ଅଭିଯୋଗକାରିଣୀ ନିରାଶ ହେବା ଯୋଗୁଁ ତାଙ୍କୁ ଅଭିଯୁକ୍ତ ଟୁଟୁ ଚାକିରି କରାଇ ଦେବେ କହିଥିଲେ । ଏଥିପାଇଁ ତାଙ୍କ ସରକାରି କ୍ବାଟରକୁ ଆଲୋଚନା କରିବାକୁ ଡକାଇଥିଲେ । ୬ ସେପ୍ଟେମ୍ବର ୨୦୧୪ ରେ ପୁରୁଣା ୟୁନିଟ ୪ ସ୍ଥିତ ଏଜି କଲୋନୀରେ ସରକାରି କ୍ବାଟରରେ ପହଞ୍ଚିଥିଲେ ଅଭିଯୋଗକାରିଣୀ ପିଡିତା । ସେଠାରେ ସେହି କ୍ବାର୍ଟର ଭିତରେ ସମ୍ପୃକ୍ତ ସରକାରୀ ଅଧିକାରୀ ଅଭିଯୋଗକାରିଣୀକୁ ଦୁଷ୍କର୍ମ କରିଥିଲେ । ଏନେଇ କୌଣସିମତେ ପୋଲିସକୁ ଖବର ଦେବା ପରେ ପିସିଆର ପହଞ୍ଚି ପିଡିତାକୁ ଉଧାର କରି ମହିଳା ଥାନାକୁ ନେଇଥିଲେ ।

ପରେ ତାଙ୍କୁ ଚିକିତ୍ସା ସହ ଅଭିଯୋଗ ଆଧାରରେ ମହିଳା ଥାନାରେ କେସ ନମ୍ବର ୨୬୭/୨୦୧୪ ଆଧାରରେ ତଦନ୍ତ କରିଥିଲା ପୋଲିସ । ଅଭିଯୁକ୍ତକୁ ସେତେବେଳେ ଗିରଫ କରାଯାଇଥିଲା । ପରେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ତେବେ ଜାମିନରେ ଥିବା ଅଭିଯୁକ୍ତ ସୌମେନ୍ଦ୍ର ନାରାୟଣ ଦାସକୁ ୫୦ ବର୍ଷ ବୟସରେ ୧୦ବର୍ଷ ଜେଲ ଦଣ୍ଡାଦେଶ ସାବସ୍ତ୍ୟ ଶୁଣାଣି ପରେ ତୁରନ୍ତ ତାଙ୍କୁ କୋର୍ଟରୁ ଜେଲ ପଠାଯାଇଥିଲା । ଏଜି ଅଫିସର ସିନିୟର ଅଡିଟର ବେଣୁପୁର ବାଲିଅନ୍ତା ଅଞ୍ଚଳର ସୋମେନ୍ଦ୍ର ନାରାୟଣ ଦାସକୁ ଦୋଷୀ ସାବସ୍ତ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସରକାରି ଓକିଲ ସୁରେଶ ବାରିକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଏବଂ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.