ଭୁବନେଶ୍ବର: ବିଧାନସଭାରେ ଓଡିଶା ପୌର ନିଗମ ସଂଶୋଧନ ବିଲ 2022 ଆଲୋଚନା ବେଳେ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ଆସି ଜୋରଦାର ହଟ୍ଟଗୋଳ କରିଛନ୍ତି । କଂଗ୍ରେସ ବରିଷ୍ଠ ସଦସ୍ୟ ତାରା ବାହିନୀପତି , ଅଧିରାଜ ପାଣିଗ୍ରାହୀ ବାଚସ୍ପତିଙ୍କ ଉପରକୁ ଚୌକି ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ତେବେ ସୁରକ୍ଷାକର୍ମୀ ତାରାଙ୍କ ପାଖରୁ ଚୌକି ଛଡାଇ ନେଇଥିଲେ ।
ବିଧାୟକ ତାରା ବାହିନୀପତି ପୋଡିୟମ ଆଗରେ ଛିଡା ହୋଇ ବାଚସ୍ପତିଙ୍କ ଆସନକୁ ଲକ୍ଷ୍ୟ କରି ଇୟରଫୋନ ଫୋଫାଡିଥିଲେ । ଯାହା ବାଚସ୍ପତିଙ୍କ ସାମ୍ନାରେ ଲାଗିଥିବା କାଚରେ ବାଜିଥିଲା। ଖଣି ସଂପର୍କରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସୁଯୋଗ ଦେବାକୁ କଂଗ୍ରେସ ବିଧାୟକ ଦାବି କରିଥିଲେ ।
ବିଧାୟକ ତାରା ଅଭିଯୋଗ କରିଛନ୍ତି ରାଜ୍ୟର ୧୦୪ ଟି ଖଣି ମାଲିକ ଓଡିଶାର ସମ୍ପତ୍ତି ହରି ଲୁଟ କରିଛନ୍ତି । ଏହାବାଦ ଗ୍ରୀଷ୍ମର ପ୍ରଭାବ ସାରା ରାଜ୍ୟରେ ଅନୁଭୁତ ହୋଇଥିବା ବେଳେ ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ମଧ୍ୟ କରିଛନ୍ତି କଂଗ୍ରେସ ବିଧାୟକ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ